Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ରଜ ମହୋତ୍ସବ ପର୍ବ ପାଳନ କରାଯାଇଛି। 2

ଗଂଜାମ, 16/06/2025, ବିକ୍ରମ ଓଡ଼ିଶା ନିୟୁଜ: ରଜ ମହୋତ୍ସବ ପର୍ବ ପାଳନ କରାଯାଇଛି।
Article Image
ଗଂଜାମ ଜିଲ୍ଲା:ଗୋପାଳପୁର ପାନ୍ଥ ନିବାସ ଓ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ରଜ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ରଜ ଦୋଳି ଆୟୋଜନ କରାଯିବା ସହ ପିଠା ପଣା ବଣ୍ଟନ କରାଯାଇଥିଲା । ଏଥିରେ ବହୁ ମହିଳା ଯୁବତୀ ଆଉ ଶିଶୁ ଉତ୍ସାହର ସହ ସାମିଲ ହୋଇଥିଲେ । ପରସ୍ପରକୁ ରଜ ପାନ ପ୍ରଦାନ କରିବା ସହ ଶୁଭ କାମନା ଜଣାଇଥିଲେ । ଅତିଥି ରୂପେ ଗୋପାଳପୁର ଏନ ଏ ସି ଚେୟାରମେନ ଏ.ଜାନକୀ ରାମ,ଉପାଧକ୍ଷା ବି.ଉମା,କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ପାଢ଼ୀ, ବରିଷ୍ଠ ସାମ୍ୱାଦିକ ଶକ୍ତିଧର ରାଜଗୁରୁ, ସମାଜ ସେବୀ ପଞ୍ଚୁ ବେହେରା, ସହକାରୀ ପରିଚାଳକ ବାଇଲୋଚନ ବିଶ୍ବାଳ ସାମ୍ୱାଦିକ ରାଜେଶ ସାହୁ , କାଉନସିଲର ବି. ଗୋପାଲ କ୍ରିଷ୍ଣା, କଳ୍ପନା ବେହେରା, ନିର୍ମଳ କୁଜୁରୁ, ସୁନୀତା ସାହୁ , ଜି. ମୋହନ ରାଓ, କେ. କାଲେଶୁ ପ୍ରମୁଖ ଯୋଗ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ତଥା ପଯ୍ୟଟନ ଭାରତ ର ସମ୍ପାଦକ ନାରାୟଣ ମହାକୁଡ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିବା ବେଳେ ପାନ୍ଥ ନିବାସ ର ପରିଚାଳକ ସାୟଦ ତାରିଖ ଅଲ୍ଲୀ ପ୍ରାରମ୍ଭରେ ରଜ ମହୋତ୍ସବ ପାଳନ ର ଉଦେଶ୍ୟ ନେଇ ଆଲୋକପାତ କରିଥିଲେ । ଗୋପାଳପୁର ରୁ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ