Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଗଡ଼ କୁଜଙ୍ଗ ଶୁଭଦ୍ରା କ୍ଷେତ୍ରରେ ବାହୁଡା ଯାତ୍ରା। 2

ଏରସମା, 07/07/2025, ବିକ୍ରମ ଓଡ଼ିଶା ନିୟୁଜ: ଗଡ଼ କୁଜଙ୍ଗ ଶୁଭଦ୍ରା କ୍ଷେତ୍ରରେ ବାହୁଡା ଯାତ୍ରା।ଏରସମା:ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡକୁଜଙ୍ଗର ପ୍ରଶିଦ୍ଧ ଶୁଭଦ୍ରା କ୍ଷେତ୍ରରେ ଶନିବାର ବାହୁଡ଼ା ଯାତ୍ରା ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି।ସନ୍ଧ୍ୟାରେ କୁଞ୍ଜବିହାରୀ ମହାପ୍ରଭୁଙ୍କ ରଥ ସିଂହ ଦ୍ଵାରରେ ପହଞ୍ଚିଛନ୍ତି।ଅପରାହ୍ନରେ ମହାପ୍ରଭୁଙ୍କୁ ପହଣ୍ଡି ବିଜେ କରାଯାଇ ରଥଟଣା ଆରମ୍ଭ ହୋଇଥିଲା।ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ କୁଞ୍ଜ ବିହାରୀଙ୍କ ରଥ ସିଂହ ଦ୍ଵାରରେ ପହଞ୍ଚିଥିଲା।ବାହୁଡ଼ା ଯାତ୍ରାରେ ମୁଖ୍ୟ ଅତିଥି ଭାବେ ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା,ସମ୍ମାନୀତ ଅତିଥି ଭାବେ ଏରସମା ବ୍ଲକ ବିଜୁ ଜନତା ଦଳର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗଚ୍ଛାୟତ,ଓବିସି ମୋର୍ଚ୍ଚା ରାଜ୍ୟ ସଂପାଦକ ନୃସିଂହ ଚରଣ ସାହୁ,ବଳଭଦ୍ରଙ୍କ ବାଡଗ୍ରାହୀ ସଞ୍ଜୟ କୁମାର ମହାନ୍ତି,ଯୁବ ସମାଜସେବୀ ଗଣେଷ ରାଉତ,ବିଜୁ ଜନତା ଦଳର ଯୁବ ଉପ ସଭାପତି ଲୋକନାଥ ରାଉତ ପ୍ରମୁଖ ଯୋଗଦେଇ ଥିଲେ।ବାଲିତୁଠ ଆଦର୍ଶ କଳା ବିକାଶ କେନ୍ଦ୍ରର କୁନିକୁନି କଳାକାର ମାନେ ଓଡିଶି ନୃତ୍ୟ ପରିବେଷଣ କରିଥିଲେ।ଅଭୟଚାନ୍ଦପୁର ଥାନା ଅଧିକାରୀ ସମୀର ରାଉତ ଓ ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ।ସନ୍ଧ୍ୟାରେ ଭଜନ ପରିବେଷଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ କୁଞ୍ଜବିହାରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ବେହେରା,ସମ୍ପାଦକ ପିତାମ୍ବର ରାଉତ,ବିଷ୍ଣୁ ପ୍ରଧାନ,ଜଦୁନାଥ ଖଟୁଆ,ସମ୍ପଦ ବାରିକ,ସଞ୍ଜୟ ମହାପାତ୍ର,ବିଜୟ ଚାନ୍ଦ ନାୟକ, ପ୍ରକାଶ ଚନ୍ଦ୍ର ଦାସ,ନଳିନୀ ରଞ୍ଜନ ବେହେରା,ଭୋଳାନାଥ ସ୍ଵାଇଁ ଓ ମନୋଜ ମାଝି ପ୍ରମୁଖ ପରିଚାଳନା କରିଥିଲେ।
Article Image