Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଉତ୍କଳ ବେଲମା ସମାଜ ଚାରି ତାଲୁକା ବୈଠକ 1

ବୁଗୁଡା, 08/07/2025, ବିକ୍ରମ ଓଡ଼ିଶା ନିୟୁଜ: ଉତ୍କଳ ବେଲମା ସମାଜ ଚାରି ତାଲୁକା ବୈଠକ
Article Image
ବୁଗୁଡା,୦୭/୦୭(ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର, ଆସ୍କା ରୋଡ଼ରେ ଅବସ୍ଥିତ ଲକ୍ଷ୍ମୀ ଜ୍ୟୋତି ଫିଲିଙ୍ଗ ଷ୍ଟେସନ ନିକଟସ୍ଥ ଫରେଷ୍ଟ ପାର୍କରେ ଉତ୍କଳ ବେଲମା ସମାଜର ଚାରି ତାଲୁକା (ଘୁମୁସର, ଧରାକୋଟ, ଖାଲସା ଓ ଆଠଗଡ଼ ତାଲୁକା) ଏବଂ ସମସ୍ତ ପଲ୍ଲୀ ପରିଷଦର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଚାରି ତାଲୁକାର ସଭାପତି ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକ ଅଧ୍ୟକ୍ଷତା କରିଥିଲେ। ପ୍ରଥମେ କୁଳଗଙ୍ଗାଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସହ ବିଭୁ ପ୍ରାର୍ଥନା କରାଯାଇଥିଲା।ବୈଠକରେ ସାମାଜର ବିକାଶ ମୂଳକ କାର୍ଯ୍ୟକ୍ରମରେ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଥିଲା। ଅସହାୟ କୂଳଭାଇ ଓ ସମସ୍ତେ ଯେପରି ଶିକ୍ଷା ଗ୍ରହଣ କରିପାରିବେ ସେଥିପାଇଁ ପଦକ୍ଷେପ ନେବାକୁ ସ୍ଥିର କରାଗଲା। ବାଲିପଦରରେ ବେଲମା ସମାଜର ଚାରି ତାଲୁକାର ଆଞ୍ଚଳିକ କାର୍ଯ୍ୟାଳୟ ନିର୍ମାଣ ପାଇଁ ପ୍ରସ୍ତାବ ଗୃହୀତ ହେଲା। ଏଥିସହ ବେଲମା ସମାଜର ମହାସଭା ପାଇଁ ଏକ ସ୍ମରଣିକା ପ୍ରକାଶ କରିବାକୁ ସ୍ଥିର କରାଗଲା। ବୈଠକରେ ଚାରି ତାଲୁକା ଉପସଭାପତି କବିରାଜ ନାୟକ, ସମ୍ପାଦକ ନାରାୟଣ ବେହେରା, କୋଷାଧ୍ୟକ୍ଷ ପ୍ରଫୁଲ କୁମାର ନାହାକ, କୁଳାଧିକାରୀ ସୂର୍ଯ୍ୟକାନ୍ତ ନାୟକ ଓ ବାଳକୃଷ୍ଣ ନାୟକ, ଉପଦେଷ୍ଟା କାମେଶ୍ବର ବେହେରା, ଭୀମସେନ ବେହେରା ଓ ପ୍ରଭାକର ପ୍ରଧାନ, ସଂଯୋଜକ ବଳରାମ ପ୍ରଧାନ, ବାର୍ତ୍ତାବହ ଅଶୋକ ନାୟକ ଏବଂ ଚାରି ତାଲୁକା ଅନ୍ତର୍ଗତ ଡେଙ୍ଗାପଦର, ଗାମୁଣ୍ଡି, ବିରିପୁର, ଦେବଭୂମୀ, ଲୁଣିପଡା ଶାସନ, ପର୍ଶୁଲୁଣ୍ଡା, ଖୁକୁଣ୍ଡିଆ, ଆମ୍ବପୁଅ, ଗୁଣ୍ଠପଡା, ବାଲିପଦର, ବୋରି, ନିରାଳ, ଋଷିପୁର, ମାମୁଁଢ଼ିହ, ଚଢ଼େୟାପଲ୍ଲୀ, ଫୁଲସର ପଲ୍ଲୀ, ନବରତ୍ନପୁର, ପିଠାପୁର, ବାଲିଆସରା ଓ କବିସୂର୍ଯ୍ୟନଗର ପ୍ରଭୃତି ପଲ୍ଲୀ ପରିଷଦର କର୍ମକର୍ତ୍ତା ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଉପସଭାପତି ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।