Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବାଲିଘର ପକ୍ଷରୁ ଜଗନ୍ନାଥ ବେହେରାଙ୍କ ଜନ୍ମ ଶତବାର୍ଷିକୀ ପାଳିତ। 1

ତିର୍ତୋଲ, 05/07/2025, ବିକ୍ରମ ଓଡ଼ିଶା ନିୟୁଜ: ବାଲିଘର ପକ୍ଷରୁ ଜଗନ୍ନାଥ ବେହେରାଙ୍କ ଜନ୍ମ ଶତବାର୍ଷିକୀ ପାଳିତ।.......……..…...................ତିର୍ତ୍ତୋଲ-୫/୭-(ରିପୋର୍ଟ-ଟୁକନ ସେଠୀ)-ବାଲିଘର ଫାଉଣ୍ଡେସନ ପକ୍ଷରୁ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ଜନ୍ମ ଶତବାର୍ଷିକୀ ତିର୍ତୋଲ ବ୍ଲକ୍ ଇବ୍ରିସିଂ ପଞ୍ଚାୟତ ସ୍ଥିତ ମା' ଉତ୍ତରେଶ୍ୱରୀଙ୍କ ମନ୍ଦିର ପରିସରରେ ଫାଉଣ୍ଡେସନର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ତତ୍।ବଧାନରେ ଓ ସମାଜସେବୀ ଶଶୀଭୂଷଣ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। "ପାଲାସଂସ୍କୃତିକୁ ଜଗନ୍ନାଥ ବେହେରା ଙ୍କ ଅବଦାନ" ଶୀର୍ଷକ ଆଲୋଚନା ଚକ୍ରରେ ଅନ୍ୟତମ ଅତିଥି ଅତିଥି ଗାୟକ ନାରାୟଣ ମହାରଣା, ଅଧ୍ୟାପିକା ବିଷ୍ଣୁପ୍ରିୟା ଦାସ,ଆଇନଜୀବୀ ସୁଧିରଚନ୍ଦ୍ର ଖୁଣ୍ଟିଆ,ଆଇନଜୀବୀ ବୀରନାରାୟଣ ପାତ୍ର,ସୁସାହିତ୍ୟକ ହଂସନାଥ ମୁଦୁଲି, ଶିକ୍ଷାବିତ୍ ନିତ୍ୟାନନ୍ଦ ଲେଙ୍କା,କବି ଅଶୋକ କୁମାର ଲେଙ୍କା, ଶିକ୍ଷାବିତ୍
Article Image
ଲୋକନାଥ ବଡ଼ପଣ୍ଡା, ସମାଜସେବୀ ନିର୍ଲୀପ୍ତ କୁମାର ଜେନା,ପଣ୍ଡିତ ନାଗମଣି କର, ଝଙ୍କଡ଼ ସାହିତ୍ୟ ସଂସଦର ସଂପାଦକ ଗୋଲୋକ ବିହାରୀ ପଲାଇ,ସୁଶ୍ରୀ ଶୁଭଶ୍ରୀର ସଂପାଦିକା ବସନ୍ତ ମଞ୍ଜୁରୀ ଦାସ,କବି ବଂଶୀଧର ବେହେରା,ସାମ୍ବାଦିକ ଶ୍ରୀକାନ୍ତ ଦାଶ, ଗୌରାଙ୍ଗ ଚରଣ ସ୍ୱାଇଁ,ସ୍ମୃତି ରଞ୍ଜନ ମହାନ୍ତି ଓ ଗୋପାଳକୃଷ୍ଣ ଦାସ ପ୍ରମୁଖ ଯୋଗ ଦେଇ ଶ୍ରୀଯୁକ୍ତ ବେହେରା ଙ୍କର ଜୀବନ ବ୍ୟାପୀ ସାଧନା ସଂପର୍କରେ ଆଲୋଚନା କରିଥିଲେ।ଏହି ଅବସରରେ ଗାୟକ ପ୍ରବୋଧ କୁମାର ରଥଙ୍କୁ ଜଗନ୍ନାଥ ବେହେରା ଗାୟକ ସମ୍ମାନ ପ୍ରଦାନ କରାଯାଇଥିଲା। କବିତା ଗୁଡ଼ିକୁ ସଂଯୋଜନା କରିଥିଲେ ବସନ୍ତ ମଞ୍ଜୁରୀ ଦାସ।ପରେ ପରେ ମନ୍ଦିର ପରିସରରେ ଶ୍ରୀ ବେହେରା ବୃକ୍ଷ ରୋପଣ କରିଥିଲେ।ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷାବିତ୍ ନିମାଇଁ ଚରଣ ସ୍ୱାଇଁ।