Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ନିଟ ପରୀକ୍ଷା ୨୦୨୫ ରେ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲର ସଫଳତା 4

ଯାଜପୁର, 15/06/2025, ବିକ୍ରମ ଓଡ଼ିଶା ନିୟୁଜ: ନିଟ ପରୀକ୍ଷା ୨୦୨୫ ରେ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲର ସଫଳତା
Article Image
ଯାଜପୁର, ୧୫/୬,ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର କୁସୁନପୁର ସ୍ଥିତ ” ଦେବ ଇଣ୍ଟର ନ୍ୟାସନାଲ ସ୍କୁଲର ନିଟ୍ ଛାତ୍ର ଛାତ୍ରୀ ଙ୍କ ସଫଳତା। ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା-୨୦୨୫ (ନିଟ) ରେ ୬୨ ଜଣ ପରୀକ୍ଷା ଦେଇଥିବାବେଳେ ୧୬ ଜଣ ସଫଳତା ର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୬ ଜଣଙ୍କ ମଧ୍ୟରୁଆର୍ ବି ଶୁଭମ୍ (୫୯୬) ନମ୍ବର ରଖି ଯାଜପୁର ଜିଲ୍ଲା ତଥା ବିଦ୍ୟାଳୟ ପାଇଁ ଗୌରବ ଆଣିଥିବାବେଳେ ଅନ୍ୟ ୧୫ ଜଣଙ୍କ ମଧ୍ୟରେମଳୟ ରଞ୍ଜନ ମହନ୍ତ , ଆୟେଷା ଦିଗଦର୍ସନୀ , ସତ୍ୟଶିଳ୍ପା ମହାପାତ୍ର, ଓମ୍ ପ୍ରକାଶ ପତି , ମକରା ହାଁସଦା , ପ୍ରିତିରୁପା ମାଝୀ ,ଅଭିଷେକ ମହାପାତ୍ର , ଅନିଷା ଦାସ ,ପ୍ରିତିପଦ୍ମା ସାହୁ ,ଅଭିଜିତ ଦଳାଇ, ସ୍ଵୟାଂଶୁ ଧର୍ମପଦ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ଅକ୍ଲାନ୍ତ ପରିଶ୍ରମ ଅଧ୍ୟାପକଙ୍କ ପୂର୍ଣ୍ଣ ସହଯୋଗ ତାଙ୍କୁ ସଫଳତାର ଶିଖରରେ ପହଁଚାଇ ପାରିଛି। ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ,ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା,ଭାଇସ ପ୍ରିନ୍ସିପଲ୍ ଆର ଏନ ରୟତ ସିଂ, କୋର୍ଡିନେଟର ଚକ୍ରଧର ପାଣି, ଏକାଡେମିକ କୋର୍ଡିନେଟର ସୋନିଆ ବେଦୀ ଓ ସି ସି ଏ ମୁଖ୍ୟ ବାଲବିର ସିଂ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ବିଦ୍ୟାର୍ଥୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସଫଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି।