Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 02/07/2025, ବିକ୍ରମ ଓଡ଼ିଶା ନିୟୁଜ: ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠରେ ହେରା ପଞ୍ଚମୀ ମହାସମାରୋହରେ ପାଳିତଜଗତସିଂହପୁର
ତା =1/7/25ଜଗତସିଂହପୁର ଜ଼ିଲ୍ଲା ରେ ପ୍ରସିଦ୍ଧି ଲାଭ କରିଥିବା ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣ ରେ ହେରା ପଞ୍ଚମୀ କାର୍ଯ୍ୟକ୍ରମ ମହାସମାରୋହ ରେ ପାଳିତ ହୋଇଯାଇଛି| ମା ଲକ୍ଷ୍ମୀ ଶ୍ରୀ ମନ୍ଦିର ରୁ ସୁସଜିତ ପଲିଂକି ରେ ଏକ ଶୋଭାଯାତ୍ରା ରେ ବଡ ଦାଣ୍ଡ ରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ଯାଇଥିଲେ |ସେଠାରେ ମହାପ୍ରଭୁ ଙ୍କ ଉପରେ କ୍ରୋଧନ୍ୱିତ ହୋଇ ରଥ ଭାଙ୍ଗି ଶ୍ରୀ ମନ୍ଦିର ପ୍ରତ୍ୟାବର୍ତନ କରିବା ପରେ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ସାଂସ୍କୃତିକ ଭଜନ ସଂନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଜ଼ିଲ୍ଲାପାଳ ଜେ ସୋନାଲ ପ୍ରଦୀପ ପ୍ରଜ୍ୟୋଳନ କରି ଭଜନ ସଂନ୍ଧ୍ୟା କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ମନ୍ଦିର ପରିଚାଳନା ଟ୍ରଷ୍ଟି
ଉପ ଜ଼ିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ |ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରା ଉପରେ ଉଦବୋଧନ ଦେଇଥିଲେ |ପରିଚାଳନା ପରିଷଦ ସଦସ୍ୟ
ଲକ୍ଷ୍ମୀ ନାରାୟଣ ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ | ସମସ୍ତ ଅତିଥି ଙ୍କୁ ମନ୍ଦିର ବଡ଼ପଣ୍ଡା ଅରୁଣ କୁମାର ପଣ୍ଡା ପୁଷ୍ପଗୁଛ, ସ୍ମୁତିଫଳକ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ | ମନ୍ଦିର ପରିଚାଳନା ଟ୍ରଷ୍ଟ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା, ପ୍ରିୟନାଥ ରାୟ, ଆଶିଷ ମହାପାତ୍ର ସୁର ପ୍ରସାଦ ନାୟକ ମୌସୁମୀ ବାରିକ, ଅଭୟ କୁମାର ଦାଶ, ସାରଦା ବେହେରା, ତରଙ୍ଗ ସେନ ପରିଡା ପ୍ରମୁଖ ପରିଚାଳନା କରିଥିବା ବେଳେ ସଦସ୍ୟ ରାମଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ