Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଗୁଣ୍ଡିଚା ମନ୍ଦିର ରୁ ବାହୁଡ଼ିଲେ ତିନିଠାକୁର ) 1

ଜଗତସିଂହପୁର , 05/07/2025, ବିକ୍ରମ ଓଡ଼ିଶା ନିୟୁଜ: (ଗୁଣ୍ଡିଚା ମନ୍ଦିର ରୁ ବାହୁଡ଼ିଲେ ତିନିଠାକୁର )ଜଗତସିଂହପୁର
Article Image
ତା =5/7/25ଜଗତସିଂହପୁର ଜ଼ିଲ୍ଲା ର ପ୍ରାଚୀନ୍ନ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ମହାସମାରୋହ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ସେବାୟତ ମାନେ ଚତୁର୍ଦ୍ଧା ମୂରତି ଙ୍କୁ ଧାଡି ପହଣ୍ଡିରେ ରଥରୁଢ କରାଇବା ପରେ ସଭ୍ୟ କାଳିକିଙ୍କର ଆଚାର୍ଯ୍ୟ ଛେରା ପହଁରା କାର୍ଯ୍ୟ ପରିଚାଳନା କରିଥିଲେ | ମୁଖ୍ୟ ପୁରୋଧା ପଣ୍ଡିତ ସୁରେନ୍ଦ୍ର ନାଥ ଦାଶ ଏବଂ ବଡ଼ ପଣ୍ଡା ଅରୁଣ କୁମାର ପଣ୍ଡା ଙ୍କ ଦ୍ଵାରା ରଥ ମାର୍ଜନା ଆଦି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା | ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଉପ ଜ଼ିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ବିଡ଼ିଓ ଆଶୁତୋଷ ମିଶ୍ର|ସରପଞ୍ଚ ସିଦ୍ଧାର୍ଥ ଶଙ୍କର ଦାସ, ସମିତି ସଭ୍ୟା ମୌସୁମୀ ବାରିକ, ତହସିଲଦାର ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ |ବିଧାୟକ ଙ୍କ ଅନୁଦାନ ପାଣ୍ଠି ରୁ ମନ୍ଦିର ପରିସରରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା ଏବଂ ବଡ଼ ଦାଣ୍ଡ ରେ ହାଇମାକ୍ସ ଲାଇଟ ର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ | ଏ ସମସ୍ତ କାର୍ଯ୍ୟକ୍ରମ କୁ ପଣ୍ଡିତ ପ୍ରଫୁଲ କୁମାର ସାହୁ, ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ, ପରିଚାଳନା ଟ୍ରଷ୍ଟ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା, ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ଅଭୟ କୁମାର ଦାଶ, ତରଙ୍ଗ ସେନ ପରିଡା, ସାରଦା ଚରଣ ବେହେରା, ତାପସ ବଳ, ଚିତ୍ତ ରଞ୍ଜନ ନାୟକ ପ୍ରମୁଖ ପରିଚାଳନା କରିଥିଲେ |ଶେଷରେ ସଂସ୍କୃତିକ କାର୍ଯ୍ୟକ୍ରମ ପାରିବେଷିତ ହୋଇଥିଲା
Article Image
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ