Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 06/07/2025, ବିକ୍ରମ ଓଡ଼ିଶା ନିୟୁଜ: ( ସାଇ ବାବାଙ୍କ ୧୨ ତମ ବାର୍ଷିକ ଉତ୍ସବ ଉପଲକ୍ଷେ କଳସ ଶୋଭାଯାତ୍ରା )ଜଗତସିଂହପୁର

ତା=6/7/25ଜଗତସିଂହପୁର ଗୋପାଳସାଗର ସ୍ଥିତ ଶିରିଡ଼ି ସାଇ ବାବାଙ୍କ ୧୨ତମ ବାର୍ଷିକ ଉଛବ ଓ ହନୁମାନ ଜୀ ଙ୍କ ୯ମ ବର୍ଷ ଉଛବ ଏବଂ ଶ୍ରୀ ଦକ୍ଷିଣସ୍ୱର୍ ମହାଦେବଙ୍କ ଚତୁର୍ଥ ବାର୍ଷିକ ଉତ୍ସବ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୋପାଳଜୀଉ ମନ୍ଦିର ପୁଷ୍କରିଣୀ ରୁ ପୂଜାର୍ଚ୍ଚନା କରାଯାଇ ମହିଳା ମାନେ ୧୦୮ କଳସୀରେ ପାଣି ଆଣି ଗୋପାଳ ସାଗର ସାଇ ମନ୍ଦିର ଯଜ୍ଞ ସ୍ଥଳୀରେ ପହଂଚି ଥିଲେ। ଗୋପାଳସାଗର ସାଇ ଟ୍ରଷ୍ଟ ର କର୍ମକର୍ତ୍ତା ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହି ଠାକୁରଙ୍କ କଳସ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ। ସାଇ ବାବାଙ୍କ ଏହି କାର୍ଯ୍ୟକ୍ରମ ଚଳିତ ମାସ ୫ ତାରିଖଠାରୁ ଆରମ୍ଭ ହୋଇ ଆସନ୍ତା ମାସ ୧୦ ତାରିଖରେ ସମାପନ ହେବ।ହନୁମାନ ଜି ଓ ଦକ୍ଷିଣେଶ୍ୱର ମହାଦେବଙ୍କ ମହାସ୍ନାନ,ସୂର୍ଯ୍ୟପୂଜା,ସାଇ ସତ୍ୟନାରାୟଣ ପୂଜା, ମଣ୍ଡଳାଦିପୂଜା,ଅଗ୍ନି ସ୍ଥାପନ,ସାଇ ଗାୟତ୍ରୀ ଆଦି ରୀତିନୀତି ଅନୁଯାୟୀ ଯଥା ରୀତି ପୂଜାର୍ଚ୍ଚନା କରାଯିବ।୧୦ ତାରିଖ ଦିନ ଶ୍ରୀ ସାଇ ବାବାଙ୍କ ପାଲିଙ୍କି ଶୋଭାଯାତ୍ରା ଅନୁଷ୍ଠିତ ହେବ।ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଇ ଭଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଛ ଦିନ ବ୍ୟାପୀ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସଂଖ୍ୟକ ସାଇ ଭକ୍ତ ଯୋଗ ଦେଇ ସାଇ କୃପା ଲାଭକରିବା ପାଇଁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି l
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ