Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ରଜରେ ଜମୁଛି ରଜ ପାନ ବେପାର ( ଆମେ ଓଡ଼ିଆ ଆମ ରଜ ପାନ ଭାରି ବଢିଆ ) 3

କାକଟପୁର, 15/06/2025, ବିକ୍ରମ ଓଡ଼ିଶା ନିୟୁଜ: ରଜରେ ଜମୁଛି ରଜ ପାନ ବେପାର
Article Image
( ଆମେ ଓଡ଼ିଆ ଆମ ରଜ ପାନ ଭାରି ବଢିଆ )
Article Image
କାକଟପୁର ତା 15/6 ( ତୁଷାର ଦୀକ୍ଷିତ ) ଆମ ଓଡ଼ିଆ ଘରେ ବରମାସ ରେ ତେରପର୍ବ ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇଥାଏ। ତନ୍ନମଧ୍ୟରୁ ରଜ ପର୍ବ ଅନ୍ୟତମ। ଏହି ପର୍ବ ସାରା ରାଜ୍ୟରେ ଚାରିଦିନ ଧରି ପାଳିତ ହୋଇଥାଏ। ରଜ ପୂର୍ବ ଦିନ ସଜବାଜ,ପହିଲି ରଜ, ରଜ ସଂକ୍ରାନ୍ତିଓ ବସୁମତୀ ସ୍ନାନ। ଏହି ପର୍ବ ଧରିତ୍ରୀ ମା ଓ ଓଡ଼ିଆ ଘର ର ମାତୃ, ଯୁବତୀ, କିଶୋରୀ ଙ୍କର ଏକ ସତନ୍ତ୍ର ପର୍ବ। ରଜ ପର୍ବ ରେ ପାନ ଖାଈବା ଓ ଖୁଆଇବା ଏକ ପରମ୍ପରା ଭାବେ ରହି ଆସିଛି ଆମ ଓଡ଼ିଆ ସଂସ୍କୃତି ରେ। ପ୍ରୀତି ର ବନ୍ଧନ ହୋଇଛି ଏହି ରଜ ପାନ। ରଜ ପାନ ବନ୍ଧୁତାର ଡୋରିକୁ ଅଧିକ ମଜଭୁତ କରିଥାଏ। ରଜକୁ ପାନ ଓ ପିଠା ର ପର୍ବ ବୋଲି କୁହାଯାଏ। ଏହି ଚାରିଦିନ ବଜାର ରେ ସବୁ ପାନ ଦୋକାନ ରେ ରଜ ପାନ ପାଇଁ ଭିଡ଼ ଲାଗିଥାଏ।ପାନ ଖାଉନଥିବା ବ୍ୟକ୍ତି ଟିଏ ମଧ୍ୟ ଏହି ରଜ ପର୍ବ ରେ ରଜ ପାନ ଖାଇବାକୁ ଇଛା ପ୍ରକାଶ କରିଥାଏ। ଏହି ଚାରି ଦିନ ରଜ ପାନ ବିକି ପାନ ଦୋକାନୀ ଟିଏ ବେଶ ଦୁଇପଇସା ଲାଭ କରିଥାଏ।