Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ସିଦ୍ଧୋଳ ଜଗନ୍ନାଥବାହୁଡା଼ ଯାତ୍ରା ଦର୍ଶନ କରିବା ସହିତ ଉଦ୍ଦଘାଟନୀ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ବିଧାୟକ 1

ଜଗତସିଂହପୁର , 06/07/2025, ବିକ୍ରମ ଓଡ଼ିଶା ନିୟୁଜ: ସିଦ୍ଧୋଳ ଜଗନ୍ନାଥବାହୁଡା଼ ଯାତ୍ରା ଦର୍ଶନ କରିବା ସହିତ ଉଦ୍ଦଘାଟନୀ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ବିଧାୟକ
Article Image
ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ସଦର ସିଦ୍ଧୋଳ ଜଗନ୍ନାଥ ମନ୍ଦିର ପଖ୍ୟରୁ କରାଯାଇଥିବା ବାହୁଡା଼ ଯାତ୍ରା ଦର୍ଶନ କରିବା ସହିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆଲୋକୀ କରଣ ଓ ମନ୍ଦିର କୁ ଆସୁଥିବା ଭକ୍ତମାନଙ୍କ ପାଇଁ ଏକ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ର ଶୁଭ ଉଦ୍ଧଘାଟନୀ କାର୍ଯ୍ୟକର୍ମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ବିଧାୟକ ଅମରେନ୍ଦ୍ର ଦାସ ପ୍ରାପ୍ତ ସୁଚନା ରୁ ପ୍ରକାଶ ଜଗତସିଂହପୁର ବ୍ଲକ ସଦର ସିଦ୍ଧୋଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ବ୍ଲକ ପ୍ରସାସନ ପଖ୍ୟରୁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ଆଲୋକି କରଣ ଓ ମନ୍ଦିର ପରିସରରେ ଏକ ଥଣ୍ଡା ବିସୁଦ୍ଧ ଜଳ ପ୍ରକଳ୍ପ ର ଶୁଭ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜଗତସିଂହପୁର ବ୍ଲକ୍ ଅଧିକାରୀ ଓ ତହସିଲଦାର ଯୋଗ ଦେଇଥିଲେ ଓ ମୁଦୁପୁର ପଞ୍ଚାୟତ ସରପଞ୍ଚ ସିଦ୍ଧାର୍ଥ ସଙ୍କର ରାୟ ଙ୍କ ସହିତ ସମିତି ସଭ୍ୟା ଶ୍ରୀମତୀ ମୌସୁମି ବାରିକ୍ ଓ ନାୟବ ସରପଞ୍ଚ ଶ୍ରୀମତୀ ବନଲତା ପରିଡା ସ୍ଥାନୀୟ ଏମ ବି କେ। ସିଆରପି ଏବଂ ଏସ ଏଚ ଜି ମହିଳା ଗୃପ ଙ୍କ ସହିତ ପଙ୍କଜ ପ୍ରୀତି ପରଡା ଓ ତାପସ ମହାପାତ୍ର କୁଷ୍ଠ ଚନ୍ଦ୍ର ଦାସ ଦିପକ ସାମନ୍ତରାୟ ସୁବାସ ରାଉତ ଲଖ୍ମୀଧର ସାମନ୍ତରାୟ ଯୋଗ ଦେଇଥିବା ବେଳେ ଅନେକ ବୁଦ୍ଧିଜୀବି ଓ ଅନେକ ବିଜେପି କର୍ମକର୍ତ୍ତା ମାନଙ୍କ ଉପସ୍ତିତୀ ରେ ମାନ୍ୟବର ଲୋକ ପ୍ରିୟ ବିଧାୟକ ଅମରେନ୍ଦ୍ର ଙ୍କ ଦ୍ବାରା ମନ୍ଦିର ସମ୍ମୁଖରେ ଏକ ଆଲୋକି କରଣ ହାଇମାକ୍ସ ଲାଇଟ୍ ର ଶୁଭ ଉଦ୍ଘାଟନ କରିବା ସହିତ ମନ୍ଦିର ପରିସରରେ ଏକ ଥଣ୍ଡା ବିସୁଦ୍ଧ ଜଳ ପ୍ରକଳ୍ପ ର ଉଦ୍ଘାଟନ କରିଥିଲେ ବିଧାୟକଙ୍କ ଏଭଳି ଜନସେବା କୁ ନେଇ ସାଧାରଣରେ ଧନ୍ୟବାଦ୍ ର ସୁଅ ଛୁଟିବାରେ ଲାଗିଛିଜଗତସିଂହପୁର ଜିଲ୍ଲା ରୁ ସଙ୍ଗ୍ରାମ କିଶୋର ପଟ୍ଟନାୟକଙ୍କ ରିପୋର୍ଟ
Article Image