କାକଟପୁର, 06/07/2025, ବିକ୍ରମ ଓଡ଼ିଶା ନିୟୁଜ: ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କାକଟପୁର ତା ୬/୭( ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା କାକଟପୁର ଥାନା ଅଧୀନସ୍ଥ ପାଟସୁନ୍ଦରପୁର ପଞ୍ଚାୟତ ପଥରପକା ଗ୍ରାମର ପୋଖରୀରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକ ଜଣକ ହେଲେ ଉକ୍ତ ଗଁ।ର ଚଗଲି ସ୍ୱାଇଁ। ସୂଚନା ଅନୁଯାଇ ଗତ ୨ ଦିନ ପୂର୍ବରୁ ଚଗଲି ଘରୁ କେଉଁଆଡେ ଚାଲିଯାଇଥିବା ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ କାକଟପୁର ଥାନାରେ ଦିଆଯାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି ପରେ ଚଗଲିଙ୍କର କୌଣସି ପତ୍ତା ମିଳିନଥିଲା l ରବିବାର ସକାଳେ ତାଙ୍କର ମୃତଦେହ ତାଙ୍କ ଘର ପଛପଟ ପୋଖରୀରେ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। କାକଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଅପମୁର୍ତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଚଗଲି ଜଣେ ଆଂଶିକ ମାନସିକ ବିକୃତ ଥିବାବେଳେ ବାତ ରୋଗ ଯୋଗୁଁ ପୋଖରୀରେ ପଡିଯାଇ ମୃତ୍ୟୁ ହୋଇଥାଇପାରେ ବୋଲି ଗ୍ରାମର ସନ୍ତୋଷ ସ୍ବାଇଁ ପ୍ରକାଶ କରିଛନ୍ତି l ଏ ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲୁ ରହିଛି ବୋଲି କାକଟପୁର ଥାନା ଏସଆଇ ଗୌରୀଶଙ୍କର ସେଠୀ ପ୍ରକାଶ କରିଛନ୍ତି l