Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଜଗତସିଂହପୁର ନିର୍ବାଚନମଣ୍ଡଳୀ ର ସିଧୋଳ ଗାରୋଇ ସହିତ ବିଭିନ୍ନ ଜଗନ୍ନାଥ ଙ୍କ ବାହୁଡା଼ ଯାତ୍ରା ରେ ଯୋଗଦେଲେ ବିଧାୟକ 1

ଜଗତସିଂହପୁର , 06/07/2025, ବିକ୍ରମ ଓଡ଼ିଶା ନିୟୁଜ: ଜଗତସିଂହପୁର ନିର୍ବାଚନମଣ୍ଡଳୀ ର ସିଧୋଳ ଗାରୋଇ ସହିତ ବିଭିନ୍ନ ଜଗନ୍ନାଥ ଙ୍କ ବାହୁଡା଼ ଯାତ୍ରା ରେ ଯୋଗଦେଲେ ବିଧାୟକ
Article Image
ଜଗତସିଂହପୁର ନିର୍ବାଚନମଣ୍ଡଳୀ ର ବିଭିନ୍ନ ପଞ୍ଚାୟତ ରେ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଜଗନ୍ନାଥ ଓ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ବାହୁଡା଼ ଯାତ୍ରା ପାରମ୍ପରିକ ଭାବେ ଅନୁଷ୍ଠିତ ହୋଇଯାଇଛି। ବାହୁଡା଼ ଯାତ୍ରା ଦେଖିବାକୁ ଭକ୍ତ ମାନଙ୍କ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ବିଭିନ୍ନ ପଞ୍ଚାୟତ ରେ ଅନୁଷ୍ଠିତ ହୋଇ ଥିବା ସମସ୍ତ ବାହୁଡା଼ ଯାତ୍ରା ରେ ଭକ୍ତ ମାନଙ୍କ ଭିଡ଼ ହୋଇଥିବା ବେଳେ। ଏହି ଅବସରରେ ଜଗତସିଂହପୁର ଲୋକପ୍ରିୟ ବିଧାୟକ ଅମରେନ୍ଦ୍ର ଦାସ ବାହୁଡା଼ ଯାତ୍ରା ରେ ଯୋଗ ଦେବା ପାଇଁ ବିଭିନ୍ନ ପଞ୍ଚାୟତ ସମେତ ସିଦ୍ଧଳ ଓ ନାଉଗାଁ ଗାରୋଇ ଜଗନ୍ନାଥଙ୍କ ବାହୁଡା ଜାତ୍ରା ରେ ଯୋଗ ଦେଇଥିବା ବେଳେ ଗାରୋଇ ଜଗନ୍ନାଥ ବାହୁଡା଼ ଯାତ୍ରା ରେ ବିଧାୟକ ଅମରେନ୍ଦ୍ର ଦାସ ଙ୍କ ଆଗମନ କୁ ନେଇ ଶତାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ବିଧାୟକ ଜଗନ୍ନାଥ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ବାହୁଡା଼ ଯାତ୍ରା ଦର୍ଶନ କରିବା ପରେ ଛାତ୍ର ସେନା ବାହିନୀ ପଖ୍ୟରୁ ବାହୁଡା ଜାତ୍ରା କୁ ଆସିଥିବା ଭକ୍ତ ମାନଙ୍କ ତୃଷ୍ନା ମେଣ୍ଟାଇବା ପାଇଁ ପାଇଁ ଦହି ପାଣି ଓ ଆଇସକ୍ରିମ ର ବ୍ୟବସ୍ତା କରାଯାଇଥିବା ସ୍ତାନରେ ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ଛାତ୍ରସେନାଙ୍କ ସହିତ ରହି ବାହୁଡା଼ ଯାତ୍ରା ଦର୍ଶନ ପାଇଁ ଆସିଥିବା ଶୋଷିଲା ଭକ୍ତ ମାନଙ୍କ ତୃଷ୍ନା ମେଣ୍ଟାଇବା ପାଇଁ ନିଜ ହାତରେ ଦହି ପାଣି ବଣ୍ଟନ କରିଥିଲେ। ବିଧାୟକ ଅମରେନ୍ଦ୍ର ଦାସ ଙ୍କ ଏଭଳି ଭକ୍ତ ମାନଙ୍କ ତୃଷ୍ନା ମେଣ୍ଟାଇବା ଦୃଶ୍ୟ ଦେଖିବା ଓ ବିଧାୟକ ଙ୍କ ହାତରୁ ଦହି ପାଣି ପିଇବାକୁ ଶତାଧିକ ଭକ୍ତ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଅମରେନ୍ଦ୍ର ସେନା ବାହିନୀ ପଖ୍ୟରୁ ବାହୁଡା ଜାତ୍ରା ରେ ଏଭଳି ପ୍ରୟାସ ଓ ବିଧାୟକ ଙ୍କ ଏଭଳି ଶୋଷିଲା ଭକ୍ତ ମାନଙ୍କ ତୃଷ୍ନା ମେଣ୍ଟାଇବା ପାଇଁ ପଦକ୍ଷେପ ନିଆଯିବା ନେଇ ନାଉଗାଁ ଅଞ୍ଚଳରେ ଧନ୍ୟବାଦ୍ ର ସୁଅ ଛୁଟିବାରେ ଲାଗିଛି । ହେଲେ ବିଧାୟକ ଙ୍କ ଏଭଳି ଲୋକ ପ୍ରିୟତା କୁ ନେଇ ବିରୋଧୀ ମାନଙ୍କ ହୋସ ଉଡିଜାଇଛି ଜାହା ଏବେ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ନାଉଗାଁ ଅଞ୍ଚଳରେ ବିଧାୟକ ଙ୍କ ଲୋକ ପ୍ରିୟତା ଓ ଦହି ପାଣି ବଣ୍ଟନ କୁ ନେଇ ବୁଦ୍ଧିଜୀବୀ ମହଲରେ ଏକ ପ୍ରକାର ଖୁସିର ମାହୋଲ ଦେଖିବାକୁ ମିଳିଛିଜଗତସିଂହପୁର ଜିଲ୍ଲା ରୁ ସଙ୍ଗ୍ରାମ କିଶୋର ପଟ୍ଟନାୟକଙ୍କ ରିପୋର୍ଟ
Article Image
ସହିତ ଜଗନ୍ନାଥ ବଳଭଦ୍ରଙ୍କ ଓ ଭଉଣୀ ସୁଭଦ୍ରାଙ୍କ ବାହୁଡା଼ ଯାତ୍ରା ଦର୍ଶନ କରିଥିଲେ ଓ ଅମରେନ୍ଦ୍ର ଛାତ୍ର ସେନା ବାହିନୀ କୁ ଭକ୍ତ ମାନଙ୍କ ସେବା କରିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ