ତିର୍ତୋଲ, 05/07/2025, ବିକ୍ରମ ଓଡ଼ିଶା ନିୟୁଜ: ସର୍ପଆଘାତ ରେ +୨ ଛାତ୍ରୀଙ୍କ ମୃତ୍ୟୁ ! ======================= ତିର୍ତ୍ତୋଲ-୫/୭-(ରିପୋର୍ଟ-ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ଅଗପାଳ ପଞ୍ଚାୟତ ତଥା ଗ୍ରାମର ନୃସିଂହ ସାହୁ ଓ ଆରତୀ ସାହୁଙ୍କ ଏକମାତ୍ର କନ୍ୟା ଶ୍ରୁତି ସାହୁଙ୍କର ସର୍ପ ଆଘାତରେ ୧୭ ବର୍ଷ ବୟସରେ ଦେହାନ୍ତ ହୋଇ ଯାଇଛି !କୌଣସି କାରଣରୁ ଘର ପଛ ଆଡେ ଯାଇଥିବା ସମୟରେ ଏକ ଗୋଖର ସର୍ପ ପଛପଟୁ ଗୋଡ଼କୁ ଆଘାତ କରିଥିଲା !ଘରଲୋକେ ସୃତି କୁ ମଣିଜଙ୍ଗା ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ତୁରନ୍ତ ନେଇଯାଇଥିଲେ !ମଣିଜଙ୍ଗା ରେ ଚିକିତ୍ସା ର କୌଣସି ସୁବିଧା ନଥିବାରୁ ସେଠାକାର ଡକ୍ଟର ଜଗତସିଂହପୁର ମେଡିକାଲ କୁ ସ୍ଥାନାନ୍ତର କରିଦେଇଥିଲେ !ମାତ୍ର ପହଂଚିବା ୨ଘଣ୍ଟା ମଧ୍ୟରେ ସୃତିର ଦେହାନ୍ତ ହୋଇ ଯାଇଥିଲା !ଖବରରୁ ପ୍ରକାଶ ଯେ ସୃତି ସାହୁ କମଳା ଦେବି womens କଲେଜ ରେ +୨ ରେ ଅଧ୍ୟୟନ କରୁଥିଲା ! ତାର ମୃତ୍ୟୁ ରେ କଲେଜ ର ସାଙ୍ଗସାଥି ଓ ଅଧ୍ୟାପକ ଅଧ୍ୟାପିକା ଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି ! ସୃତି ର ମୃତ୍ୟୁରେ ଗ୍ରାମବାସୀଙ୍କ ମଧ୍ୟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି !