ତିର୍ତୋଲ, 16/06/2025, ବିକ୍ରମ ଓଡ଼ିଶା ନିୟୁଜ: ନୋଇଡା ରେ ରଜ ଉତ୍ସବ ------------------------------ତିର୍ତ୍ତୋଲ-୧୫/୬-(ରିପୋର୍ଟ-ଟୁକନ ସେଠୀ)-ସାମୁହିକ ବିକାଶ ସମିତି ସଭାପତି ଡକ୍ଟର ମନୋରଞ୍ଜନ ମହାନ୍ତି ଙ୍କ ଦ୍ୱରା ଆୟୋଜିତ ଦୁଇଦିନିଆ ରଜପର୍ବ ଜୁନ ୧୪ ଓ ୧୫ ନୋଇଡା ଷ୍ଟାଡିଅମ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶା ର ବହୁ ସୁନାମଧନ୍ୟ କଳାକାର ଯୋଗ ଦେଇଥିଲେ. ଏଥିରେ ଆମ ଏରସମା ଅଞ୍ଚଳ ର ପଲ୍ଲୀକାଣ୍ଟା ଗ୍ରାମର ଅତନୁ ଦାଶ ଙ୍କ ଝିଅ ଅନୁଷ୍କା ଦାଶ ୧୫ ତାରିଖ ସନ୍ଧ୍ୟା ରେ ଓଡିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମୁଗ୍ଧ କରିବା ସହ ମାନପତ୍ର ମଧ୍ୟ ଜିତିଥିଲେ.