Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ରାଇରଙ୍ଗପୁରରେ ରଜପର୍ବ ମହାଆଡମ୍ବରରେ ପାଳିତ 1

ରାଇରଙ୍ଗପୁର, 16/06/2025, ବିକ୍ରମ ଓଡ଼ିଶା ନିୟୁଜ: : ରାଇରଙ୍ଗପୁରରେ ରଜପର୍ବ ମହାଆଡମ୍ବରରେ ପାଳିତ : ମହାନ ଗଣପର୍ବ ରଜ ଆଦିବାସୀଅଧ୍ଯୁଷିତ ମୟୂରଭଞ୍ଜରେ ମହାଆଡମ୍ବର ସହକାରେ ପାଳିତ ହୋଇଥାଏ l ଏହି ପର୍ବରେ ଲୋକେ ଘରେ ଘରେ ପିଠାପଣାର ଆସର l ତା ସାଙ୍ଗକୁ ଦୋଳିର ନିଆରା ଅନୁଭୂତିରେ ମନ ଉତଫୁଲ୍ଲିତ ହୋଇଥାଏ l ଆଉ ଦେଖାଯାଉନାହିଁ ଗଛରେ ବାଉଁଶ ସାହାଯ୍ଯରେ ଦୋଳି ଖେଳ l ଲୋକେ ଏବେ ପାର୍କ ରେ ଯାଇ ଦୋଳି ଖେଳି ଆନନ୍ଦିତ ହେଉଛନ୍ତି l ପୁଣି ଦେଖାଯାଉଛି ସପିଂ ମଲ, ଡ୍ରେସ ଦୋକାନରେ ଲୋକମାନଙ୍କର ନାହିଁ ନ ଥିବା ଭିଡ l ବିଶେଷତଃ ରଜ ହେଉଛି ଝିଅ ପିଲାମାନଙ୍କର ଅନନ୍ଯ ପର୍ବ l ସେମାନେ ନୂଜା ପୋଷାକ ପିନ୍ଧି ଘରକୁ ନାନା ପ୍ରକାରେ ସଜାଇ ପିଠାପଣା ଖାଇ ପାର୍କ ବୁଲିବାକୁ ବାହାରି ଯାହାନ୍ତି l ଏହି ଦିନ ସେମାନେ ଆନନ୍ଦରେ ଘରେ ରହି ପାନ ଓ ନାନା ପ୍ରକାର ଖେଳରେ ସମୟ ବିତାଇଥାନ୍ତି l ତଥା ଏହି ଦିବସରେ ଅନେକ ସ୍ଥାନରେ ଗୀତନାଚ କରାଯାଇଥାଏ l ବାସ୍ତବିକ ଏହିପର୍ବ ଖୁସି ଓ ଆନନ୍ଦର ପର୍ବ l ତାସହିତ ପରିବାର ଲୋକମାନଙ୍କ ସହିତ ମିଶି ମାଂସମୁଢିର ମଧୁର ସଂଯୋଗ l ତାହା ଦେଖିଲେ ଲାଗେ ସମସ୍ତଙ୍କ ଭିତରେ ରହିଛି ଭାଇଚାରା, ବନ୍ଧୁତ୍ବ ଓ ଅନାବିଳ ପ୍ରେମ l ଏହା ମୟୂରଭଞ୍ଜ କାହିଁକି ଓଡିଶାର ପୁରପଲ୍ଲୀରେ ବେଶ ଧୁମଧାମରେ ପାଳନ କରିଥାନ୍ତି l ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରରେ ମଧ୍ଯ ନାରୀମାନେ ନବ ପୋଷାକ ପିନ୍ଧି ଦୋଳି, ପିଠାପଣା ଓ ମାଂସମୁଢିରେ ଦିନତମାମ ହସଖୁସି ରେ ବିତାଇଥିଲେ l ଠିକ ସେହିପରି ଉପଖଣ୍ଡର ସମସ୍ତ ବ୍ଲକରେ ଝିଅମାନେ ହର୍ଷ ଓ ଆନନ୍ଦରେ ରଜ ଉତ୍ସବ ପାଳନ କରିଥିଲେ l ଏଥି ସହିତ ବଜାରରେ କପଡା ଦୋକାନ ମାନଙ୍କରେ ପରିବାରର ସମସ୍ତେ ଯାଇ ପୋଷାକ ଖରିଦି କରିଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ
Article Image
Article Image