Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଜ଼ିଲ୍ଲା ମୁଖ୍ୟ ବିଚାରପତି ଙ୍କ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିଦର୍ଶନ ) 1

ଜଗତସିଂହପୁର , 08/07/2025, ବିକ୍ରମ ଓଡ଼ିଶା ନିୟୁଜ: (ଜ଼ିଲ୍ଲା ମୁଖ୍ୟ ବିଚାରପତି ଙ୍କ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିଦର୍ଶନ )ଜଗତସିଂହପୁର
Article Image
ତା =7/7/25ଦେବୋତ୍ତର ବିଭାଗ ଦ୍ୱାର ପରିଚାଳିତ ଜଗତସିଂହପୁର ଜ଼ିଲ୍ଲା ର କୋଣ ଅନୁକୋଣ ରେ ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠ ର ଅନେକ ସୁନାମ ରହିଛି |ଏହି ମନ୍ଦିରରେ ଦୈନଦିନ ପୁରୀ ଶ୍ରୀମନ୍ଦିର ର ନୀତି କ୍ରାନ୍ତି କୁ ଅନୁସରଣ କରି ଶ୍ରୀଜୀଉ ମାନଙ୍କ ର ସମସ୍ତ କାର୍ଯ୍ୟ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିଚାଳନା ଟ୍ରଷ୍ଟ ଦ୍ୱାର ସମ୍ପାଦନ କରାଯାଇଥାଏ | ଦୈନଦିନ ଜ଼ିଲ୍ଲା ଏବଂ ରାଜ୍ୟ ର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ମାନେ ଶ୍ରୀ ଜୀଉ ମାନଙ୍କୁ ଦର୍ଶନ କରି ପ୍ରଭୁକୃପା ଲାଭ କରିଥାନ୍ତି |ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜ଼ିଲ୍ଲା ମୁଖ୍ୟ ବିଚାର ପତି ଏବଂ ସହଯୋଗୀ ବିଚାର ପତି ମାନେ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିଦର୍ଶନ ରେ ଆସି ଶ୍ରୀ ଜୀଉମାନଙ୍କୁ ଦର୍ଶନ କରିବା ସହିତ ମନ୍ଦିର ର ଉନ୍ନୟନ ପଥରେ ରାଜ୍ୟ ସରକାର ଙ୍କ ପ୍ରୋଛାହଣ ଏବଂ ମନ୍ଦିରର ଇତିବୃତ୍ତି ସମ୍ପର୍କ ରେ ପରିଚାଳନା ଟ୍ରଷ୍ଟି ଉପ ଜ଼ିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା | ସଭ୍ୟ ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ଆଇନୀଜୀବୀ ସୁରପ୍ରସାଦ ବାରିକ |ସମିତିସଭ୍ୟା ମୌସୁମୀ ବାରିକ ପ୍ରମୁଖ ଙ୍କ ସହିତ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରିଥିଲେ |
Article Image
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ