Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଅଙ୍ଗନବାଡ଼ି କେନ୍ଦ୍ରରେ ତୁମୁଳକାଣ୍ଡ ସହିତ ଅଙ୍ଗନବାଡି କେନ୍ଦ୍ରରେ ପୋକରାଚାଉଳରେ ହେଉଛି ରୋଷେଇ ପୁଣି ଅଣ୍ଡାକୁ ନେଇ ଫଣ୍ଡା 2

ଜଗତସିଂହପୁର , 03/07/2025, ବିକ୍ରମ ଓଡ଼ିଶା ନିୟୁଜ: ଅଙ୍ଗନବାଡ଼ି କେନ୍ଦ୍ରରେ ତୁମୁଳକାଣ୍ଡ ସହିତ ଅଙ୍ଗନବାଡି କେନ୍ଦ୍ରରେ ପୋକରାଚାଉଳରେ ହେଉଛି ରୋଷେଇ ପୁଣି ଅଣ୍ଡାକୁ ନେଇ ଫଣ୍ଡାଜଗତସିଂହପୁର, ୨/୭/୨୦୨୫
Article Image
ରାଜ୍ୟ ସରକାର କୋମଳମତି ପିଲାମାନଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ବିଭିନ୍ନ ସୁବିଧା ସୁଯୋଗ ସହିତ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଉଥିବା ବେଳେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ବରାଗୋଳ ପଞ୍ଚାୟତର 'ବଡତିହଡା' ଅଙ୍ଗନବାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି ଅବବ୍ୟସ୍ତା, ଦୋଷ କଲେ ଅଙ୍ଗନବାଡ଼ି ଦିଦି କିନ୍ତୁ ଗାଁରେ ଗ୍ରାମବାସୀଙ୍କ ଦ୍ୱାରା ଅଟକ ରହିଲେ ସୁପରଭାଇଜର, ସୁଚନା ମୁତାବକ ଅଙ୍ଗନବାଡ଼ିକେନ୍ଦ୍ରକୁ ପାଠ ପଢିବାକୁ କୋମଳମତି ପିଲା ଆସିବା ସହ କିଶୋରୀ ଓ ଗର୍ଭବତୀ ମାଆମାନଙ୍କ ପାଇଁ ରାଜ୍ୟ ସରକାର ଅଣ୍ଡାଛତୁଆ ଓ ପୁଷ୍ଟିକରଖାଦ୍ୟ ସାମଗ୍ରୀ ଯୋଗାଇ ଦେଉଥିବା ବେଳେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକରେ କିଛି କିଛି ଅଙ୍ଗନବାଡି କେନ୍ଦ୍ରରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି, ଯାହାର ଜ୍ୱଳନ୍ତ ଉଦାହରଣ 'ବଡତିହଡା' ଅଙ୍ଗନବାଡ଼ି କେନ୍ଦ୍ର, ଅଙ୍ଗନବାଡ଼ି ଦିଦି କିଶୋରୀ, କୋମଳମତି ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ଖାଦ୍ୟ ଓ ସରକାରଙ୍କ ଠୁ ମିଳୁଥିବା ବିଭିନ୍ନ ସାମଗ୍ରୀ ଦେବାରେ ଅବହେଳା ହୋଇଥିବା ନେଇ ଗ୍ରାମବାସୀ ରଘୁନାଥପୁର ସିଡିପିଓ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ ହେଲେ ପୁର୍ବ ସରକାର ସମୟରେ କୌଣଷି କାର୍ଯ୍ୟାନୁଷ୍ଠାନ ହୋଇନଥିବାବେଳେ ବର୍ତମାନ ସରକାର ବଦଳିବା ପରେ ସୁପରଭାଇଜରଙ୍କୁ ବଦଳି କରି ନିଜର ଦାଇତ୍ୱ ସାରିଦେଲେ। ହେଲେ ଅଙ୍ଗନବାଡ଼ି ଦିଦିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ। ଅଚାନକ ନୂଆ ସୁପରଭାଇଜର ବଡତିହଡା ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚିବା ଖବର ପାଇ ଉକ୍ତଗ୍ରାମର ଅଙ୍ଗନବାଡିରେ ପାଠ ପଢ଼ୁଥିବା କୋମଳମତି ଶିଶୁଙ୍କ ମାଁ ଓ ଗର୍ଭବତୀ ମହିଳା, କିଶୋରୀମାନେ, ଅଚାନକ ଘେରି ଜାଇ ଅଙ୍ଗନବାଡ଼ି ଦିଦିଙ୍କ ମନମାନି ବିଷୟରେ ଅଭିଯୋଗ କରିଥିଲେ।ଏହାପରେ ସୁପରଭାଇଜର ଅଙ୍ଗନବାଡ଼ି ଦିଦିଙ୍କୁ ରେକର୍ଡ ମାଗିଥିଲେ ଦିଦି ରେକର୍ଡ ଦେବା ବଦଳରେ ଚୋରି ହୋଇଯାଇଥିବା ନେଇ ଉତ୍ତର ରଖିଥିଲେ, ଲୋକଙ୍କ ଅଭିଯୋଗକୁ ନେଇ ପଚାରିବାରୁ ଅଙ୍ଗନବାଡ଼ି ଦିଦି ସହାୟିକାଙ୍କ ମୁଣ୍ଡରେ ଅଠାବୋଳି ନିଜେ କିଛି ନଜାଣିବା ଅଭିନୟ କରୁଥିବା ବେଳେ ସହାୟକ ଦିଦିଙ୍କ ପୋଲ ଖୋଲିଦେଲେ କହୁ କହୁ କହିଦେଲେ ଦିର୍ଘବର୍ଷ ଧରି ଦିଦି ପିଲାମାନଙ୍କୁ ପୋକରା ଚାଉଳରେ ପିଲାମାନଙ୍କୁ ରୋସେଇକରି ଖାଇବାକୁ ଦେବା ସହିତ କିଶୋରୀମାନଙ୍କ ପୁଷ୍ଟିକରଖାଦ୍ୟ ଓ ଅଣ୍ଡା ଦେବାରେ ଅବହେଳା କରିବା ସହିତ ପିଲାଙ୍କ ପାଇଁ ଆସୁଥିବା ଚାଉଳ ବ୍ୟବସାୟିକୁ ବିକି ଦିଅନ୍ତି ବୋଲି ଅଭିଯୋଗ କରିଥିଲେ, ଅନ୍ୟପଟେ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁଥିବା ସାମଗ୍ରୀର ହିସାବକିତାବ କରୁଥିବା ରେଜିଷ୍ଟର ଗାୟବ ଯାହାକୁ ନେଇ ଉକ୍ତ ଅଞ୍ଚଳର କିଶୋରୀ କୋମଳମତି ଶିଶୁମାନଙ୍କ ମାମାନେ ଏବଂ ଗର୍ଭବତୀ ମହିଳା ଅଙ୍ଗନବାଡ଼ି ଦିଦିଙ୍କ ମନମାନି ପାଇଁ ସୁପରଭାଇଜରଙ୍କୁ ଦିର୍ଘସମୟ ଧର ଘେରିଥିଲେ, ରାଜ୍ୟ ସରକାରଙ୍କ ପକ୍ଷରୁ ଆସୁଥିବା ପୁଷ୍ଟିକର ସାମଗ୍ରୀ ମାନ ପାଇନଥିବା ଅଭିଯୋଗ କରିଥିଲେ,ଦିର୍ଘବର୍ଷ ଧରି ବିଭିନ୍ନ ସରକାରୀ ସାମଗ୍ରୀ ଚଳୁ କରୁଥିବା ବେଳେ ପ୍ରଶାସନିକ ଅଧିକାରିଣୀ କିଭଳି ଜାଣି ପାରିଲେ ନାହିଁ ଯାହା ପ୍ରଶ୍ନବାଚୀ। ଏଥିପ୍ରତି ରଘୁନାଥପୁର ବ୍ଲକର ଦାୟିତ୍ୱରେ ଥିବା ସିଡିପିଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି।