Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଏକ ଗୋରୁ ବୋଝେଇ କଣ୍ଟେନର ଜବତ 1

ଖୋର୍ଦ୍ଧା, 08/07/2025, ବିକ୍ରମ ଓଡ଼ିଶା ନିୟୁଜ: ଏକ ଗୋରୁ ବୋଝେଇ କଣ୍ଟେନର ଜବତ
Article Image
ଖୋର୍ଦ୍ଧା ବରୁଣେଇ ଓଭରବ୍ରିଜ ନିକଟସ୍ଥ ପେଟ୍ରୋଲ ଟାଙ୍କୀ ଠାରେ ଗୋରୁ ବୋଝେଇ ବଡ଼ କଣ୍ଟେନର୍ କୁ ଜବତ କରି ଶିଳ୍ପାଞ୍ଚଳ ଥାନା ର ଜୀମା ଦେଇଛନ୍ତି ବଜରଙ୍ଗ ଦଳ ର ସଦସ୍ୟ ମାନେ । ଉକ୍ତ ଗୋରୁ ବୋଝେଇ ଗାଡ଼ି ଟି ହାଇଦ୍ରାବାଦ ରୁ କଲିକତା କୁ ଚାଲାଣ ହେଉଥିବା ସୂଚନା ମିଳିଛି । ଏହି କଣ୍ଟେନର ରେ ୩୫ ରୁ ଉର୍ଦ୍ଧ ଗୋରୁ ଥିବା ସୂଚନା ଦେଇଛନ୍ତି ଜବତକ।ରି ।ଅଭିନବ ଉପାୟରେ ହେଉଥିଲା ଗୋ ଚାଲାଣ । ଏକ ବଡ କଣ୍ଟେନର ର ଉପରେ ପାଲ ଘୋଡେ଼ଇ ହେଉଥିଲା ଗୋ ମାତା ଚାଲାଣ ।ପ୍ରଶାସନ ପକ୍ଷରୁ ବାରମ୍ବାର ଚଢାଉ ସତ୍ତ୍ୱେ ଦିନକୁ ଦିନ ଅଭିନବ ଉପାୟରେ ହେଉଛି ଗୋ ଚାଲାଣ । ସରକାର ଚୁପ୍ ନ ବସୀ ଉଚିତ୍ ପଦଯେପ ଦେବା ସହିତ କଡା କଡି ଦଣ୍ଡ ବିଧାନ କରନ୍ତେ ତାହେଲେ ଗୋ ମାଫିଆ ମାନେ ସାବାଡ ହୁଅନ୍ତେ, ତେଣୁ ଦେଖିବାର ଅଛି ଆଗକୁ ଏହି ଗୋ ମାଫିଆ ଙ୍କ ପ୍ରତି ସରକାର ଓ ପ୍ରଶାସନ ଏବଂ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ କି ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଦେଖିବାକୁ ବାକି ରହିଲା ।ଖୋର୍ଦ୍ଧା ରୁ ବିଜୟ ବାହୁ ବଳେନ୍ଦ୍ର ଙ୍କ ରିପୋର୍ଟ