Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଖୋର୍ଦ୍ଧା , 07/07/2025, ବିକ୍ରମ ଓଡ଼ିଶା ନିୟୁଜ: ପବିତ୍ର କୁରଆନ ସପ୍ତାହ ପାଳନ ପାଇଁ ସଚେତନ ରାଲିତା 06 ଜୁଲାଇ 2025 (ରବିବାର): ଖୋର୍ଦ୍ଧା ଉପକଣ୍ଠ ମହମୁଦାବାଦ (କେରଙ୍ଗ) ଅହମଦୀୟା ଜମଅତ ତରଫରୁ ଆଜି ପ୍ରଭାତରେ ପବିତ୍ର ଧର୍ମଗ୍ରନ୍ଥ କୁରଆନ ପ୍ରତି ଜନ ସଚେତନତା ସୃଷ୍ଟି କରିବା ପାଇଁ ଜୁଲାଇ 1 ଠାରୁ 7 ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପାଳନ କରାଯାଉ ଥିବା "କୁରଆନ ସପ୍ତାହ" ଅବସରରେ ଏକ ଶୋଭାଯାତ୍ରା ବାହାରିଥିଲା | ଏହି ରାଲିରେ ଗ୍ରାମର 50 ରୁ ଅଧିକ ଛୋଟ କୁନି କୁନି ପିଲା(ଅତଫାଲ ଓ ନାସିରାତ), ଯୁବକ ତଥା ବୟୋଜ୍ୟେଷ୍ଠ ବ୍ୟକ୍ତି (ଖୁଦ୍ଦାମ ଓ ଅନସାର) ଅଂଶଗ୍ରହଣ କରିଥିଲେ | ଖୁଦ୍ଦାମ ଯୁବ ସଂଗଠନର କାଏଦ ଜନାବ ଶେଖ କାସିମ ଏହାର ନେତୃତ୍ତ୍ୱ ନେଇଥିଲେ | ସଭାପତି ଇଦ୍ରିସ ଖାନ, ଇଂ ରୌଶନ ଖାନ, ମହମୁଦ ଖାନ, ମୌ. ଶେଖ ଇଦ୍ରିସ ସାହେବ ତଥା ଯୁବ ସେବାକର୍ମୀ ମୁବାରକ ଅହମଦ ଓ ମବରୁର ଅହମଦ ପ୍ରମୁଖ ଏହି ଶୋଭାଯାତ୍ରାରେ ଯୋଗ ଦେଇ "ଘରେ ଘରେ କୋରାନ ପଢ଼", ବିଶ୍ୱ ଗ୍ରନ୍ଥ କୋରାନ ଜିନ୍ଦାବାଦ" "ଇନସାନିୟତ ଜିନ୍ଦାବାଦ", "କୁରଆନ ସବସେ ଅଚ୍ଛା" ଇତ୍ୟାଦି ସ୍ଲୋଗାନମାନ ଦେଇଥିଲେ | ଏହି ରାଲି ଗ୍ରାମର ଗଳି କନ୍ଦି ସର୍ବତ୍ର ପରିକ୍ରମା କରିଥିଲା, ଯାହା ଗ୍ରାମବାସୀଙ୍କୁ ବିପୁଳ ଉତ୍ସାହ ଯୋଗାଇଥିଲା | ମାନବଜାତିର ମାର୍ଗଦର୍ଶନ ଓ ଉଦ୍ଧାର ପାଇଁ ଯୁଗେ ଯୁଗେ କୁରଆନ ବାଣୀ ଅନୁପ୍ରାଣିତ କରୁଥିବ - ଏଥିରେ କୌଣସି ସନ୍ଦେହ ନାହିଁ |