Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଝଙ୍କଡ଼ ସାରଳା ପୀଠ ରେ ପାଲା ମହୋତ୍ସବ ୨୦୨୫ ଉଦଯାପିତ 1

ତିର୍ତୋଲ, 07/07/2025, ବିକ୍ରମ ଓଡ଼ିଶା ନିୟୁଜ: ଝଙ୍କଡ଼ ସାରଳା ପୀଠ ରେ ପାଲା ମହୋତ୍ସବ ୨୦୨୫ ଉଦଯାପିତତିର୍ତ୍ତୋଲ-୬/୭-(ରିପୋର୍ଟ-ଟୁକନ ସେଠୀ)- ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରେ ପବିତ୍ର ବାହୁଡା଼ ଯାତ୍ରା ଉପଲକ୍ଷେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ପାଲାମହୋତ୍ସବ ୨୦୨୫ ରବିବାର ଦିନ ବିଳମ୍ବିତ ରାତ୍ରୀରେ ଉଦଯାପିତ ହୋଇଯାଇଛି। ମା ସାରଳା ଶ୍ରୀ ଜଗନ୍ନାଥ ପାଲା ପରିଷଦ ଆନୁକୁଲ୍ୟରେ ଆୟୋଜିତ ଏହି ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଗାୟକ କୁମୁଦ କବି ପ୍ରସାଦ ତରାଇ ଙ୍କ ସମେତ ବାୟକ ଅଜୟ କୁମାର ନାୟକ, ଶ୍ରୀ ପାଳିଆ କାଶୀନାଥ ବେହେରା, ଓ ସଙ୍ଗୀତ ସରୋଜ କୁମାର ସେନାପତି, ଉମାକାନ୍ତ ସ୍ୱାଇଁ ପ୍ରମୁଖ ନବରସ ଯୁକ୍ଟ ପାଲା ପରିବେଷଣ କରି ଉପସ୍ଥିତ ବିଦଗ୍ଧ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ୍ କରିଥିବାରୁ, ଅନୁଷ୍ଠାନର ସଭାପତି ବ୍ରଜକିଶୋର ମଲ୍ଲିକ, ସମ୍ପାଦକ ଅମରଜ୍ୟୋତି ସାହୁ, କୋଷାଧ୍ୟକ୍ଷ ସୁଦାମ ଚରଣ ଗୋଚ୍ଛାୟତ ଓ ଉପଦେଷ୍ଟା ବିଶ୍ୱରଂଜନ ରାଉଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବ ରେ ଗାୟକ ଶ୍ରୀ ତରାଇ ଙ୍କ ସମେତ ସମସ୍ତ ସାଥୀବୃନ୍ଦ ଙ୍କୁ ପୁଷ୍ପମାଲ୍ୟ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ, ମା ସାରଳା ଙ୍କ ସମସ୍ତ ସେବାୟତ, କନକପୁର ବଜାର ବଣିକ ସଂଘ ର ସଦସ୍ୟ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।
Article Image