କୁଜଙ୍ଗ , 06/07/2025, ବିକ୍ରମ ଓଡ଼ିଶା ନିୟୁଜ: ଝିମାଣୀରେ ମହା ପ୍ରଭୁ ଜଗନ୍ନାଥଙ୍କ ବାହୁଡା଼ ଯାତ୍ରା।କୁଜଙ୍ଗ:ମହା ପ୍ରଭୁ ଜଗନ୍ନାଥଙ୍କ ବାହୁଡା଼ ଯାତ୍ରା ପାଇଁ ଚଳ ଚଞ୍ଚଳ ଝିମାଣୀ ଗ୍ରାମ।ଘଣ୍ଟ,ଘଣ୍ଟା,ଝାଞ୍ଜ,ମୃଦଙ୍ଗ,କୀର୍ତ୍ତନ,ଶଙ୍ଖ,ହୁଳହୁଳି,ହରିବୋଲ ଶବ୍ଦରେ ପ୍ରକମ୍ପିତ ହୋଇ ଉଠିଛି ଗାଁ ଦାଣ୍ଡ ଝିମାଣୀ ଗ୍ରାମରେ ଥିବା ମହା ପ୍ରଭୁ ଜଗନ୍ନାଥଙ୍କ ଭକ୍ତି ପୀଠ।ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଗଦିଆ ପଞ୍ଚାୟତ ଝିମାଣୀ ଗ୍ରାମରେ ଶ୍ରୀ ଗୁଣ୍ଡିଚା ରଥ ଯାତ୍ରା ପରିଷଦ ପକ୍ଷରୁ ମହା ପ୍ରଭୁ ଜଗନ୍ନାଥଙ୍କ ବାହୁଡା଼ ଯାତ୍ରା ମହା ଆଢ଼ମ୍ୱରରେ ପାଳିତ ହୋଇଯାଇଛି।ଏହି ବାହୁଡା଼ ଯାତ୍ରାରେ ମହା ପ୍ରଭୁଙ୍କ ନିକଟରେ ରାଜା ଭାବରେ ଛେରାପହଁରା କରିଥଲେ ପବିତ୍ର ରାଉତ,ଗୁଣ୍ଡିଚା ରାଣୀ ଭାବରେ ସେବା କରିଥଲେ ସୌଭାଗୀନି ସାହୁ,ମାଉସୀ ମା ରଜନୀ ରାଉତ,ମହା ପ୍ରଭୁଙ୍କ ମାମୁଁ ଘର ଭାବରେ ଅଧର ପଣା ଦେଇଥିଲେ ବାବଲ ବରାଳ,ମୁଖ୍ୟ ଦଇତା ପତି ରୂପରେ କାର୍ଯ୍ୟ ତୁଲାଇଥିଲେ ସୋମନାଥ ସ୍ଵାଇଁ।ଉପଦେଷ୍ଟା ଭାବରେ ପବିତ୍ର ସେଠୀ,ଧୀରେନ୍ଦ୍ର ଲେଙ୍କା,ପ୍ରଭାତ ଲେଙ୍କା,ଭୀମସେନ ପ୍ରଧାନ,ଅମରେନ୍ଦ୍ର ରାଉତରାୟ।ଏହି ବାହୁଡା଼ ଯାତ୍ରାରେ ମୁଖ ଆକର୍ଷଣ ଶିବ ଚରଣ ସେଠୀ,ବିଶୁ ସ୍ବାଇଁ,ମାନସ ଲେଙ୍କା,ଜପହରୀ ସେଠୀ,ସନ୍ତୋଷ ରାଉତ,ବାଇଧର ନାୟକ,ପ୍ରସନ୍ନ କୁମାର ରାଉତରାୟ,ବିଷ୍ଣୁ ଚରଣ ଲେଙ୍କା,ହେମନ୍ତ ସେଠୀ,ଯଦୁମଣି ସ୍ବାଇଁ,ହେମନ୍ତ ଲେଙ୍କା,ସମାଜସେବୀ ରୋହିତ ରାଉତ,ନୀଳ ମାଧବ ଲେଙ୍କା,ପ୍ରଶାନ୍ତ ଲେଙ୍କା,ଅଭିରାମ ରାଉତ,ଟୁକୁନା ରାଉତ,ହେମନ୍ତ ବରାଳ,ସଚିତ୍ର ମହାନ୍ତି,ପ୍ରଭାତ ମହାନ୍ତି,ଭୀମସେନ ପ୍ରଧାନ,ଗିରିଧାରୀ ରାଉତ,ପ୍ରମୋଦ ପ୍ରଧାନ,ବିପିନ ସୂତାର ପ୍ରମୁଖ ସମସ୍ତ ଦାୟିତ୍ୱ ତୁଲାଇଥିଲେ।ମହା ପ୍ରଭୁ ଜଗନ୍ନାଥଙ୍କ ବାହୁଡା଼ ଯାତ୍ରାରେ ଅଦୈତ ରାଉତରାୟ,ରଞ୍ଜନ ଲେଙ୍କା,ଜଗବନ୍ଧୁ ରାଉତ,ମଧୁ ସୁଦନ ସ୍ବାଇଁ,ସମୀର ସାହୁ ପ୍ରମୁଖ ପରିଚାଳନା କରିଥିଲେ।ଶ୍ରୀ ଗୁଣ୍ଡିଚା ରଥ ଯାତ୍ରା ପରିଷଦର ସମସ୍ତ ସଦସ୍ୟ ମାନେ ଓ ଝିମାଣୀ ଗ୍ରାମର ସମସ୍ତ ଲୋକମାନେ ସହଯୋଗ କରିଥିଲେ।

