ନାଉଗାଁ, 06/07/2025, ବିକ୍ରମ ଓଡ଼ିଶା ନିୟୁଜ: ହୀରାକୁଦ ଛାଡିବ ବନ୍ୟା ଜଳ, ଦେବୀ ନଦୀ ବନ୍ଧ ଦ୍ରୁବଳ।କେତେ ସୁରକ୍ଷିତ ଦେବୀ ନଦୀ ବନ୍ଧ?
ନାଉଗାଁ ୦୬/୦୭ ବିକ୍ରମ ଓଡିଶା ନିୟଜୁ,ହୀରାକୁଦ ଜଳ ଭଣ୍ଡାର ଛାଡିଛି ବନ୍ୟା ଜଳ, ନାଉଗାଁ ବ୍ଲକ ସ୍ଥିତ ଦେବୀ ନଦୀ ବନ୍ଧ ଦ୍ରୁବଳ। କେତେ ସୁରକ୍ଷିତ ଆମ ନଦୀ ବନ୍ଧ ଓ ଆମ ଅଞ୍ଚଳ? ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ମାଳମାଳ?

ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକଟି ଦେବୀ ନଦୀ ସିମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ। ଏହି ଦେବୀ ନଦୀର ଦୀର୍ଘ ସୀମାକୁ ଲାଗିରହିଛି ନାଉଗାଁ ବ୍ଲକର ଗଜରାଜପୁର, ଗଳଦାରୀ, ରୋହିଆ, ବାଛଳ, ଶିଖର, ଓସ୍କଣା ଓ କୋରୁଆ ପ୍ରମୁଖ ୭ଟି ପଞ୍ଚାୟତର ୩୦ଟି ଗାଁ ନଦୀକୂଳିଆ ରହିଛି। ଏହି ଦେବୀ ନଦୀରେ ପ୍ରତିବର୍ଷ ହିରାକୁଦ ବନ୍ୟାଜଳ ଛାଡିଲେ ମୁଖ୍ୟତଃ ଅନ୍ତପୁରା, ଦେବୀଦେଉଳ,ତୁମ୍ଭେଶ୍ୱର, ବଚ୍ଛାଳ, ଶିଖର, ଭଣ୍ଡିସାହି, ପୋକାମୂଳ, ବାଇଁଆପଡା ପ୍ରମୁଖ ସ୍ଥାନ ଗୁଡିକରେ ବନ୍ଧ ବିପଦ ସଂକେତ ପୂର୍ଣ୍ଣ ଅଞ୍ଚଳ ଭାବେ ପ୍ରବାହିତ ହୋଇଥାଏ ବନ୍ୟାଜଳ। ଯାହା ନାଉଗାଁ ଅଞ୍ଚଳ ବାସୀଙ୍କ ମନରେ ଆଶଙ୍କା ସୃଷ୍ଟି କରିଥାଏ। ସୂଚନା ଥାଉକି ଦେବୀଦେଉଳ, ଅରଖକୁଦ, ପୋହଳ, ଅନ୍ତପୁରା, ବଛାଳ, ବିଲିପଡ଼ା, ଶିଖର ଆଦି ସ୍ଥାନରେ ନଈ ବନ୍ଧ ଖାଇ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଯାହା ବନ୍ୟାଜଳ ଆସିଲେ ଉକ୍ତ ଅଞ୍ଚଳର ବନ୍ଧ ଦ୍ରୁବଳ ହେତୁ ଘାଇ ସୃଷ୍ଟି ହେବାର ସମ୍ଭାବନା ହୋଇ ପାରେ। ଏଥି ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ଆବଶ୍ୟକ ରହିଛି। ପ୍ରତିବର୍ଷ ଦେବୀ ନଦୀ ବନ୍ଧ ମରାମତି ପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଥିଲେ ସୁଧା ବନ୍ଧ ଯେମିତି ଦ୍ରୁବଳକୁ ସେମିତି ଦ୍ରୁବଳ ହୋଇ ରହିଥାଏ। ଠିକାଦାର ମାନଙ୍କ ପାଇଁ ଏହା ଏକ ଲାଭଦାୟକ ବ୍ୟବସାୟ ରେ ପରିଣନ୍ତ ହୋଇଛି। ଉକ୍ତ ଦୃବଳ କାର୍ଯ୍ୟ କୂ ତଦାରଖ କରିବାକୁ ଥିବା ବିଭାଗୀୟ ଅଧିକାରୀ, ଜଳ ସମ୍ପଦ ଯନ୍ତ୍ରୀ ମାନେ ଠିକାଦାର ଙ୍କ ସହ ସହାଭାଗିତା ହୋଇ ମାଲାମାଲ ହୋଉଥାନ୍ତି। କୁହାଯାଏ ନାଉଗାଁ ପାଇଁ ଦେବୀ ନଦୀ ଏକ ବରଦାନ ସଦୃଶ୍ୟ କିନ୍ତୁ ଏହି ଦେବୀ ନଦୀ ବନ୍ଧ ବେଳେ ବେଳେ ଆଣିଦିଏ ଅନେକ ଚିନ୍ତା। ନଦୀରେ କୋଟି କୋଟି ଟଙ୍କାର ପଥର ପ୍ୟାକିଙ୍ଗ, ଗୁରୁଜ ନିର୍ମାଣରେ ହୋଇ ଥିଲେ ସୁଧା ଏଥିରେ ଦ୍ରୁବଳ କାର୍ଯ୍ୟ ହେତୁ ଗୋଟେ ବନ୍ୟା ଜଳ ପ୍ରବହାରେ ତାହା ଭୁଶୁଡି ପଡେ। ଫୁଣି ଯେଉଁ ବିପଦ କୁ ସେଇ ବିପଦ ସଂକୁଳ ଭାବେ ନଦୀ ବନ୍ଧ ପଡି ରହୁଛି। ଯାହା ବନ୍ୟା ଜଳ ଆସିଲେ ଅଞ୍ଚଳବାସୀଙ୍କ ମନରେ ଛନକା ସୃଷ୍ଟି କରିଥାଏ। ବନ୍ୟା ସମୟରେ କେବେ ହେବ ବିପଦ ମୁକ୍ତ ହେବ ନଦୀ ବନ୍ଧ ବୋଲି ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି। ଏଥିନେଇ ନାଉଗାଁ ବ୍ଲକର ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ସାଧାରଣ ଜନତା ମାନେ ବନ୍ଧର ଦୃଢ଼ ମରାମତି କାର୍ଯ୍ୟ ପାଇଁ ଦାବି କରିଛନ୍ତି।