Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କାକଟପୁର, 02/07/2025, ବିକ୍ରମ ଓଡ଼ିଶା ନିୟୁଜ: ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା
କାକଟପୁର ୨/୭ ( ତୁଷାର ଦୀକ୍ଷିତ )କାକଟପୁର ମଣ୍ଡଳ ଶିକ୍ଷା ବିଭାଗ ଅନ୍ତର୍ଗତ ବାଙ୍ଗୁରିଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ସ୍ଵାଇଁଙ୍କୁ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦାୟୀ ଶିକ୍ଷକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ସହ ବହୁ ପୁରସ୍କାରର ଅଧିକାରୀ ଥିଲେ ।

ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଉର୍ବଶୀ ରାଣୀ ସାହୁଙ୍କ ସଭାପତିତ୍ଵରେ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇ ଯାଇଛି । ବରିଷ୍ଠ ଶିକ୍ଷକ ଅଭୟ କୁମାର ନାୟକ ସଭା କାର୍ଯ୍ୟ ପରିଚାଳନା କରିଥିଲେ।ଏହି ସଭାରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ନନ୍ଦ ବିଦାୟୀ ଶିକ୍ଷକଙ୍କ ଛାତ୍ରଛାତ୍ରୀଙ୍କ ପ୍ରତି ସମର୍ପିତ ଶିକ୍ଷକତା ଜୀବନର ପ୍ରସଂଶା କରିବା ସହ ତାଙ୍କ ଅବସରକାଳୀନ ଜୀବନ ସୁଖରେ ଅତିବାହିତ ହେବା ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଶୁଭକାମନା ପ୍ରକାଶ କରିଥିଲେ ।ଉକ୍ତ ସଭାରେ ସମ୍ମାନୀତ ଅତିଥି ଭାବେ ସହ ଶିକ୍ଷା ଅଧିକାରୀ ବଂଶୀଧର ମଲ୍ଲିକ, ବ୍ରହ୍ମାନନ୍ଦ କାଣ୍ଡି ,ମଲ୍ଲିକ ଯାକିର ହୁସେନ ,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ତଥା ଅବସରପ୍ରାପ୍ତ ଏବିଇଓ ସ୍ଵର୍ଣ୍ଣଲତା ତ୍ରିପାଠୀ ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିରଜ୍ଞନ ସାହୁ,ନାଟେଶ୍ଵର ପ୍ରାଚୀ ବିଦ୍ୟାପୀଠର ପୁର୍ବତନ ପ୍ରଧାନଶିକ୍ଷକ ଭଗବାନ ସାହୁ ,ପୂର୍ବତନ ଶିକ୍ଷକ ଶଲ୍ୟନ ପାତ୍ର,ପ୍ରାଥମିକ ଶିକ୍ଷକ ସଂଘ ସଭାପତି ତଥା ବରିଷ୍ଠ ଶିକ୍ଷକ ମୁନିର ଅହମ୍ମଦ ଖାଁ,ରାଜ୍ୟ ଶିକ୍ଷକ ସଂଘ ଉପସଭାପତି ଯୁବ ଶିକ୍ଷକ ବିଷ୍ଣୁ ଚରଣ ମହାନ୍ତି,ଏକ୍ସକ୍ଯାର ଶିକ୍ଷକ ସଂଘ ସଭାପତି ତ୍ରିଲୋଚନ ବିଶ୍ଵାଳ, ସିଆରସିସି ରାଜକିଶୋର ବେହେରା , ସିଆରସିସି ସଂଘ କୋଷାଧ୍ୟକ୍ଷ ସନ୍ତୋଷ କୁମାର ସାହୁ ,ଶ୍ରୀଚନ୍ଦନପୁର କ୍ଲଷ୍ଟର ସିଆରସିସି ହିରଣ୍ୟ କତ୍ସପୁ ଓଝା ଓ ବାଙ୍ଗୁରିଗାଁ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି ସଭାରେ ଯୋଗ ଦେଇ ବିଦାୟୀ ଶିକ୍ଷକଙ୍କ ସ୍ମୃତିଚାଳନା କରିଥିଲେ। ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ଉର୍ବଶୀ ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ପରିଶେଷରେ ବିଦାୟୀ ଶିକ୍ଷକଙ୍କୁ ବାଙ୍ଗୁରିଗାଁ ମାଛ ହାଟସ୍ଥିତ ତାଙ୍କ ବାସଭବନ ପର୍ଯ୍ୟନ୍ତ ଛାତ୍ରଛତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପାଛୋଟି ନେଇ ଥିଲେ ।