Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 02/07/2025, ବିକ୍ରମ ଓଡ଼ିଶା ନିୟୁଜ: ବାୟା ଅବଧୂତ ସରକାରୀ ଉଚ୍ଚ ବିଦ୍ୟାଳୟ ଚତୃର୍ଥ କର୍ମଚାରୀ ବିଜୟ କୁମାର ସିଂହ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନାତିର୍ତ୍ତୋଲ ୨/୭-(ରିପୋର୍ଟ-ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ବାୟା ଅବଧୂତ ସରକାରୀ ଉଚ୍ଚ ବିଦ୍ୟାଳୟ ଚତୁର୍ଥ କର୍ମଚାରୀ ବିଜୟ କୁମାର ସିଂହଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ବିଦ୍ୟାଳୟ ପରିସରରେ ଥିବା ବାୟା ବାବା ଓ ଜ୍ଞାନଦାତା ଗଣେଶ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରୀଯୁକ୍ତ ସିଂହ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ l ବିଦ୍ୟାଳୟ ପ୍ରଧାନଶିକ୍ଷକ ରଶ୍ମିରଂଜନ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବିଶିଷ୍ଟ ଅତିଥି ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଣବ କୁମାର ସାହୁ, ମୁଖ୍ୟଅତିଥି ଭାବେ ପୂର୍ବତନ ପ୍ରଧାନଶିକ୍ଷକ ଶୁକଦେବ ସାହୁ, ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟ ପୂର୍ବତନ ଶିକ୍ଷକ ତଥା ପଞ୍ଚ ଶଖା ବିଦ୍ୟାଳୟ ଗଣିତ ଶିକ୍ଷକ ପ୍ରଦୀପ୍ତ କୁମାର ମହାପାତ୍ର, ଶିକ୍ଷକ ଅର୍ଜୁନି ଚରଣ ସିଂହ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସଂଯୁକ୍ତା ପାଣି, ଅବସରପ୍ରାପ୍ତ ନିଲିମା ସ୍ୱାଇଁ, ବରିଷ୍ଠ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସ୍ୱାଇଁ, ମମତା ମଞ୍ଜରୀ ଦାସ, ମୋନାଲିସା ମହାପାତ୍ର, ପ୍ରବୋଧିନି ଦାଶ, ପ୍ରିୟମ୍ବଦା ସେଠି, ମମତା ମହାପାତ୍ର ଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇ ଅବସରକାଳୀନ କର୍ମଚାରୀ ବିଜୟ କୁମାର ସିଂହ ଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଓ ମାନପତ୍ର ଦେବା ସହିତ ବିଭିନ୍ନ ଉପହାର ଦେଇ ବିଦାୟୀ ସମ୍ବର୍ଦ୍ଧନା କରିଥିଲେ l ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦାସ ମାନପତ୍ର ପଠନ କରିଥିଲେ l ପ୍ରାରମ୍ଭରେ ଦଶମ ଶ୍ରେଣୀ ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା l ବିଦାୟୀ କର୍ମଚାରୀ ଶ୍ରୀଯୁକ୍ତ ସିଂହ ଙ୍କ ଚାକିରୀ ସମୟର ସ୍ମୃତି ଅନୁଭୂତି ଛାତ୍ର ଛାତ୍ରୀ ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଶ୍ରୀଯୁକ୍ତ ସିଂହ ଜଣେ ଛାତ୍ର ବତ୍ସଳ ବ୍ୟକ୍ତି ଥିଲେ l ବିଦ୍ୟାଳୟ ରେ ସମସ୍ତ ଙ୍କ ମନ ନେଇ କାର୍ଯ୍ୟ କରିଥାନ୍ତି l ଶିକ୍ଷକ ଶିକ୍ଷୟିତ୍ରୀ ଓ ଅତିଥି ମାନେ ଶ୍ରୀଯୁକ୍ତ ସିଂହ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ l ଶିକ୍ଷକ ବାଇଧର ଦାସ, ବିଜୟ କୁମାର ପଣ୍ଡା, ଶଙ୍କର ପେରିସିକା, ଯୁଗାନ ଶବର, ବିକାଶ ଚନ୍ଦ୍ର ଜେନା, ଅମ୍ରିତ ପ୍ରିତମ, କର୍ମଚାରୀ ଜୟଦେବ ସାହୁ, ଚିତ୍ତରଞ୍ଜନ ଦଳାଇ, ଉମାକାନ୍ତ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ l

