Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନାଉଗାଁ, 07/07/2025, ବିକ୍ରମ ଓଡ଼ିଶା ନିୟୁଜ: ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଯୁବ ରେଡକ୍ରସ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳିତ।

ନାଉଗାଁ /୦୭/୦୭ ବିକ୍ରମ ଓଡିଶା ନିୟଜୁ ନାଉଗାଁ ସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ତରଫରୁ ବନ ମହୋତ୍ସବ ସପ୍ତାହ ୨୦୨୫ ପାଳିତ ହୋଇ ଯାଇଅଛି। ଉକ୍ତ ପାଳନ ସପ୍ତାହରେ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗଛ ଲଗାଇବା ଦ୍ୱାରା ନିଜର ଓ ପରିବେଶର କଣ କଣ ଉପକାର ହୁଏ ସେ ବିଷୟରେ ଅଧ୍ୟକ୍ଷ ଓ ଯୁବ ରେଡ କ୍ରସ ସଂଯୋଜକ ଚୈତନ୍ୟ ଚରଣ ପରିଡା କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ଆଜି ମହୋତ୍ସବର ଶେଷ ଦିବସରେ ଅଧ୍ୟକ୍ଷ ଶ୍ରୀ ବିଭୁତି ଭୂଷଣ ସ୍ୱାଇଁ ମାନଙ୍କ ଯୁବ ରେଡ଼କ୍ରସ ସ୍ବେଛାସେବୀ ମାନଙ୍କୁ ଉଦବୋଧନ ଦେଇ ମା ପାଇଁ ଗଛ ଟିଏ ବିଷୟରେ ସବିଶେଷ ଆଲୋକପାତ କରିଥିଲେ। ସଂଯୋଜକ ଚୈତନ୍ୟ ଚରଣ ପରିଡା ଗଛ ବୃକ୍ଷରୋପଣ ସ୍ଲୋଗାନ ଦେବା ସହିତ ଆଜି ପରିବେଶ ପଦୁର୍ଷଣ ମୁଖ୍ୟକାରଣ ବୃକ୍ଷ ରୋପଣର ଅଭାବ, ଗଛ ହିଁ ଜୀବନ ବୃକ୍ଷରୋପଣ ହିଁ ପରିବେଶ ସନ୍ତୁଳନ କରିବାରେ ମୁଖ୍ୟ ଭୂମିକା ନିଭାଇ ଥାଏ। ଉକ୍ତ କାର୍ଯ୍ୟକ୍ରମକୁ ରେଡରିବନ କ୍ଲବର ସଦସ୍ୟ ଅଧ୍ୟାପକ ପ୍ରଭାତ କୁମାର ଶତପଥି ପରିଚାଳନା କରିବା ସହିତ ସମସ୍ତ ସ୍ବେଛାସେବୀ ମାନେ ଗଛ ଲଗାଇବା ସହିତ ପରିବେଶ ନିଜକୁ ଓ ଭବିଷ୍ୟତ ସୁସ୍ଥ ରଖିବାରେ ମୁଖ୍ୟ ନିଭାଇ ଥିବାର କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଚୌଧୁରୀ ବିନେଶ କୁମାର ଦାସ, ସରୋଜ କୁମାର ଲେଙ୍କା, ବିଜୟ କୁମାର ଦାଶ, ସୁଶୀଲ କୁମାର ବିଶ୍ୱାଳ, ସୁରେନ୍ଦ୍ର ରାୟ ଓ ମାନସ ସ୍ୱାଇଁ ସ୍ବେଛାସେବୀ ମାନଙ୍କୁ ଉତ୍ସାହିତ କରିବା ସହିତ ବୃକ୍ଷରୋପଣ କରିଥିଲେ।