Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 01/07/2025, ବିକ୍ରମ ଓଡ଼ିଶା ନିୟୁଜ: ନିର୍ମାଣ କାର୍ଯ୍ୟ ନିମ୍ନମାନର, ରୋଗୀ ହନ୍ତସନ୍ତ:ଆନ୍ଦୋଳନ ଚେତାବନୀତିର୍ତ୍ତୋଲ-୧/୭-(ରିପୋର୍ଟ-ଟୁକନ ସେଠୀ)ଜଗନ୍ନାଥ ପୁର ସ୍ବାସ୍ଥ୍ଯ କେନ୍ଦ୍ର ରେ ଏବେ ବିନା ଫଳକ ରେ ନିର୍ମାଣ କାର୍ଯ୍ୟ ଚାଲିଛି।କିଏ କାମ କରୁଛି,କଣ କାମ ହେବ,ତାର ଠିକା ,କିଏ ନେଇ କିଏ ବୁଝୁଚି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି।ସ୍ବାସ୍ଥ୍ଯ କେନ୍ଦ୍ର ଆଗରେ ବାଲି ଗଦା କରିବା ଫଳରେ ରୋଗୀ ସେବା ବ୍ୟାହତ କରୁଛି।ସ୍ୱାସ୍ତ୍ୟକେନ୍ଦ୍ର କୁ ରୋଗୀ ଯାତାୟାତ ରେ ଘୋର ଅସୁବିଧା ଦେଖାଦେଇଛି ପ୍ରକାଶ ଥାଉକି ତତ୍କାଳୀନ ବିଧାୟକ ବିଜୟ ଶଙ୍କର ଦାସ ଏହି ସ୍ୱାସ୍ତ୍ୟକେନ୍ଦ୍ର ର ଉନ୍ନତି ପାଇଁ ବିଭାଗୀୟ କତ୍ତୃପକ୍ଷ ଙ୍କୁ ଚିଠି ନ-୧୧୨୯ତା.୧୦.୧.୨୪.ରିଖ ରେ ଅନୁରୋଧ କରିଥିଲେ।ବିଭାଗୀୟ ଅଧିକାରୀ ଏହି ନିମ୍ନମାନର କାର୍ଯ୍ୟ ପ୍ରତି ଦୁଷ୍ଟି ନଦେଲେ ଆନଦୋଳନ ହେବବୋଲି ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସମେତ କିଶୋର ଦାସ ଓ ବରିଷ୍ଟ ଆଇନିଜୀବୀ ସୁଧୀର ଖୁଣ୍ଟିଆ ପ୍ରକାଶ କରିଛନ୍ତି।