Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଗଙ୍ଗା ଠାରୁ ସହସ୍ର ବର୍ଷ ପ୍ରାଚୀ ନଦୀ ଅବହେଳିତ, 1

କାକଟପୁର, 02/07/2025, ବିକ୍ରମ ଓଡ଼ିଶା ନିୟୁଜ: ଗଙ୍ଗା ଠାରୁ ସହସ୍ର ବର୍ଷ ପ୍ରାଚୀ ନଦୀ ଅବହେଳିତ,
Article Image
ସରକାର ଙ୍କ ଦୃଷ୍ଟି ଆଢୁଆଳ ରେ ପ୍ରାଚୀ
Article Image
କାକଟପୁର ତା ( ତୁଷାର ଦୀକ୍ଷିତ ) ୨୭ /୬,ଓଡିଶାର ଇତିହାସରେ ବେଶ ଗୁରୁତ୍ଵ ବହନ କରୁଥିବା ଐତିହ୍ୟ ସମ୍ପନ୍ନ ପ୍ରାଚୀ ନଦୀ ଆଜି ଓଡ଼ିଶା ମାନଚିତ୍ରରୁ ଲିଭିଯିବାକୁ ବସିଲାଣି। ଏହି ପ୍ରାଚୀନଦୀର ଘଣ୍ଟତୋଳା ତୁଠ ମା ମଙ୍ଗଳାଙ୍କ ଯାନିଯାତ୍ରା ସମୟରେ ବେଶ ଗୁରୁତ୍ୱ ବହନ କରୁଥିବା ବେଳେ l ଏବେ ଗତ କିଛି ଦିନ ହେବ ଘଣ୍ଟତୋଳା ତୁଠର ଅବସ୍ଥା ସଙ୍ଗୀନ ହୋଇପଡିଛି l ଏବେ ତୁଠ ପରିବେଶ ଅଳିଆ ଆବର୍ଜନା ସାଙ୍ଗକୁ କଟକି ଦଳ ମାଡିବସି ତୁଠକୁ ପୁରା କବ୍ଜା କରି ରଖିଛି l ପ୍ରତ୍ୟେହ ଦିନ ମାନସିକଧାରୀ ଶ୍ରଦ୍ଧାଳୁ ମାନେ ଛୋଟ ପିଲାମାନଙ୍କୁ ମୁଣ୍ଡନ କରିବା ପରେ ପ୍ରାଚୀ ଘାଟରେ ଗାଧୋଇବା ପାଇଁ ନଦୀ ଜଳ ଅପରିଷ୍କାର ଯୋଗୁଁ ନାକ ଟେକି ଫେରିଯାଉଛନ୍ତି, ଆଶ୍ୱିନ ମାସରେ ଷୋଡଶ ଉପଚାର ପୂଜା ପଣ୍ଡା ପବିତ୍ର ପ୍ରାଚୀ ରେ ସାନ୍ନ ପରେ ପ୍ରାଚୀ ନଦୀରୁ ଜଳ ଆଣି ମାଙ୍କ ପୂଜାରେ ଲଗାଇ ଷୋଡଶ ଉପଚାର ପୂଜା କରୁଥିବା ବେଳେ ଆଜି ସେହି ଜଳ ପୂଜା ଉପଯୋଗୀ ନୁହଁ ବୋଲି ପୂଜା ପଣ୍ଡା ମାନଙ୍କ ସହିତ ସେବାୟତ ମାନେ ମତ ଦିଅନ୍ତି ଏହି ପ୍ରାଚୀ ନଦୀ କୂଳେ ପିତୃ ପୁରୁଷ ମାନଙ୍କ ପାଇଁ ଶ୍ରାଦ୍ଧ ମଧ୍ୟ ଦିଆ ଯାଉଥିଲା ହେଲେ ଆଜି ଏହା ଜରାଜୀର୍ଣ୍ଣ ବୋଲି କୁହନ୍ତି ,କାକଟପୁର ମା ମଙ୍ଗଳାଙ୍କ ସହିତ ପ୍ରାଚୀ ନଦୀ ଓ ଘଣ୍ଟତୋଳା ତୁଠ ପୌରାଣିକ ପରମ୍ପରାର ଗୁରୁତ୍ୱ ବହନ କରୁଥିବାବେଳେ ମନ୍ଦିରରୁ ଉଦବୃତ ଜଳ ଓ ବିଭିନ୍ନ ଲୋକଙ୍କ ଆବର୍ଜନା ପୂର୍ଣ୍ଣ ପାଣି ସହିତ କିଛି ଦୋକନ ରୁ ନିର୍ଗତ ଅଳିଆ ପାଣି ପ୍ରାଚୀ ନଦୀରେ ମିଶିବା ଯୋଗୁଁ ଏହା ନର୍ଦ୍ଦମାରେ ପରିଣତ ହୋଇଛି, ତତ ସହିତ ପ୍ରାଚୀ ନଦୀର ଦୁଇ ପାର୍ଶ୍ଵ ରେ ଘର କରିଥିବା ଲୋକଙ୍କ ଲାଟିନ ପାଣି ଵି ସଂଯୋଗ କରଯାଇ ପ୍ରାଚୀକୁ ଦୂଷିତ କରାଯାଉଛି ଏ ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅଭିଯୋଗ ହୋଇଆସୁଥିବାବେଳେ ଘଣ୍ଟତୋଳା ତୁଠର ପୁନଃରୁଦ୍ଧାର ଜରୁରୀ ହୋଇପଡିଛି, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମନ୍ଦିର ର ଉର୍ନତି କରଣ ପାଇଁ କୋଟି କୋଟି ଟଙ୍କା ବେୟ ବରାଦ କରି କାମ କରୁଥିଲେ ସୁଦ୍ଧା ପ୍ରାଚୀ ନଦୀ ପାଇଁ ଖାଲି ବେୟ ବରାଦ ହୋଇଥିବା ଆଜକୁ କିଛି ବର୍ଷ ହେବ ଶୁଣା ଯାଉଥିଲେ ସୁଦ୍ଧା ଅଦ୍ୟାବଧି କୌଣସି କାମ ର ନାଁ ନାହିଁ ଯାହା ଫଳରେ ନାହିଁ ନ ଥିବା ଦୁର୍ଦଶା ଭୋଗୁଛନ୍ତି ଦର୍ଶନlର୍ଥୀ ପ୍ରତିବର୍ଷ କାକଟପୁର ଅଧୀନରେ ଥିବା ଡ୍ରେନେଜ ବିଭାଗ ମାତ୍ର କୋଡିଏ ହାତ କଟକି ଦଳ ସଫାକରି ଲକ୍ଷ ଲକ୍ଷ ଟଙ୍କା ହଡପ କରୁଥିବାବେଳେ ପ୍ରାଚୀ ଘଣ୍ଟତୋଳା ତୁଠ ପ୍ରତି ଉଦାସୀନତା ମନୋଭାବ ଅଞ୍ଚଳ ବାସୀଙ୍କ ମନରେ ନକାରାତ୍ମକ ପ୍ରଭାବ ସୃଷ୍ଟି କରିଛି l ତୁରନ୍ତ ଜିଲ୍ଲା ପ୍ରଶାସନ, ପର୍ଯ୍ୟଟନ ଅଧିକାରୀ ଓ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ତୁଠର ପୁନଃରୁଦ୍ଧାର ପ୍ରତି ଦୃଷ୍ଟି ଦେଲେ ପ୍ରାଚୀ ଘଣ୍ଟତୋଳା ତୁଠ ତାର ପୂର୍ବ ଗୌରବ ଫେରି ପାଇବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l