Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଭାରତୀୟ ଜନତା ପାର୍ଟି ର ଉତ୍କର୍ଷ ଓ ସଫଳତା ନେଇ ପର୍ଯ୍ଯାଲୋଚନା 2

ରାଇରଙ୍ଗପୁର, 16/06/2025, ବିକ୍ରମ ଓଡ଼ିଶା ନିୟୁଜ: ଭାରତୀୟ ଜନତା ପାର୍ଟି ର ଉତ୍କର୍ଷ ଓ ସଫଳତା ନେଇ ପର୍ଯ୍ଯାଲୋଚନା : ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ ୧୧ ବର୍ଷ ଓ ରାଜ୍ଯରେ ୧ ବର୍ଷ ପୂର୍ତ୍ତୀ ଉପଲକ୍ଷେ ନେଇ ଏହାର ଉତ୍କର୍ଷ ଓ ସଫଳତାର ପର୍ଯ୍ଯାଲୋଚନାର ସମୟ ଆସିଛି l ବେଟି ବାଚାଓ ବେଟି ପାଢାଓ, ଅପରେସନ ସିନ୍ଦୁର, ଉଜ୍ବାଲା ଯୋଜନା, ଧାରା ୩୭୦ ଉଛେଦ ଭଳି ଅନେକ ଯୋଜନା କରିଛନ୍ତି ପ୍ରଧାନମନ୍ତ୍ରୀ l ଆଉ ଏହିସବୁ ଯୋଜନା ମହିଳାଙ୍କ ସୁରକ୍ଷିତ ଓ ସୁସ୍ଥ ଜୀବନଯାପନ ପାଇଁ ଉଦ୍ଦିଷ୍ଟ ହୋଇଛି l କେବଳ ମହିଳା ନୁହେଁ ବରଂ ପ୍ରଧାନମନ୍ତ୍ରୀ କୁଷି, ଶ୍ରମିକ, ସ୍ବାସ୍ଥ୍ଯ, ଶିକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ଅନେକ ଯୋଜନା କରିଛନ୍ତି l ଠିକ୍ ସେହିପରି ବିଜେପି ସରକାର ଓଡିଶାରେ ଆସିବା ପରେ ଅନେକ ଆଶାବିଶ୍ବାସ ପୂରଣ ହୋଇଛି l ପୁରୀ ଶ୍ରୀମନ୍ଦିରର ଚାରି ଦୁଆର ଖୋଲିବା, କର୍ପୋସ ପାଣ୍ଠିରୁ ୫୦ କୋଟି ଟଙ୍କା ମହାପ୍ରଭୁଙ୍କ ମନ୍ଦିର ର ଉନ୍ନତି ପାଇଁ ପ୍ରଦାନ,ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯିବା, ଜନଧନ ଯୋଜନା, ଗୋପବନ୍ଧୁ ସ୍ବାସ୍ଥ୍ଯ ବୀମା ଯୋଜନା, ମହିଳାଙ୍କ ଆର୍ଥିକ କ୍ଷେତ୍ରରେ ସଶକ୍ତିକରଣ ନିମନ୍ତେ ସୁଭଦ୍ରା ଯୋଜନା, ସ୍ବାସ୍ଥ୍ଯ କ୍ଷେତ୍ରରେ ବୈପ୍ଲବିକ ଉନ୍ନତିକରଣ ପାଇଁ ଆଯୁଷ୍ମାନ ଯୋଜନା ଓ ଓଡିଶାରୁ ଶ୍ରମିକମାନେ ବାହାର ରାଜ୍ଯ ଦାଦନ ଶ୍ରମିକ ଭାବେ ନ ଯାଇ ଏଠାରେ କଳକାରଖାନା ପ୍ରତିଷ୍ଠା କରାଯାଇ ନିଯୁକ୍ତିର ସୁଯୋଗ ଲାଭ l ଏଭଳି ଏକବର୍ଷ ମଧ୍ଯରେ ଅନେକ ଜନହିତକର ଯୋଜନା ବିଜେପି ସରକାର କରିଥିବା ବେଳେ ଆସନ୍ତା ଚାରିବର୍ଷ ମଧ୍ଯରେ ଇସ୍ତାହାରରେ ପ୍ରଦାନ କରିଥିବା ସମସ୍ତ ଯୋଜନାକୁ କାର୍ଯ୍ଯକାରୀ କରାଯିବ ବୋଲି ବିଜେପି କର୍ମକର୍ତ୍ତା ସୂଚନା ଦେଇଥିଲେ l ଏହି ସଂକ୍ରାନ୍ତରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ପୌରପାଳିକା ଶ୍ରୀ ଜଗନ୍ନାଥ ମନ୍ଦିର ନିକଟସ୍ଥ କୁଡୁମୀ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ସଭାପତି ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ଜୁରିଲାଲ ମହାନ୍ତଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ଯ ଅତିଥି ଭାବେ ରାଜ୍ଯ ପ୍ରବକ୍ତା ସତ୍ଯବ୍ରତ ପଣ୍ଡା ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ଯ ସମ୍ପାଦକ ନବୀନ ରାମ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ସାରସକଣା ବିଧାୟକ ଭାଦବ ହାଁସଦାଃ ଓ ଜିଲ୍ଲା ଉପସଭାପତି ବିପିନ ମହାନ୍ତ ପ୍ରମୁଖ ଯୋଗ ଦେଇ ବିଜେପି ସରକାରଙ୍କର ଉତ୍କର୍ଷ ଓ ସଫଳତା ସମ୍ପର୍କରେ ସାରଗର୍ଭକ ବକ୍ତବ୍ଯ ପ୍ରଦାନ କରିଥିଲେ l ଉକ୍ତ ବୈଠକରେ ରାଇରଙ୍ଗପୁର ନଗର ସଭାପତି ସୁରଥ ପଟ୍ଟନାୟକ, ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ, ଜିଲ୍ଲା ସମ୍ପାଦକ ଅଶୋକ ମହାନ୍ତ, ଏସି ମୋର୍ଚ୍ଚା ଜିଲ୍ଲା ସଭାପତି କିଶୋର ରଜକ ତଥା ବାମନଘାଟୀ ଉପଖଣ୍ଡର ସମସ୍ତ ବ୍ଲକ ରୁ ମଣ୍ଡଳସ୍ତରୀୟ କର୍ମକର୍ତ୍ତା ଯୋଗ ଦେବା ସହିତ ବୈଦ୍ଯୁତିକ, ଛାପାକଳ ଓ ସାମାଜିକ ଗଣମାଧ୍ଯମର ପ୍ରତିନିଧିଦଳ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ଯକ୍ରମ କୁ ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୁ ଗୋପାଳ ଗୋପ ପରିଚାଳନା କରିଥିବା ବେଳେ ପୂର୍ବତନ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି କୁପାସିନ୍ଧୁ ମହାନ୍ତ ଧନ୍ଯବାଦ ଅର୍ପଣ କରିଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ
Article Image
Article Image