Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 07/07/2025, ବିକ୍ରମ ଓଡ଼ିଶା ନିୟୁଜ: ଅଗ୍ନିବିପର୍ନ ଙ୍କ ନିଉଜ ତୋଫାନ ଇଣ୍ଟରଟେନମେଣ୍ଟ ନିଉଜ ପ୍ରସାରଣ ପରେ ସହଯୋଗ ର ହାତ ବଢାଇଲେ ତେଜସ୍ବୀନି ମହିଳା ସଙ୍ଗଠନ

ଜଗତସିଂହପୁର ବ୍ଲକ ସଦର ସମଙ୍ଗ ପଞ୍ଚାୟତ ର ଗୁଡିଆ ସାହି ଗ୍ରାମର ବାବାଜୀ ଦାସ ଙ୍କ ନୁତନ ଗୃହ ନିର୍ମାଣ ଚାଲୁଥିବା ବେଳେ ଅନ୍ୟପଟେ ରୋଷେଇ ଘରେ ଘରର ଆସବାବ ପତ୍ର ରଖିବା ସହିତ ସମସ୍ତେ ରହୁଥିବା ବେଳେ ସନ୍ଧେହ ଜନକ ଭାବେ ନିଆଁ ଲାଗି ଘରର ସମସ୍ତ ଆସବାବପତ୍ର ଜଳିବା ସହିତ ଗୁହାଳ ଘର ମଧ୍ୟ ନିଆଁ ରେ ଜଳିଜାଇଥିବା ନେଇ ତୋଫାନ ଇଣ୍ଟରଟେନମେଣ୍ଟ ନିଉଜ ରେ ପ୍ରସାରଣ କରାଯାଇଥିବା ବେଳେ ଜାହାକୁ ଦେଖି ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଘଟଣାସ୍ତଳରେ ପହଞ୍ଚି ବାବାଜୀ ଦାସ ଙ୍କୁ ସହଯୋଗ ର ହାତ ବଢ଼ାଇଥିଲେ ଜାହାକୁ ନେଇ ବିଧାୟକ ଅମରେନ୍ଦ୍ର ଦାସ ଙ୍କୁ ବିପଦର ବନ୍ଧୁ ବୋଲି ଉକ୍ତ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଅନ୍ୟପଟେ ଜଗତସିଂହପୁର ଜେଜସ୍ବୀନି ମହିଳା ସଙ୍ଗଠନର ସଭାପତି ଅଞ୍ଜନା ସାହୁଙ୍କ ସହିତ ଅନେକ ମହିଳା କର୍ମକର୍ତ୍ତା ମାନେ ଏକତ୍ରିତ ହୋଇ ଅଗିବିପର୍ନ ବାବାଜୀ ଦାସ ଙ୍କ ଅତି ଦୟନୀୟ ଅବସ୍ତାରେ ଥିବା ଜାଣୀ ହଠାତ୍ ବାବାଜୀ ଦାସ ଙ୍କ ଘରେ ପହଞ୍ଚି ବାବାଜୀ ଦାସ ଙ୍କ ପରିବାର କୁ ସାନ୍ତ୍ଵନା ଦେବା ସହିତ ପରିବାର ଲୋକ ଙ୍କ ପାଇଁ ପିନ୍ଧିବାକୁ ନୁତନ ବସ୍ତ୍ର ଓ ଶୁଖିଲା ଖାଦ୍ୟ ପଦାର୍ଥ ସହଯୋଗ କରିଥିଲେ ଜାହାକୁ ନେଇ ଉକ୍ତ ଅଞ୍ଚଳରେ ତେଜସ୍ବନି ମହିଳା ସଙ୍ଘଠନ କୁ ନେଇ ସାଧାରଣରେ ଧନ୍ୟବାଦ୍ ର ସୁଅ ଛୁଟିବାରେ ଲାଗିଛିଜଗତସିଂହପୁର ଜିଲ୍ଲା ରୁ ସଙ୍ଗ୍ରାମ କିଶୋର ପଟ୍ଟନାୟକଙ୍କ ରିପୋର୍ଟ