Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 06/07/2025, ବିକ୍ରମ ଓଡ଼ିଶା ନିୟୁଜ: ବଟଶ୍ରୀ ଓ ଓଁ ସାଈ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତଜଗତସିଂହପୁର: ବଟଶ୍ରୀ ଚାରିଟେବଲ ଟ୍ରଷ୍ଟ ଓ ଓଁ ସତ୍ୟସାଇ ଯୁବ ସଂଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର ତିର୍ତ୍ତୋଲ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ରକ୍ତଦାନ ଶିବିରକୁ ଆଇନଜୀବୀ ମଞ୍ଜୁଲତା ରାଉତ, କୁମାରଉତ୍ସବ ସମିତି ସଭାପତି ବିମଳ କୁମାର ମହାପାତ୍ର, ଅବସରପ୍ରାପ୍ତ ଟାଟାଷ୍ଟିଲ ଅଫିସର ପ୍ରମୋଦ କୁମାର ସାହୁ ଓ ସୁଶ୍ରୀ ଶୁଭଶ୍ରୀ ସଭାପତି ପ୍ରେମ ଚରଣ ରାଉତ ଉଦଘାଟନ କରିଥିବାବେଳେ ବଟଶ୍ରୀ ଟ୍ରଷ୍ଟ ଅଧ୍ୟକ୍ଷ ବିଭୂଷିତା ଦାସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ବଟଶ୍ରୀ ସଭାପତି ଡ଼କ୍ଟର ବସନ୍ତ ମଞ୍ଜରୀ ଦାସ, ମା ଶାରଳା ଫାଉଣ୍ଡେସନର ଅଧ୍ୟକ୍ଷା ସୋନାଲୀ ମହାନ୍ତି, ସୁଚିନ୍ତା ଅଧ୍ୟକ୍ଷ ଶିବ ପ୍ରସାଦ ସାହୁ ଓ ବଟଶ୍ରୀ ସଭ୍ୟାଗଣ ଉପସ୍ଥିତ ଥିଲେ l ସତ୍ୟସାଇ ଯୁବ ସଂଗଠନ ସମ୍ପାଦକ ଶୁଭମ କୁମାର ସାହୁ, ସୌମ୍ୟଜିତ ରାଉତ, ସାଇ ଶୁଭଜିତ ଜେନା, ଅଲେଖ ନାଥ, ସୌମ୍ୟରଞ୍ଜନ ନାୟକ, ବିଶ୍ଵପ୍ରକାଶ ସାମନ୍ତରାୟ, ଅଂଶୁମାନ ମହାପାତ୍ର ପ୍ରଭୃତି ରକ୍ତଦାନ କରିବା ସଙ୍ଗେ ସଙ୍ଗେ ସମସ୍ତ ଦାୟିତ୍ୱ ବହନ କରିଥିଲେ l ବିଶ୍ୱନାଥ ମହାପାତ୍ର, ଅନିଲ କୁମାର ରାଉତ,ହୃଷିକେଶ ପରିଜା ଓ ବିଦ୍ୟାଳୟର ପ୍ରଧାନ ଗୁରୁଜୀ ଅରୁଣ କୁମାର ସାମନ୍ତରାୟ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ l ଓଁ ସତ୍ୟସାୟୀ ସେବା ସଂଗଠନ ର ସମସ୍ତ ସଦସ୍ୟ ସ୍ବେଛାକୃତ ରକ୍ତଦାନ କରିଥିବାବେଳେ ପଚାଶରୁ ଉର୍ଦ୍ଧ୍ଵ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।
