Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

କନକ ପୁର ଶାସନ ବଢେଇସାହି ରାସ୍ତାରେ ରେ ଯମ ବି ପଶିବନି ! 1

ତିର୍ତୋଲ, 07/07/2025, ବିକ୍ରମ ଓଡ଼ିଶା ନିୟୁଜ: କନକ ପୁର ଶାସନ ବଢେଇସାହି ରାସ୍ତାରେ ରେ ଯମ ବି ପଶିବନି ! ତିର୍ତ୍ତୋଲ-୭/୭-(ରିପୋର୍ଟ-ଟୁକନ ସେଠୀ) ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ,କନକପୁର ଗ୍ରାମ ପଞ୍ଚାୟତ ର କନକପୁର ଶାସନ ଗ୍ରାମ ର ବଢେଇସାହି ଗଳି ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ, ଏହି ରାସ୍ତା ଦେଇ ଯାତାୟାତ କରୁଥିବା ବସ୍ତି ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଡଚଉରା ଛକ ପାଖରୁ ୧୨ ନମ୍ବର ସାରଳା କେନାଲ ର ଅରଡଙ୍ଗ ପୋଲ ପାଖକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଟି ମଧ୍ଯ ଖାଲ ଢିପ ରେ ପରିଣତ ହୋଇଥିବା ବେଳେ, ଲୋକନାଥ ବାରିକ ଘରଠାରୁ ବଢେଇ ସାହି ଗଳି ରାସ୍ତାର ଆରମ୍ଭ ରୁ କାଦୁଅ ଓ ପଚା ଦୁର୍ଗନ୍ଧ ପାଣି ଜମି ରହିଥିବାରୁ, ରୋଗ ସୃଷ୍ଟି ହେବାର ଆଶଙ୍କା ଥିବାରୁ, ଅଙ୍ଗନବାଡ଼ି ଓ ସ୍କୁଲ ରେ ପଢୁଥିବା ପିଲାମାନେ ଆଦୌ ଯିବା ଆସିବା କରି ପାରୁନାହାଁନ୍ତି । ଗ୍ରାମବାସୀ ମାନେ ଏ ସମ୍ପର୍କରେ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ତିର୍ତ୍ତୋଲ ବିଧାୟକ ଙ୍କ ନିକଟରେ ଯେତେ ଆପତ୍ତି ଅଭିଯୋଗ କଲେ ମଧ୍ୟ କିଛି ଫଳପ୍ରଦ ହୋଇପାରିନାହିଁ। ତିର୍ତ୍ତୋଲ ବ୍ଲକ ବିଡିଓ, ବିଭାଗୀୟ ଯନ୍ତ୍ରୀ ଙ୍କ ଦ୍ଵାରା ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଗ୍ରାମବାସୀମାନେ ନିବେଦନ କରିଅଛନ୍ତି।
Article Image
Article Image