Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଳେଶ୍ବର, 05/07/2025, ବିକ୍ରମ ଓଡ଼ିଶା ନିୟୁଜ: କାଠ ମାଫିଆ ଡାଳେ ଡାଳେ ଗଲେ ବନବିଭାଗ ପତ୍ରେ ପତ୍ରେ।ଜଳେଶ୍ବର- ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବନବିଭାଗ ଅଧିକାରୀ ମାନେ କାଠ ମାଫିଆ ଡାଳେ ଡାଳେ ଗଲେ ସେମାନେ ପତ୍ରେ ପତ୍ରେ ଯାଆନ୍ତି।ବିଭିନ୍ନ ସମୟରେ ଓଡିଶାରୁ ପଶ୍ଚିମବଙ୍ଗ କୁ ଚୋରାକାଠ ଚାଲାଣ ହୋଇ
ଚାଲିଛି।କିନ୍ତୁ କେତେକ ମାଫିଆ ବାଲି ବନ୍ଦ ହେବା ପରେ ଏବେ ସେମାନେ କାଠ ଓଡିଶାରୁ ନେଇ ପଶ୍ଚିମବଂଗ କୁ ଚାଲାଣ କରିବାରେ ସକ୍ରିୟ ହୋଇଛନ୍ତି।ଗୋବରଘଟା-ପଶ୍ଚିମବଂଗ ରାସ୍ତାରେ ଏକ ନମ୍ବର ବିହିନ ଯନ୍ତ୍ର ଚାଳିତ ରିକ୍ସାରେକାଠ ଗଣ୍ଡି ବୋଝେଇ ହୋଇ ପଶ୍ଚିମବଂଗ ଆଡକୁ ଗଲାବେଳେ ଜଳେଶ୍ଵର ବନବିଭାଗ ଓ ରାଇବଣିଆ ବନ ବିଭାଗ ମିଳିତଭାବେ ଅଗ୍ରୱାଲାଛକ ନିକଟରେଚଢାଉ କରିଥିଲେ।ରିକ୍ସା ଚାଳକ ଝାଡେଶ୍ଵର ମହାନ୍ତି (୬୦)କୁ ଗିରଫ କରି୧୩୫/ ୨୫-୨୬ ମୂଳେ କୋଟ ଚାଲାଣ କରିଥିବା ବେଳେ କାଠ ଜବତ କରାଯାଇଛି।ଏହି ରିକ୍ସାରେ ୫୫.୦୯ ସିଏଫଟି କଦମ୍ବ ଗଣ୍ଡି ଓ ୧୦.୬୨ ସିଏଫଟି ସାଗୁଆନ ଗଣ୍ଡି ରହିଥିବା ଜଣାଯାଇଛି। ଚତୁରତାର ସହିତ ଚଢାଉ କରି ଜଳେଶ୍ୱର ଫରେଷ୍ଠର ରଂଜିତା ବିଶ୍ଵାଳ, ମିଳିତ ଉଦ୍ୟମରେ ରାଇବଣିଆ ଫରେଷ୍ଟର ପ୍ରହଲ୍ଲାଦ ନାୟିକ ଓମିନାରାଣୀ ବେହେରା ପ୍ରମୁଖ ସାମିଲ୍ ହୋଇ ଧରିବାରେ ବିଫଳ ହୋଇଛନ୍ତି।