Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଓଜିବି ବ୍ୟାଙ୍କ ମ୍ୟାନେଜରଙ୍କୁ ସମ୍ବର୍ଦ୍ଧନା 1

କାକଟପୁର, 06/07/2025, ବିକ୍ରମ ଓଡ଼ିଶା ନିୟୁଜ: ଓଜିବି ବ୍ୟାଙ୍କ ମ୍ୟାନେଜରଙ୍କୁ ସମ୍ବର୍ଦ୍ଧନାକାକଟପୁର ତା ୬/୭ ( ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା କାକଟପୁରସ୍ଥିତ ଓଜିବି ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ଜେନାଙ୍କ ପାଇଁ ଶନିବାର ଦିନ ଏକ ସମ୍ଭର୍ଦ୍ଧନା ଉତ୍ସବ ଶାଖା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଅଛି l ସେ ଜଣେ ଦକ୍ଷ ଶାଖା ପରିଚାଳକ ସହିତ ସଚ୍ଚୋଟ ମେଳାପୀ ବ୍ୟକ୍ତି ଥିଲେ l ବିଭିନ୍ନ ଶାଖାରେ କାର୍ଯ୍ୟକରୀ ବହୁ ଲୋକଙ୍କ ର ପ୍ରିୟପାତ୍ର ହେବା ସହିତ ଅନେକ ପ୍ରଶଂସା ସାଉଁଟିଥିଲେ l ତାଙ୍କ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଥିବା ବ୍ୟକ୍ତି ବିଶେଷ ମାନେ ଦୁଃଖ ପ୍ରକାଶ କରି ଶ୍ରୀଯୁକ୍ତ ଜେନାଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ତାଙ୍କ ବଦଳି ଦ୍ୱାରା ବ୍ୟାଙ୍କ ଜଣେ ଭଲ ମ୍ୟାନେଜରଙ୍କର ସେବାରୁ ବଞ୍ଚିତ ହେଲାବୋଲି ପ୍ରକାଶ କରିଥିଲେ l ଶ୍ରୀଯୁକ୍ତ ଜେନା କାକଟପୁର ବ୍ୟାଙ୍କରେ କାର୍ଯ୍ୟକାଳ ଭିତରେ ସରକାରଙ୍କ ନିୟମ ଅନୁଯାଇ ଅନେକ କୃଷିଋଣ, ମୁଦ୍ରାରୁଣ ପ୍ରଦାନ କରି ଗ୍ରାହକ ମାନଙ୍କର ବେଶ ପ୍ରିୟଭାଜନ ହୋଇପାରିଥିଲେ l ଏଥିସହ ଓଜିବି ବ୍ୟାଙ୍କ କାର୍ଯ୍ୟରତ ସହ-ପରିଚାଳକ ସରସ୍ବତୀ ସ୍ୱାଇଁଙ୍କର କଟକ ବଦଳି ଫଳରେ ବ୍ୟାଙ୍କ ରେ କାର୍ଯ୍ୟରତ ଦୁଇ ଦୁଇ ଜଣ ଭଲ ସିନିୟର କର୍ମଚାରୀ ଯିବା ଦ୍ୱାରା ଗ୍ରାହକମାନେ ଦୁଃଖ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ବରିଷ୍ଠ ଶାଖା ପରିଚାଳକ ପ୍ରଭାକର ଖୁଣ୍ଟିଆ, ଉଦୟପୁର ଶାଖା ପରିଚାଳଜ ସମୀର କୁମାର ନାୟକ, ଖଣ୍ଡାସାହି ଶାଖା ପରିଚାଳକ ରଞ୍ଜିତ କୁମାର ମହାନ୍ତି, ବାଙ୍ଗୁରୀଗାଁ ଶାଖା ପରିଚାଳକ ହିମାଦ୍ରୀ ଭୂଷଣ ସାହୁ, କୁଣ୍ଢେଇ ଶାଖା ପରିଚାଳକ ପ୍ରିୟବ୍ରତ ପୃଷ୍ଟି, ଲତାହରଣ ଶାଖା ପରିଚାଳକ ଯଶୋଦା ବେହେରା, ଅସ୍ତରଙ୍ଗ ଶାଖା ପରିଚାଳକ ଉମେଶ ଚନ୍ଦ୍ର ବାରିକ, ଆଳସାହି ଶାଖା ପରିଚାଳକ ପ୍ରଭୁପ୍ରସାଦ ବାହିନୀପତି ପ୍ରମୁଖ ଯୋଗଦେଇଥିବାବେଳେ ସନ୍ତୋଷ ଦୀକ୍ଷିତ, ସମ୍ପଦ ବରାଳ, ସଂଗ୍ରାମ ସ୍ୱାଇଁଙ୍କ ସମେତ ଶତାଧିକ ଗ୍ରାହକ ଯୋଗଦେଇ ଉଭୟ ପରିଚାଳକଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଦିତ କରିଥିଲେ l
Article Image