କୁଜଙ୍ଗ , 09/07/2025, ବିକ୍ରମ ଓଡ଼ିଶା ନିୟୁଜ: ଶାଶୁ ଘରେ ବୋହୂର ସନ୍ଦେହ ଜନକ ମୃତ୍ୟୁ।ବାପ ଘର ପକ୍ଷରୁ ଭାଇ ଆଣିଲା ହତ୍ୟା ଅଭିଯୋଗ। ଶାଶୂ ଘରେ ବୋହୂର ସନ୍ଦେହ ଜନକ ମୃତ୍ୟୁ।ବାପ ଘର ପକ୍ଷରୁ ଭାଇ ଆଣିଲା ହତ୍ୟା ଅଭିଯୋଗ।ଥାନାରେ ଜଣକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ। ଏପରି ଘଟଣ ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଫତେପୁର ପଞ୍ଚାୟତ ଜଳଧରପୁର ଗ୍ରାମରେ।ତେବେ ଜଳଧରପୁର ଗ୍ରାମର ଶରତ ସାମଲଙ୍କ ପୁଅ କାର୍ତ୍ତିକ ସାମଲ ଦୀର୍ଘ ୧୪ବର୍ଷ ତଳେ ଜିଲ୍ଲାନାସୀ ପଞ୍ଚାୟତ ସାହାରା ଡ଼ିଆ ଗ୍ରାମର ଶ୍ରୀନାଥ ପ୍ରଧାନଙ୍କ ଝିଅ ମାନସୀ ସାମଲଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ।ମାତ୍ର ବିବାହକୁ ୧୪ବର୍ଷ ହୋଇଥିବା ବେଳେ ମୃତ ମାନସୀଙ୍କର ଏକ ୧୨ବର୍ଷୀୟ କନ୍ୟା ସନ୍ତାନ ଅଛି।ତେବେ ଗତକାଲି ମାନସୀଙ୍କର ମୃତ୍ୟୁ ହୋଇଥିବା ବେଳେ ବାପ ଘର ପକ୍ଷରୁ ଭାଇ ଅଟଳ ବିହାରୀ ପ୍ରଧାନ ସ୍ଥାନୀୟ କୁଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୋଗ ଆଧାରରେ ସ୍ଥାନୀୟ କୁଜଙ୍ଗ ପୋଲିସ ମୃତ ମାନସୀର ଦିଅର ସଲିପ୍ ସାମଲକୁ ଅଟକ ରଖି ଅଧିକ ତଦନ୍ତ ଜାରୀ ରଖିବା ସହ ଶବ ବେବଛେଦ ପାଇଁ ପଠାଇ ଥିବା ବେଳେ ନ୍ୟାୟ ଭିକ୍ଷା କରିଛନ୍ତି ମୃତ ମାନସୀର ଭାଇ ଅଟଳ ବିହାରୀ ପ୍ରଧାନ ଓ ମାମୁଁ ତୋଫାନ ସ୍ବାଇଁ।ଏହା ହତ୍ୟା କି ଆତ୍ମହତ୍ୟା ଶବ ବେବଛେଦ ପରେ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। କୁଜଙ୍ଗ ରୁ ଓମ ଦାସ ଙ୍କ ରିପୋର୍ଟ