Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନାଉଗାଁ, 07/07/2025, ବିକ୍ରମ ଓଡ଼ିଶା ନିୟୁଜ: ସାହାଯ୍ୟ କରିବାକୁ ଯାଇ ଜୀବନ ହରାଇଲେ ଯୁବକ
ନାଉଗାଁ ୭/୦୭/ବିକ୍ରମ ଓଡିଶା ନିୟଜୁ ନାଉଗାଁ, ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ଜଣେ ଯୁବକ ନିଜେ ଆରପାରିକୁ ଚାଲିଯାଇଥିବା ଘଟଣା ଏବେ ନାଉଗାଁ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି କରିଛି। ସୂଚନା ଅନୁସାରେ ମହାରାଷ୍ଟ୍ର ଅଞ୍ଚଳରୁ କିଛି ଲୋକ ଏକ ଏନୋଭା ଗାଡ଼ିରେ ପୁରୀ ଆସି ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସାରି କୋଣାର୍କ ଆସୁଥିବା ସମୟରେ ପୁରୀ କୋଣାର୍କ ରାସ୍ତାରେ ତାଙ୍କର ଦୁର୍ଘଟଣା ଘଟିଥିଲା। ଉକ୍ତ ଗାଡ଼ିରେ ଥିବା ସମସ୍ତ ବ୍ୟକ୍ତି ଆହତ ଅବସ୍ତାରେ ଗାଡିରୁ ବାହାରକୁ ବାହାରି ଆସିଥିବା ବେଳେ ଗାଡ଼ିଚାଳକ କିନ୍ତୁ ଗାଡିରୁ ବାହାରି ପାରିନଥିଲେ। ସେହି ସମୟରେ ନାଉଗାଁ ବ୍ଲକ ନିକଟସ୍ତ ନାନିକିପଡା ଅଞ୍ଚଳର କାଳନ୍ଦୀ ପଢ଼ିହାରୀଙ୍କ ପୁଅ ରଞ୍ଜୀବ ପଢ଼ିହାରୀ ସେହିବାଟ ଦେଇ ସୁନାବେଶ ଦେଖି ତାଙ୍କ ସାଙ୍ଗମାନଙ୍କ ସହ ଏକ ଚାରିଚକିଆ ଗାଡ଼ିରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ସ୍ଥାନରେ ଏହି ଉକ୍ତ ଗାଡ଼ିଚାଳକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ଗାଡ଼ିଟି ଦୁର୍ଘଟଣା ଘଟିଥିବା ୧୧ କେଭି ବିଦ୍ୟୁତ୍ ଖୁଣ୍ଟ ତାର ସଂସ୍ପର୍ଶରେ ରହିଥିଲା। ରଞ୍ଜୀବ ଜାଣିନପାରି ଖୁଣ୍ଟକୁ ଛୁଇଁବା ମାତ୍ରେ ସେହିଠାରେ ଜଳିଯାଇଥିଲେ। ତେବେ ଏହି ଘଟଣା ପ୍ରଚାର ହେବାପରେ ସ୍ଥାନୀୟ ଅଞ୍ଚଳରେ ଯୁବକଙ୍କ ମୃତ୍ୟୁକୁ ନେଇ ଏକ ଶୋକାକୁଳ ପରିବେଶ ସୃଷ୍ଠି ହୋଇଛି।