Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ସବରେଜିଷ୍ଟର ଙ୍କ ମନମୁଖୀ କାର୍ଯ୍ୟ ଓ ଦୁର୍ବେବାହାର ପ୍ରତିବାଦ ରେ ମୋହରିର ଙ୍କ କଲମ ଛାଡ଼ ଆନ୍ଦୋଳନ। 1

କାକଟପୁର, 01/07/2025, ବିକ୍ରମ ଓଡ଼ିଶା ନିୟୁଜ: ସବରେଜିଷ୍ଟର ଙ୍କ ମନମୁଖୀ କାର୍ଯ୍ୟ ଓ ଦୁର୍ବେବାହାର ପ୍ରତିବାଦ ରେ ମୋହରିର ଙ୍କ କଲମ ଛାଡ଼ ଆନ୍ଦୋଳନ।
Article Image
କାକଟପୁର ( ତୁଷାର ଦୀକ୍ଷିତ) ତା ୧/୭ କାକଟପୁର ସବରେଜିଷ୍ଟର କାର୍ଯ୍ୟାଳୟ ରେ ଦିନକୁ ଦିନ ସବରେଜିଷ୍ଟର ଅଫିସର ଙ୍କ ମନମୁଖୀ କାର୍ଯ୍ୟ ଓ ଦୁର୍ବ୍ୟବହାର ରେ ଅତିଷ୍ଟ ହୋଇ ମୋହରିର ମାନେ ଚରମ ନିଷ୍ପତି ନେଇଛନ୍ତି।ସରକାର ଙ୍କ ନିୟମ ଅନୁଯାୟୀ ଗ୍ରାମାଞ୍ଚଳ ରେ ଥିବା ଚାଷ ଜମିର ଆଂଶିକ ବିକ୍ରି ଓ ଘରବାରୀ ବୃତ୍ତି 5500ବର୍ଗମିଟର ପର୍ଯ୍ୟନ୍ତ ବିନା ଲେଆଉଟ ରେ ରେଜିଷ୍ଟ୍ରି କରାଯିବାପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ପୂର୍ବ ଖର୍ଦି କରାଯାଇଥିବା ଦଲିଲି ରୁ ଦଲିଲି ରେଜିଷ୍ଟ୍ର କରାଯାଇପାରିବ ବୋଲି ସ୍ପଷ୍ଟ ନିର୍ଦେଶ ଥିବା ବେଳେ ଏହାକୁ କାକଟପୁର ସବରେଜିଷ୍ଟର ଓଡିଶା ସରକାର ଅଇନି କୁ ନ ମାନି ଶହେ ଡ଼ିସିମିଲ ରୁ କମ ଚାଷଜମି ଓ ତେରଡ଼ିସିମିଲି ରୁ କମ ଜମିର ରେଜିଷ୍ଟ୍ର ସମ୍ପୂର୍ଣ ବନ୍ଦ କରିଅଛନ୍ତି। ପ୍ରତେକ ଦଲିଲି ପୂର୍ବରୁ ସମସ୍ତ କାଗଜ ପତ୍ର ଯାଞ୍ଚ ନ କରି ରେଜିଷ୍ଟି କରିବାକୁ ମୋହରିର ମାନଙ୍କୁ ତାଗିଦ କରୁଛନ୍ତି। ଇଜିମାଇଲି ଖାତା ଭୁକ୍ତ ସମ୍ପତିରୁ କୌଣସି ଅଂଶୀଦାର ତାଙ୍କ ଅଂଶ ପୂର୍ବରୁ ବିକ୍ରୟ କରିଥିଲେ ଅନ୍ୟ ଅଂଶୀଦାରକୁ ନିଜ ଅଂଶ ବିକ୍ରୟ କରିବାକୁ ସୁଯୋ ଗ ଦେଉନାଁହାନ୍ତି। ଅନେକ ସମୟରେ ନିଜ ପଦବୀର ଅପବ୍ୟବହାର କରି ଦଲିଲି କୁ ଫେରସ୍ତ କରିବା ସହିତ ଉପରିସ୍ଥ ଅଫିସର ଙ୍କ ପାଖକୁ ନେଇଯାଅ ବୋଲି ଧମକ ଦେଉଛନ୍ତି। ସବରେଜିସ୍ଟର ଅଫିସ ରେ ମୋହରିର ମାନଙ୍କ ର କୌଣସି ଆବଶ୍ୟକତା ନାହିଁ ସାଧାରଣ ଲୋକ ମାନଙ୍କୁ ଆସିବାକୁ ଦିଅ ବୋଲି କହି ମୋହରିର ମାନଙ୍କୁ ଲାଂଛିତ ଓ ଅପମାନିତ କରୁଛନ୍ତି। ଅଧିକାର ପ୍ରମାଣ ପତ୍ର ମୁତାବକ ରେଜିଷ୍ଟ୍ରି ସମୟରେ ସମସ୍ତ ସଦସ୍ୟ ଦଲିଲି ରେ ମଂଜୁର ଦେବାକୁ ବାଧ୍ୟ କରୁଛନ୍ତି। ଏହିଭଳି ଅନେକ ନିୟମ କାନୁନ ମନଗଢା ଦର୍ଶାଇ ହଇରାଣ ହରକତ କରାଇବା ଯୋଗୁ ସରକାର ଙ୍କ ବ୍ୟାପକ ରାଜସ୍ୱ ହାନି ଘଟୁଛି। ଏହାକୁ ତୀବ୍ର ବିରୋଧ କରି ମୋହରିର ମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ କଲମ ଛାଡ଼ ଆନ୍ଦୋଳନ ଆଜି ଠାରୁ ଆରମ୍ଭ କରିଛନ୍ତି। ଫଳରେ ଜମି ବିକ୍ରି, ଖର୍ଦୀ ରେ ବ୍ୟାପକ ଅସୁବିଧା ସୃଷ୍ଟି ହଉଛି। ମୋହରିର ମାନେ ଉପରିସ୍ଥ ଅଧିକାରୀ ଓ ରା ଜସ୍ୱ ମନ୍ତ୍ରୀଙ୍କୁ ପତ୍ର ଦେଇ ନିଜ ଜିଦ ରେ ଆନ୍ଦୋଳନ ରେ ବସିଛନ୍ତି। ଆଜିର ଏହି ଆନ୍ଦୋଳନ ରେ ସଙ୍ଘ ସଭାପତି ଅମୀୟ କୁମାର ମହାନ୍ତି ସମ୍ପାଦକ ପ୍ରବୀଣ ଚନ୍ଦ୍ର ମହାନ୍ତି, କୋଷାଧକ୍ଷ ସୁକାନ୍ତ ସେନାପତି ଙ୍କ ସମେତ ହେମନ୍ତ ରାଉତ ସଂଜୀବ ମହାନ୍ତି ପ୍ରମୁଖ ପନ୍ଦର ରୁ ଉର୍ଦ୍ଧ ମୋହରିର ସାମିଲ ହୋଇଛନ୍ତି. ତୁରନ୍ତ ପୁରୀ ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି