ଯାଜପୁର, 07/07/2025, ବିକ୍ରମ ଓଡ଼ିଶା ନିୟୁଜ: ସାଇ ପରିବାର ତରଫରୁ ସାଇ ବାବାଙ୍କ ଅଷ୍ଟମ ବାର୍ଷିକ ଉତ୍ସବ

ଯାଜପୁର, ୬/୭() ଯାଜପୁର ବ୍ୟାସନଗର ଉମାପଦା ଠାରେ ଶ୍ରୀ ଶ୍ରୀ ସାଇନାଥ ମହାରାଜ ଙ୍କ ଅଷ୍ଟମ ବାର୍ଷିକ ପୂଜା ଉତ୍ସବ ଓ ବାବା ଙ୍କ ପାଲିଙ୍କି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ପ୍ରାତଃ ରେ ଘଟ ସ୍ଥାପନା, ସୂର୍ଯ୍ୟ ପୂଜା, ଗୋପୁଜା ଓ ଶାନ୍ତି ଯଜ୍ଞ ହେବା ପରେ ଅପରାହ୍ନ ରେ ସହର ସାରା ବାବା ଙ୍କ ପାଲିଙ୍କି ଶୋଭା ଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ କୋରେଇର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ ଅତିଥି ଭାବେ ଯୋଗଦେଇ ଥିଲେ। ଶ୍ରୀ ସାଇନାଥ ବାବାଙ୍କ ଉତ୍ସବ ୨ଦିନ ଧରି ଚାଲୁ ରହିଥିବା ବେଳେ କର୍ତା ସମୀର ରାୟ ଓ କର୍ତ୍ତୀ ତନୁଶ୍ରୀ ରାୟ ଙ୍କ ଦ୍ଵାରା ପୂଜାର୍ଚନା କାର୍ଯ୍ୟ ଆରମ୍ବ କରାଯାଇଥିଲା। ସଭାପତି ଭାବେ ପ୍ରମୋଦ ମଲ୍ଲିକ, କୈଳାସ, ଖଗେଶ୍ବର, ଶଶାଙ୍କ,ବାପି,ରାଜୁ ରାଜେନ୍ଦ୍ର, ବିନୋଦ, ଜୟନ୍ତ, ପ୍ରବୀର,ବନ୍ଧନ,ମିଟୁ, ଭକ୍ତି,ବବୁନି, କାଳିଆ,କୁନିଆ, ଅକ୍ଷୟ, ଅମର,ରବି,ମୁନା ଧଳ,ବବୁଲୁ,ଡୋରା, ବାବୁଲି,ମୁନା,ବାବୁନି ସମସ୍ତଙ୍କ ସହଯୋଗ କରିଥିବା ବେଳେସନ୍ଧ୍ୟା ରେ ଭକ୍ତ ମାନଙ୍କ ମନୋରଞ୍ଜନ ପାଇଁ ଭଜନ ସନ୍ଧ୍ୟା ଓ ପ୍ରସାଦ ସେବନ ର ବ୍ୟବସ୍ତା ମଧ୍ୟ କରାଯାଇଥିଲା। ବାବାଙ୍କୁ ଭକ୍ତି କଲେ ଭକ୍ତ ର ମନସ୍କାମନା ପୁର୍ଣ ହେବା ସଂଗେ ସଂଗେ ପରିବାରର ମଙ୍ଗଳ ଓ ଶାନ୍ତି ପ୍ରାପ୍ତି ହୋଇଥାଏ ବୋଲି କର୍ତା କହିଛନ୍ତି।