Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କୁଜଙ୍ଗ , 09/07/2025, ବିକ୍ରମ ଓଡ଼ିଶା ନିୟୁଜ: କିଛିଟା ଟଙ୍କା ପାଇଁ ଏକ ମୃତ ସ୍ତ୍ରୀର ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାପାଇଁ ପଛେଇଲେନି ସରକାରୀ ଡାକ୍ତର।


୦୯/୦୭/୨୫ (କୁଜଙ୍ଗ)କଥାରେ କୁହାଯାଏ କି ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ଵିତୀୟ ରୂପ , ଯଦି ସେହି ଡାକ୍ତର କିଛିଟା ଟଙ୍କା ପାଇଁ ନିଜର କର୍ତ୍ତବ୍ୟ ଭୁଲନ୍ତି ତେବେ ସାଧାରଣ ଲୋକେ କରିବେ କ'ଣ। ଖାଦ୍ୟରେ ବିଷ କ୍ରିୟା ଯୋଗୁ କୁଜଙ୍ଗ ଅଞ୍ଚଳର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଲାଞ୍ଜ ନେବା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଡାକ୍ତରଙ୍କ ପାଇଁ ପଡ଼ିଛି ମହଙ୍ଗା। ସେ ହେଲେ ଡଃ ଶିବ ପ୍ରସାଦ ସେଠୀ। ଉକ୍ତ ରିପୋର୍ଟ ପାଇଁ ସେ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ତାଙ୍କର ଏଭଳି କୁ କାମକୁ କାବୁ କରିଛି। ଗତ ଜୁନ୍ ୧୪ ତାରିଖରେ କୁଜଙ୍ଗ ଥାନା ଅର୍ନ୍ତଗତ ସାହାରାଡିଆ ଗ୍ରାମର ମଧୁସ୍ମିତା ସାହୁଙ୍କ ମୃତ୍ୟୁ ଘଟିଥିଲା। ମୃତାଙ୍କ ସ୍ବାମୀ ଶ୍ରୀତମ ବେହେରା ବୀମା ସୁବିଧା ପାଇଁ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ଃ ସେଠୀଙ୍କୁ ଶ୍ରୀଘ୍ର ରିପୋର୍ଟ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ବରଂ ଡଃ ସେଠୀ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ମୃତାକଙ୍କ ସ୍ଵାମୀ ନିରୂପାୟ ହୋଇ କଟକ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଏହାପରେ ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ଟିମ୍ ଜାଲ ବିଛେଇ ଥିଲେ। ପରେ ଗତ ୦୭/୦୭/୨୦୨୫ ରେ ଭିଜିଲାନ୍ସ ଦଳ କଟକର ଡାକ୍ତର ସେଠୀଙ୍କ କ୍ଲିନିକ୍ ଭିତରେ ସହଯୋଗୀ ଚୈଧୁରୀଙ୍କ ମାଧ୍ୟମରେ ଅଭିଯୋଗକାରୀଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରିଥଲେ। ଖାଲି ଗୋଟିଏ ନୁହେଁ ଡାକ୍ତର ସେଠୀଙ୍କ ୫ଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଥିବା ଜଣାପଡିଛି। ଏହି ସମ୍ପର୍କରେ କଟକ ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୧୯/୨୦୨୫ ୟୁ/ଏସ୍ -୭ପିସି ସଂଶୋଧନ ଆଇନ୍ ୨୦୧୮ ରେଜିଷ୍ଟ୍ରି କରାଯାଇଛି। ତଦନ୍ତ ଜାରି ରହିଥିବା ବେଳେ ଡ଼ାକ୍ତର ଏବଂ ତାଙ୍କ ସହଯୋଗୀଙ୍କୁ କୋର୍ଟ ଚାଲାଣ କରାଯାଇଛି।

କୁଜଙ୍ଗ ରୁ ଓମ୍ ଦାସଙ୍କ ରିପୋର୍ଟ ବିକ୍ରମ ଓଡ଼ଶା ନ୍ୟୁଜ୍।