Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ତିରିକଣା ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ 1

କାକଟପୁର, 07/07/2025, ବିକ୍ରମ ଓଡ଼ିଶା ନିୟୁଜ: ତିରିକଣା ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ
Article Image
କାକଟପୁର ୭/୭( ତୁଷାର ଦୀକ୍ଷିତ ) ବୃକ୍ଷ ହିଁ ଜୀବନ ଏହି ଅବସରରେ କାକଟପୁର ମଣ୍ଡଳ ଶିକ୍ଷା ବିଭାଗ ଅନ୍ତର୍ଗତ ଶ୍ରୀଚନ୍ଦନପୁର ଶିକ୍ଷା କ୍ଲଷ୍ଟର ଅଧିନ ତିରିକଣା ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ଫଜଲୁର ରହମାନଙ୍କ ତତ୍ବାବଧାନରେ ବିଦ୍ୟାଳୟର ଇକୋ କ୍ଲବ ତରଫରୁ ଏକ ସାପ୍ତାହ ଧରି ଚାଲି ଥିବା ବନମହୋତ୍ସବ ଆଜି ଉଜ୍ଜାପିତ ହୋଇ ଯାଇଛି ।ଏହି ଅବସରରେ ଅନୁଷ୍ଠିତ ସଭାରେ ଛାତ୍ରଛାତ୍ରୀ ଓ ସହକାରୀ ଶିକ୍ଷକଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷକ ପ୍ରଶଂସା କରିବା ସହ ପିଲାମାନଙ୍କୁ ନିଜ ନିଜ ବାଡ଼ି ବଗିଚାରେ ବୃକ୍ଷରୋପଣ କରିବାକୁ ଉତ୍ସାହିତ କରିଥିଲେ।
Article Image
ଏହି ଅବସରରେ ଛାତ୍ରୀ ପ୍ରତୀକ୍ଷା ସାହୁ ଓ ରାଜଲକ୍ଷ୍ମୀ ନାୟକ ସେମାନଙ୍କ ମାଆଙ୍କ ନାମରେ (ଏକ୍ ପେଡ୍‌ ମା କେ ନାମ୍ ସେ )ଗୋଟିଏ ଗଛର ଯତ୍ନ ନେବାକୁ ଶପଥ ପାଠ କରିଥିଲେ ।ଶେଷରେ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ଅନ୍ତର୍ଗତ ଇକୋ କ୍ଲବ ଫର ମିଶନ ଲାଇଫ ପକ୍ଷରୁ ସେମାନଙ୍କୁ ଡିଜିଟାଲ ପ୍ରମାଣପତ୍ର ପ୍ରଦାନ କରା ଯାଇଥିଲା।ଏହି ସାପ୍ତାହିକ କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ସଞ୍ଜୟ କୁମାର ଖୋଟୋଇ ପରିଚାଳନା କରିଥିଲେ ବୋଲି ପ୍ରଧାନଶିକ୍ଷକ ଫଜଲୁର ରହମାନ ପ୍ରକାଶ କରିଛନ୍ତି ।