Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ରାଢ଼ଙ୍ଗ ମଦ ବିରୋଧୀ ମାତୃ ମଣ୍ଡଳୀର ମଦ ବିରୋଧୀ ଗଣ ନିବଦନ 1

ଜଗତସିଂହପୁର , 09/07/2025, ବିକ୍ରମ ଓଡ଼ିଶା ନିୟୁଜ: ରାଢ଼ଙ୍ଗ ମଦ ବିରୋଧୀ ମାତୃ ମଣ୍ଡଳୀର ମଦ ବିରୋଧୀ ଗଣ ନିବଦନଆଜି ତା ୮/୭/୨୫ ରିଖ ଦିନ ଜଗତସିଂହପୁର ଜିଲ୍ଲା ଅଧିନସ୍ଥ ରାଢ଼ଙ୍ଗ ପଞ୍ଚାୟତର ମଦ ବିରୋଧୀ ମାତୃ ମଣ୍ଡଳୀ, ରାଢ଼ଙ୍ଗ ତରଫରୁ, ପୂର୍ବତନ ସରପଞ୍ଚ ଦେବୀ ପ୍ରସାଦ ମହାରଣାଙ୍କ ନେତୃତ୍ବରେ ଚୋରା ମଦ ବେପାର ବନ୍ଦ୍ କରିବା ସହିତ ରାଜ୍ୟରୁ ମଦକୁ ସଂପୂର୍ଣ୍ଣ ନିଷେଧ କରିବା ଦାବିରେ ଶତାଧିକ ମହିଳା ଜଗତସିଂହପୁର ସହର ସ୍ଥିତ ଚର୍ଚ୍ଚିକା ବଜାର ଠାରୁ ଜିଲ୍ଲାପାଳ ଅଫିସ୍ ପର୍ଯ୍ୟନ୍ତ, ଚୋରା ମଦ ଓ ସରକାରୀ ମଦ ବେପାର ବନ୍ଦ୍ କରିବା ନିମନ୍ତେ ସରକାରଙ୍କୁ ଗଣ ନିବେଦନ ଶୋଭାଯାତ୍ରା କରାଯାଇଥିଲା। ଏହି ଶୋଭା ଯାତ୍ରାରେ ଆଡଭୋକେଟ ବାସୁଦେବ ଏବଂ ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ସହ ସଂଯୋଜକ ରଶ୍ମି ରଂଜନ ସ୍ବାଇଁ ଯୋଗ ଦେଇ ଥିଲେ। ସଭ୍ୟ ସମାଜରେ ମଦ ଏକ ଘୃଣ୍ୟ ପ୍ରସଙ୍ଗ। କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା ଯେ ଭାରତ ଭଳି ଏକ ଜନ ମଙ୍ଗଳକାରୀ ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ସଭ୍ୟ, ଶିକ୍ଷିତ, ସଚେତନ ପ୍ରଶାସକଙ୍କ ଉପସ୍ଥିତି ଏବଂ ଗୋଚରରେ ଜନ ଅମଙ୍ଗଳକାରି ମଦ, ବିକ୍ରି ହେବା ସହିତ ଚୋରାମଦ ବିକ୍ରି ବୃଦ୍ଧି ପାଇବା ଅତ୍ୟନ୍ତ ଅମାନବୀୟ କାର୍ଯ୍ୟ ବୋଲି ନେତୃ ମଣ୍ଡଳୀ କ୍ଷୋଭ ପ୍ରକାଶ କରିଥିଲେ। ନିକଟ ଅତୀତରେ ରାଢ଼ଙ୍ଗ ପଞ୍ଚାୟତରେ ଚୋରାମଦ ଏବଂ ମଦ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ତୁରନ୍ତ ଚୋରା ମଦ ବିକ୍ରି ବନ୍ଦ୍ କରିବା ସହିତ ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଗଲା। ଆଜିର ଏହି ଗଣ ନିବେଦନ ଶୋଭାଯାତ୍ରା ଏବଂ ସଭା ମାଧ୍ୟମରେ, ଅତିଶୀଘ୍ର ଚୋରା ମଦ ବିକ୍ରି ବନ୍ଦ୍ ନହେଲେ ଆଜି ଦିନ ଠାରୁ ଏକ ମାସ ପରେ ଅର୍ଥନୈତିକ ଅବରୋଧ ଭଳି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଶ୍ରୀ ମହାରଣା, ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଆଡଭୋକେଟ ବାସୁଦେବ ସରକାରଙ୍କ ମଦ ବେପାରକୁ ଅତ୍ୟନ୍ତ ନିନ୍ଦା କରିବା ସହିତ ଭବିଷ୍ୟତରେ ଆନ୍ଦୋଳନକୁ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଲେ। ରାଢ଼ଙ୍ଗ ମଦ ବିରୋଧୀ ମାତୃ ମଣ୍ଡଳୀଙ୍କ ଆନ୍ଦୋଳନକୁ ସଶକ୍ତ କରିବାରେ ନବ ନିର୍ମାଣ କୃଷକ ସଙ୍ଗଠନ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଅଙ୍ଗୀକାରବଦ୍ଧ ବୋଲି ରଶ୍ମି ରଂଜନ ସ୍ବାଇଁ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଶାରଦା ପ୍ରସାଦ ଜେନା, ଆନ୍ଦୋଳନକାରୀ ମାତୃ ମଣ୍ଡଳୀଙ୍କ ସାଧୁବାଦ୍ ଜଣାଇଥିଲେ। ଆଜିର ଏହି ଶୋଭାଯାତ୍ରାରେ ସୁଜାତା ବେହେରା, ଶୋଭାରାଣି ରାଉତ, ସୁମିତ୍ରା ରାଉତ, ପୁଷ୍ପଲତା ଜେନା, କାନ୍ତିବାଳା ପାଳ, ସୁଜାତା ଦାସ, ସାଗରିକା ଜେନା, ସ୍ମୃତିରେଖା ନାୟକ, ବିନୋଦିନୀ ମହାନ୍ତି, ରୋଜାଲିନ ଜେନା, ବନିତା ଦାସ, ସବିତା ସେଠି, ନିହାରିକା ବାରିକ୍, ମିନତି ମହାରଣା, ବନ୍ଦିତା ଜେନା, ବୀଣାପାଣି ରାଉତ ପ୍ରମୁଖ ଯୋଗଦେଇଥିଲେ।
Article Image