Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଅଧ୍ୟାପକଙ୍କୁ ଅବସର ସମ୍ବର୍ଦ୍ଧନା 1

ଟାଙ୍ଗୀ, 02/07/2025, ବିକ୍ରମ ଓଡ଼ିଶା ନିୟୁଜ: ଅଧ୍ୟାପକଙ୍କୁ ଅବସର ସମ୍ବର୍ଦ୍ଧନା
Article Image
ଟାଙ୍ଗୀ, ୧|୦୭ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କୁହୁଡ଼ି ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗଣିତ ବିଭାଗର ଅଧ୍ୟାପକ ନରେନ୍ଦ୍ର କୁମାର ପ୍ରଧାନ ଅବସର ଗ୍ରହଣ କରିଛନ୍ତି | ଏହି ଅବସରରେ ମହାବିଦ୍ୟାଳୟରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା କରାଯାଇଥିଲା | ମହାବିଦ୍ୟାଳୟର ଅଧକ୍ଷା ବନଶ୍ରୀ ରାଉତରାୟ ସଭାପତିତ୍ୱ କରୁଥିଲେ | ବିଦାୟ କାଳୀନ କାର୍ଯ୍ୟକ୍ରମ ରେ ଓଡ଼ିଆ ବିଭାଗର ଅଧ୍ୟାପିକା ନଳିନୀ ପ୍ରଭା ରାଉତ, ମହାବିଦ୍ୟାଳୟର ଉପାଦକ୍ଷ ଗଙ୍ଗାଧର ଦାଶ, ଅଧ୍ୟାପକ ବସନ୍ତ ସାହୁ, ଅନିଲ ସୁବୁଦ୍ଧି, ଅପର୍ତ୍ତି ବେହେରା ଓ ପ୍ରମୋଦ ଶୁକ୍ଲା ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ | ସମସ୍ତ ଅଧ୍ୟାପକ ନରେନ୍ଦ୍ର ପ୍ରଧାନଙ୍କୁ ଦୃଢ ବ୍ୟକ୍ତିତ୍ୱ, ନିଷ୍ଠାପର ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ପ୍ରତିଥିବା ସ୍ନେହ, କର୍ମଚାରୀଙ୍କ ପ୍ରତି ଥିବା ଉତ୍ତମ ସମ୍ପର୍କ ଓ ଉଚ୍ଚକୋଟୀର ବ୍ୟବହାର ଉପରେ ମତବ୍ୟକ୍ତ କରିଥିଲେ | ତାଙ୍କର ଶାନ୍ତ, ସରଳ ସ୍ଵଭାଵ ଓ ପାଠପଢ଼ା ସ୍ୱତନ୍ତ୍ର ଶୈଳୀ ନିହାରା ଥିଲା ବୋଲି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବକ୍ତବ୍ୟ ରଖିଥିଲେ |