Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

କୁଜଙ୍ଗ ବ୍ଲକ ଡ୍ରାଇଭର ସଙ୍ଘ ର ସଭାପତିଙ୍କ ନେତୃତ୍ୱରେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ, 1

କୁଜଙ୍ଗ , 08/07/2025, ବିକ୍ରମ ଓଡ଼ିଶା ନିୟୁଜ: : କୁଜଙ୍ଗ ବ୍ଲକ ଡ୍ରାଇଭର ସଙ୍ଘ ର ସଭାପତିଙ୍କ ନେତୃତ୍ୱରେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ,
Article Image
:ଆଜି ଓଡିଶା ଡ୍ରାଇଭର ମହାଶଂଘ ନେତୃତ୍ୱରେ 7 ଦଫା ଦାବି ନେଇ ସାରା ରାଜ୍ୟରେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଶାନ୍ତି ପୂର୍ଣ୍ଣ ଭାବେ କରାଯାଇଥିଲା, କୁଜଙ୍ଗ ବ୍ଲକ ଡ୍ରାଇଭର ସଙ୍ଘ ର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ନେତୃତ୍ୱରେ ଆଜି କଟକ ପାରାଦ୍ୱୀପ ର ମୁଖ୍ୟ ସଡ଼କ କୁଜଙ୍ଗ ଥାନା ଛକ ଠାରେ ଶାନ୍ତି ଶୃଙ୍ଖଳା ସହ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରାଯାଇଥିଲା, ଡ୍ରାଇଭର ମାନଙ୍କର ବିଭିନ୍ନ ଦାବି ନେଇ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଦ୍ୱାରା ରାଜ୍ୟ ସରକାରଙ୍କୁ ଚରମ ବାଣୀ ଶୁଣାଇଛନ୍ତି, ଏହି ଆନ୍ଦୋଳନ ଯୋଗୁ ସାରା ରାଜ୍ୟରେ ଯାତ୍ରୀବାହୀ ବସ ଓ ଭାରୀଯାନ ଟ୍ରକ, ମିନି ଟ୍ରକ, ଜିପ ଆଦି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଯାହା ଦ୍ଵାର ଲୋକ ମାନଙ୍କର ଯାତାୟତ ଓ ପରିବହନ ରେ ବାଧାପ୍ରାପ୍ତ ଦେଖାଯାଇଛି, ରାଜ୍ୟରେ ଜରୁରୀ କାଳୀନ ପାଇଁ କିଛି ସରକାରୀ ଚାରିଚକିଆ ଯାନ ଚଳାଚଳ ଦେଖିବାକୁ ମିଳିଛି, ଅଟୋ ଚାଳକଙ୍କୁ ସରକାର ଶ୍ରମିକ ଭାବେ ନ ଦେଖି ସେମାନଙ୍କୁ ୱେଲଫେର ବୋର୍ଡରେ ସାମିଲ କରାଇବା ସହ ରାଜପଥର ପ୍ରତି ୧୦ କିମି ଦୂରତାରେ ଶୌଚାଳୟ, ବିଶ୍ରାମ ବ୍ୟବସ୍ଥା, ରାସ୍ତା ଦୁର୍ଘଟଣା ଓ ଅନ୍ୟାନ୍ୟ କାରଣରୁ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ତେଣୁ ସାମାଜିକ ସୁରକ୍ଷା ଯୋଗାଇ ଦେବା ଓ ୬୦ ବର୍ଷ ପରେ ପେନସନ ବ୍ୟବସ୍ଥା କରାଇବା ଆଦି ଦାବି ରହିଛି। ଏହି ଆନ୍ଦୋଳନରେ କୁଜଙ୍ଗ ଡ୍ରାଇଭର ସଙ୍ଘ ର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ କରାଯାଇଥିଲା, ଯଦି ସରକାର ଡ୍ରାଇଭର ସଙ୍ଘ ର ଦାବି ଗୁଡିକ ପୂରଣ ନ କରେ ତେଣୁ ଆଗାମୀ ଦିନରେ ଅନିଦ୍ଧିଷ୍ଟ କାଳ ପାଇଁ ସାରା ରାଜ୍ୟରେ ଆନ୍ଦୋଳନ ଜାରି ରହିବ ବୋଲି ସଭାପତି ସରକାରଙ୍କୁ ଶେଷ ବାଣୀ ଶୁଣାଇଛନ୍ତି, ଆନ୍ଦୋଳନ ସ୍ଥଳେ କୁଜଙ୍ଗ ଥାନା ପକ୍ଷରୁ ପୋଲିସ କୁ ମୁତୟନ କରାଯାଇଥିଲା,