Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଓଡିଶା ଡ୍ରାଇଭର ମହାସଂଘ ର ନାଉଗାଁ ଶାଖା ପକ୍ଷରୁ ଷ୍ଟେୟାରିଙ୍ଗ ଛାଡ଼ ଆନ୍ଦୋଳନ 1

ନାଉଗାଁ, 08/07/2025, ବିକ୍ରମ ଓଡ଼ିଶା ନିୟୁଜ: ଓଡିଶା ଡ୍ରାଇଭର ମହାସଂଘ ର ନାଉଗାଁ ଶାଖା ପକ୍ଷରୁ ଷ୍ଟେୟାରିଙ୍ଗ ଛାଡ଼ ଆନ୍ଦୋଳନ
Article Image
ନାଉଗାଁ :୮/୦୭/ବିକ୍ରମ ଓଡିଶା ନିୟଜୁ:ବିଭିନ୍ନ ୭ଦଫା ଦାବି କୁ ନେଇ ଓଡ଼ିଶା ଡ୍ରାଇଭର ସଂଘ ଡାକରା କ୍ରମେ ଆଜି ଜଗତସିଂହପୁର ଜିଲ୍ଲାର ସମସ୍ତ ବ୍ଳକ ର ଡ୍ରାଇଭର ମାନେ ଷ୍ଟିୟରୀଙ୍ଗ ଛାଡ଼ି ରାଜ ରାସ୍ତାକୁ ଓହ୍ଲାଇ ଏହାକୁ ସମର୍ଥନ ଜଣାଇଛନ୍ତି । ଏହି ପରିପେକ୍ଷିରେ ଆଜି ସକାଳ ସମୟରୁ ନାଉଗାଁ ରେ ଥିବା ଓଡିଶା ଡ୍ରାଇଭର ମହାସଂଘ ର ସଦ୍ୟସ ମାନଙ୍କ ଦ୍ୱାରା ଆନ୍ଦୋଳନ ଦେଖିବାକୁ ମିଳିଛି ।ଯାହାଫଳରେ ନାଉଗାଁ ଅଞ୍ଚଳରେ ସାଧାରଣ ଜନତା ନାହିଁ ନ ଥିବାର ହିନସ୍ଥା ହେବାର ଦେଖିବାକୁ ମିଳିଛି।ଅନ୍ୟପଟେ ନାଉଗାଁ, କଟକ ,ଜଗତସିଂହପୁର, ପାରାଦ୍ୱୀପ, ପୁରୀ ଓ ଭୁବନେଶ୍ୱର ଅନ୍ୟସ୍ଥାନକୁ ବସ ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି ଯାହା ଫଳରେ ବସ ଚଳାଚଳ ବନ୍ଦ ଥିବାରୁ ଯାତାୟାତ ସମ୍ପୂର୍ଣ ଠପ ହୋଇଯାଇଛି । ଏଣୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି l ତେବେ ଏହି ଆନ୍ଦୋଳନ ରେ ଓଡିଶା ଡ୍ରାଇଭର ମହାସଂଘ ର ନାଉଗାଁ ଶାଖା ର ବ୍ଳକ ସଭାପତି ରଶ୍ମି ରଞ୍ଜନ ନାୟକ ଙ୍କ ସହିତ ସମ୍ପାଦକ ଦୀପକ କୁମାର ସାମଲ ଓ ନାଉଗାଁ ବ୍ଲକର ଶତାଧିକ ଡ୍ରାଇଭର ଉପସ୍ଥିତ ରହିଥିବା ର ଦେଖିବାକୁ ମିଳିଛି l