Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବାଲିଆପାଳ ସମବାୟ ସୂତାକଳ ଏବେ କେବଳ ଅତୀତର ସ୍ମୃତି : ପୁନଃ ଉଦ୍ଧାର ହେବା ଆଶା କ୍ଷୀଣ 1

ବାଲିଆପାଳ, 05/07/2025, ବିକ୍ରମ ଓଡ଼ିଶା ନିୟୁଜ: ବାଲିଆପାଳ ସମବାୟ ସୂତାକଳ ଏବେ କେବଳ ଅତୀତର ସ୍ମୃତି : ପୁନଃ ଉଦ୍ଧାର ହେବା ଆଶା କ୍ଷୀଣ
Article Image
ବାଲିଆପାଳ ୪/୭( ନି ପ୍ର ) ବାଲିଆପାଳ ବ୍ଲକ ଦେଭୋଗ ସ୍ଥିତ ଶ୍ରୀ ଗୋପୀନାଥ ବୁଣାକାର ସମବାୟ ସୂତାକଳ ଏବେ କେବଳ ଅତୀତର ସ୍ମୃତି ହୋଇ ରହିଛି।ବିଜେଡି ସରକାର ଅମଳରେ ଏହାର ପୁନଃ ଉଦ୍ଧାର ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ମାତ୍ର କାମର କୌଣସି ଅଗ୍ରଗତି ହୋଇ ନାହିଁ। ଏଥିପାଇଁ ରାଜ ନୈତିକ ଇଛା ଶକ୍ତି ହିଁ ଦାୟୀ। ୫ ଟି ସଚିବଙ୍କ ଲଙ୍ଗଳେଶ୍ୱର ଗସ୍ତ ସମୟରେ ସୂତା କଲର ପ୍ରାକ୍ତନ କର୍ମଚାରୀ ଓ ସ୍ଥାନୀୟ ଲୋକ ତାହାର ପୁନଃ ଉଦ୍ଧାର ପାଇଁ ଲେଖି ଦାବିପତ୍ର ଦେଇଥିଲେ। କିନ୍ତୁ ସେ ବାବଦରେ କୌଣସି ଅର୍ଥ ମଞ୍ଜୁର ହୋଇ ନାହିଁ। ଏବେର ନୂଆ ସରକାର ଯାହା ଜଣା ପଡୁଛି ଏହାର ପୁନଃ ଉଦ୍ଧାର ନେଇ ନୀରବ ରହିଛନ୍ତି ।
Article Image
ଅଶି ଦଶକରେ ତତ୍କାଳୀନ କଂଗ୍ରସ ସରକାର ବାଲିଆପାଳ କ୍ଷେପଣାସ୍ତ୍ର ଘାଟୀ ପରି ଯୋଜନାରେ ୨୦ କୋଟି ଟଙ୍କା ବ୍ୟୟ ଅଟକଳରେ ଦେଭୋଗ ଠାରେ ଶ୍ରୀ ଗୋପୀନାଥ ବୁଣାକାର ସମବାୟ ସୂତାକଳ ପ୍ରତିଷ୍ଠା କରିଥିଲେ। ପ୍ରତିଷ୍ଠା ଦିନରୁ ୫/୭ ବର୍ଷ ପର୍ଯ୍ୟନ୍ତ ସୂତାକଳ ଟି ସୁରୁଖୁରୁରେ ଚାଲି ଥିଲା। କଲିକତାର ପିକନ ନାମକ ଏକ କମ୍ପାନୀ ସୂତା ବଦଳରେ ତୁଳା ଦେଉ ଥିଲା। ତାହାଛଡା କର୍ମଚାରୀଙ୍କ ଦରମା, ଆନୁସଙ୍ଗିକ ସମସ୍ତ ଖର୍ଚ୍ଚ ବହନ କରୁଥିଲା। ମାତ୍ର ସରକାରଙ୍କ ଘରୋଇ କରଣ ନୀତି ଯୋଗୁଁ ସୂତାକଳ ବିକ୍ରି ପାଇଁ ୨00୨ ରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଲା।ଏହି ପ୍ରକ୍ରିୟା ଚାଲିଥିବା ବେଳେ ୨00୫ ମସିହାଡିସେମ୍ବର ମାସ ମଧ୍ୟ ରାତିରେ ସୂତା କଳରେ ଅଚାନକ ନିଆଁ ଲାଗିଗଲା। ନିଲାମ ନେବାକୁ ଥିବା କମ୍ପାନୀ ମାନେ ପଛ ଘୁଞ୍ଚା ଦେଲେ। ଶେଷରେ ପିକନ ଶାଗ ମାଛ ପରିବା ଦରରେ ନିଲାମ ନେବାକୁ ସଫଳ ହେଲେ। ମାତ୍ର କର୍ମଚାରୀଙ୍କ ବକେୟା ଦରମା, ସେମାନଙ୍କ ଇ ପି ଏଫ, ସୂତା କଳ ଉପରେ ବାକିଥିବା ବିଦ୍ୟୁତ ଦେୟ, ସ୍ପିନ ଫେଡ଼ ର ଅନ୍ୟାନ ବାକିର ପୈଠ ଓ ଦେୟ ପରିଶୋଧ ନେଇ ସରକାରଙ୍କ ଅନୁମତି ପତ୍ର ପିକନ ପାଇ ପାରିଲା ନାହିଁ। ଯାହା ଫଳରେ କମ୍ପାନୀ ପିକନ ଅଦ୍ୟାବଧି କୌଣସି କାମର ଅଗ୍ରଗତି କରି ପାରି ନାହିଁ। ଏବେ ସରକାରଙ୍କ ତରଫରୁ ଜଣେ କର୍ମଚାରୀ ଓ କେତେ ଜଣ ସୁରକ୍ଷା କର୍ମୀ ରହିଛନ୍ତି ସୂତା କଳକୁ ଜଗିବା ପାଇଁ।। ସୂତା କଳ କାର୍ଯ୍ୟକ୍ଷମ ନ ହେବାରୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଯନ୍ତ୍ର ପାତି, ଆସବାପାତ୍ରକୁ ଚୋରି କରି ନେଇ ଗଲେଣି। ସୂତା କଳ ଅଧିକୃତ ଜାଗା ଓ ଜମିକୁ ଜମି ଦେଇଥିବା ଲୋକମାନେ ଏବେ ଦଖଲ କରି ନେଇଛନ୍ତି। ଆଉ ସୂତାକଳ ହେବାର ସମ୍ଭାବନା କ୍ଷଣ।ନୂଆ ସରକାର ତାର ପୁନଃ ଉଦ୍ଧାର ନେଇ ପଦକ୍ଷେପ ନେବାକୁ ସୂତାକଳର ପୂର୍ବତନ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।