Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ମନ ଇଛା ଅଫିସ୍ ଆସୁଛନ୍ତି ଏମ୍ ଆଇ ମ୍ୟାଡମ। 1

ତିର୍ତୋଲ, 03/07/2025, ବିକ୍ରମ ଓଡ଼ିଶା ନିୟୁଜ: ମନ ଇଛା ଅଫିସ୍ ଆସୁଛନ୍ତି ଏମ୍ ଆଇ ମ୍ୟାଡମ।୧୧ଟା ପରେ ଅଫିସ ଆସି ୩ଟା ପୂର୍ବରୁ ଚାଲିଯାଉଛନ୍ତି।
Article Image
ବିଡ଼ିଓ ଙ୍କ ଛତ୍ରଛାୟାରେ ଏମ୍ ଆଈ ମ୍ୟାଡମ।ତିର୍ତ୍ତୋଲ-୩/୭-(ରିପୋର୍ଟ-ଟୁକନ ସେଠୀ)-ଜଗତସିହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ର ଖାଦ୍ୟ ଯୋଗାଣ ଅଧିକାରିଣୀ ସୋ୍ୟମ ପ୍ରଭା ସ୍ଵାଇଁ ମନ ଇଛା ଅଫିସ୍ ଆସୁଛନ୍ତି। ଯାହାକୁ ନେଇ ସଧାରଣ ଲୋକେ ହଇରାଣ ହେଉଛନ୍ତି।ସପ୍ତାହରେ ଦୁଇଦିନ ବି ଅଫିସ୍ ବା ଅଧିକାରିଣୀ ଙ୍କ ପାଇଁ ସମ୍ଭବ ହୋଇ ପାରୁ ନାହିଁ। ଅନେକ ସମୟରେ ଅଫିସ ରେ ତାଙ୍କର ଦେଖା ମିଳୁନି।ଏହି ସମ୍ପର୍କରେ ଅଧିକାରିଣୀ ଙ୍କୁ ପଚାରିବାରୁ ସେ କହିଛନ୍ତି କି ଅନେକ ସମୟର ବାହାର ଏରୀୟା ରେ କାର୍ଯ୍ୟ ରହିଛୁ ତାହା ସହିତ ଅନେକ ସମୟରେ ସଶୀର ଅସୁସ୍ଥ ରହୁ ଥିବା ଦର୍ଶାଉଛନ୍ତି।ଏ ସମ୍ପର୍କରେ ତିର୍ତ୍ତୋଲ ମଣ୍ଡଳ ଉନ୍ନୟନ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି ବ୍ଲକ ପରିସରର ପଛ ପାଖରେ ଏମ୍ ଆଇ ଅଫିସ ରହିଥିବାରୁ ସେଥିପ୍ରତି ଦୃଷ୍ଟି ଗୋଚର ହେଉନାହିଁ। ଅନ୍ୟ ପକ୍ଷରେ ସବୁ ଅଫିସରେ ନାମକୁ ମାତ୍ର ସିସିଟିଭି କ୍ୟାମେରା ଲାଗିଥିବା ଦେଖିବାକୁ ମିଳୁଛୁ।ନୂଆ ବିଡ଼ିଓ ଆସିବାର କିଛି ଦିନ ଫିଙ୍ଗର ପ୍ରିଣ୍ଟ ପ୍ରହସନ ଚାଲୁଥିବା ବେଳେ ଏବେ ତାହା ଦେଖିବାକୁ ମିଳୁ ନାହିଁ। ଶୁଣାଯାଉଛି ବିଡ଼ିଓ ଙ୍କ ଛତ୍ରଛାୟାରେ ରହି ଏମ୍ ଆଇ ମ୍ୟାଡମ ଅଫିସ ଆସୁନାହାଁନ୍ତି।ଯୋଗଣ ଅଧିକାରିଣୀ ଙ୍କୁ ଏ ସମ୍ପର୍କରେ ଅବଗତ ହୋଇଥିଲେ ମଧ୍ୟ ପୁନର୍ବାର କାର୍ଯ୍ୟରେ ଖିଲାପ କରୁଛନ୍ତି।ଏହି ସମ୍ପର୍କରେ ପୂର୍ବରୁ ମଧ୍ୟ ଖବର ପ୍ରକାଶିତ ହୋଇଥିଲା।ଖବର ପ୍ରକାଶିତ ପରେ କିଛିଦିନ ଅଧିକାରିଣୀ ସଠିକ୍ ସମୟରେ ଅଫିସ୍ ଆସି ନିଜର ଦାୟିତ୍ଵ ତୁଲାଇଥିଲେ।ବର୍ତ୍ତମାନ ଦିନ ୧୧ପରେ ଅଫିସ ଆସି ଦିନ ୩ଟା ପୂର୍ବରୁ ଚାଲି ଯାଉଥିବା ଦେଖିବାକୁ ମିଳୁଛି।ଯାହାଫଳରେ ସାଧାରଣ ଲୋକଟିଏ ରାସନ୍ କାର୍ଡ ସମସ୍ୟାର ସମାଧାନ ପାଇଁ ଆସିଲେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୁଣାଯାଉଛି ଅଲଗା ବ୍ଲକ ରୁ ସାଧାରଣ ଲୋକଟେ ବୁଝିକି ଆସୁଛି ଏହି ପ୍ରକିୟାରେ ରାସନ କାର୍ଡ ରେ ନାମ ଯୋଡ଼ା ଯାଇ ପାରିବ। କିନ୍ତୁ ଏମ୍ ଆଇ ମ୍ୟାଡମ ଏ କଥା ଶୁଣି ଚେଇଁ କି ଉଠୁଛନ୍ତି।ଏଥି ସହିତ ଯେଉଁ ଅଧିକାରୀ ଏକଥା କହିଛନ୍ତି ତାଙ୍କୁ ଫୋନ୍ କରି ଏମ୍ ଆଇ ମ୍ୟାଡମ ତାଗିଦ୍ କରୁଥିବା ଶୁଣିବାକୁ ମିଳୁଛି।ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହିତ ଅଧିକାରିଣୀ ଙ୍କୁ ଅନ୍ୟତ୍ର ବଦଳି ପାଇଁ ସଧାରଣ ରେ ଦାବି ହେଉଛି।
Article Image