Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ପ୍ରଶାସନ ର ପ୍ରତିଶୃତି ପାଣି ର ଗାର |ଅସହାୟ ଙ୍କ ପାଇଁ ଆବାସ ଯୋଜନା ସାତ ସପନ.| 1

ଜଗତସିଂହପୁର , 03/07/2025, ବିକ୍ରମ ଓଡ଼ିଶା ନିୟୁଜ: ପ୍ରଶାସନ ର ପ୍ରତିଶୃତି ପାଣି ର ଗାର |ଅସହାୟ ଙ୍କ ପାଇଁ ଆବାସ ଯୋଜନା ସାତ ସପନ.|
Article Image
ଜଗତସିଂହପୁରତା = 3/6/25
Article Image
ସରକାର ସମାଜ ରେ ଅବହେଳିତ, ନିଷ୍ପେସିତ, ଅସହାୟ, ନିଃସହାୟ ବ୍ୟକ୍ତି ମାନଙ୍କ ପାଇଁ ଅନେକ ଜନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି ହେଲେ ତାହା ବାସ୍ତବ କ୍ଷେତ୍ରରେ ରୂପାୟନ ହୋଇପାରୁନାହିଁ | ସରକାରୀ ଯୋଜନା ବାଟବଣା ହୋଇଛି |ଏଠି ତେଲିଆ ମୁଣ୍ଡରେ ତେଲ ନିଖୁରା ମୁଣ୍ଡିଆ ଙ୍କୁ କିଏ ବା ପଚାରେ | ହଁ ଆଜ୍ଞା ଆମେ କହୁଛୁ ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ଓଷକଣା ପଞ୍ଚାୟତ ପାଣିତିରା ଗ୍ରାମର ଅସହାୟ ମହିଳା ମଞ୍ଜୁଲତା ମଲ୍ଲିକ ଙ୍କ ପରିବାର କଥା |ମଞ୍ଜୁଲତା ଅନେକ ବର୍ଷ ହେବ ସ୍ୱାମୀ ଏବଂ ବଡ଼ ପୁଅ କୁ ହରାଇଛନ୍ତି | ସାନ ପୁଅ ମାନସିକ ବିକାର ଗ୍ରସ୍ତ |ମଞ୍ଜୁଲତା ଙ୍କ ପରିବାର ନାତି, ନାତୁଣୀ ସାନ ପୁଅ କୁ ମିଶାଇ ପାଞ୍ଚ ଜଣ ସଦସ୍ୟ |ମଞ୍ଜୁଲତା ପରଘରେ ମୂଳ ଲାଗି ଯାହା ଅର୍ଥ ରୋଜଗାର କରିନ୍ତି ତାହା ପରିବାର ଚଳାଇବା ପାଇଁ ଯଥେଷ୍ଟ ନୁହେଁ | ଦୁଇ ବର୍ଷ ତଳେ ମଞ୍ଜୁଲତା ର ପରିବାର ରହୁଥିବା ଚାଳ ଛପର ଘର ଟି ସଟସର୍କିଟ ରେ ସମ୍ପୂର୍ଣ ଜାଳିପୋଡି ଛାରଖାର ହୋଇଯାଇଥିଲା | ଵାସ ଗୃହ ହରାଇ ମଞ୍ଜୁଲତା ଗାଁ ରୁ ବାଉଁଶ, ନଡ଼ା ମାଗି ଝୁଂପୁଡି ଘରେ ନିର୍ମାଣ କରି ମୁଣ୍ଡଗୁଂଜିଛନ୍ତି | ଅନେକ ଅଧିକାରୀ ତଦନ୍ତ ପରେ ତଦନ୍ତ କରୁଛନ୍ତି | ନିଶ୍ଚିତ ଆବାସ ଗୃହ ଯୋଗାଇଦେବାକୁ ପ୍ରତିଶୃତି ଦେଉଛନ୍ତି ହେଲେ ତାହା ପ୍ରତାରଣା ରେ ପରିଣତ ହୋଇଛି |ଜରି ପାଲ ତଳେ ମଞ୍ଜୁଲତା ଙ୍କ ପରିବାର ଦୁଃଖ କଷ୍ଟ ରେ ଜୀବନ ବିତାଉଛନ୍ତି |ଠିକ ସେହି ପରି ଓଷକଣା ପାଣିତିରା ଗ୍ରାମର ବ୍ରଜ ମଲ୍ଲିକ ଦୁଇ ବର୍ଷ ତଳେ ଘରେ ନିଆଁ ଲାଗି ପୋଡି ପାଉଁଶ ହୋଇଯାଇଥିଲା | ବିଭାଗୀୟ ଅଧିକାରୀ ତଦନ୍ତ ପରେ ତଦନ୍ତ କରି ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ରିପୋଟ ପ୍ରଦାନ କରିଛନ୍ତି | ହେଲେ ବ୍ରଜ ମଲ୍ଲିକ ଆବାସ ଯୋଜନା ରୁ ବଞ୍ଚିତ ହୋଇଛନ୍ତି | ଜରି ପାଲ ଟାଙ୍ଗୀ ଝୁମ୍ପୁଡ଼ି ଘରେ ବସ ବାସ କରୁଛନ୍ତି |ତେବେ ଏହି ଦୁଇ ପରିବାର ଙ୍କୁ କେବେ ଆବାସ ଗୃହ ଯୋଗାଇ ଦିଆଯିବ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ||ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
Article Image