Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କାକଟପୁର, 09/07/2025, ବିକ୍ରମ ଓଡ଼ିଶା ନିୟୁଜ: ଟୋକନ ଧରି ଅସନ୍ତୁଷ୍ଟ ଚାଷୀ ଧାରଣାରେ ବସିଲେ

କାକଟପୁର,୯/୭:ବିକ୍ରମ ଓଡିଶା କାକଟପୁର ବ୍ଲକ ଅନ୍ତର୍ଗତ ପାଟପୁର ସେବା ସମବାୟ ସମିତି ସଂପାଦକଙ୍କ ବେଆଇନ୍ କାର୍ଯ୍ୟ ପାଇଁ ପ୍ରାୟ ୧୫ରୁ ଉର୍ଦ୍ଧ୍ଵ ଚାଷୀ ସେମାନଙ୍କ କଷ୍ଟ ଅର୍ଜିତ ଧାନକୁ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ମୁତାବକ ବିକ୍ରୟ କରି ପାରିନଥିବା ଅଭିଯୋଗ କରି ଆଜି ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ ସେମାନେ ଧାନ ବିକ୍ରୟ ପାଇଁ ନାମଫଜିକରଣ କରିବା ସହିତ ସମିତି ପକ୍ଷରୁ ଟୋକନ ପ୍ରାପ୍ତ ହୋଇଥିଲେ । ଧାନ ବିକ୍ରୟ ପାଇଁ ସେମାନେ ବାରମ୍ବାର ସମିତି ସଂପାଦକଙ୍କୁ ଗୁହାରି କରିଥିଲେ । ମାତ୍ର ଟାର୍ଗେଟ୍ ଆସିନାହିଁ କହି ସଂପାଦକ ସେମାନଙ୍କୁ ଆଜି କାଲି ଦେଖାଇଥିଲେ । ବର୍ଷାଋତୁ ଆସି ଯାଇଥିବାରୁ ଚାଷୀମାନେ ଧାନ ମହଜୁଦ୍ ରଖୁବାରେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ବାଧ୍ୟହୋଇ ସଂପାଦକ କହିବା ମୁତାବକ ସେମାନେ ସିଧାସଳଖ ନିଜ ଖର୍ଚ୍ଚରେ ମିଲରଙ୍କ ମିଲ୍କୁ ଯାଇ ଧାନ ଦେଇ ଆସିଥିଲେ । ଏବେ ରାଜ୍ୟ ସରକାର ଧାନ କିଣା ବନ୍ଦକରିଦେବାରୁ ଏହି ଚାଷୀମାନେ ଅଡୁଆରେ ପଡିଯାଇଛନ୍ତି । ଧାନ କ୍ୟୁଟାଲ ପ୍ରତି ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ୩୧ଶହ ଟଙ୍କା ଥିବାବେଳେ, ସମିତି ସଂପାଦକ କୁଆଡୁ ଚାଷୀମାନଙ୍କୁ କିଂଟାଲ ପ୍ରତି ୧୮ ଶହରୁ ୨ ହଜାର ଟଙ୍କା ମୂଲ୍ୟରେ ମିଲରକୁ ଧାନ ବିକ୍ରୟ କରି ଟଙ୍କା ପ୍ରାପ୍ତ ହେବାକୁ କହିବାରୁ ଚାଷୀମାନେ ଏହାର ଦୃଢ ବିରୋଧ କରିଥିଲେ । ଯାହାଫଳରେ ଆଜି ଅସନ୍ତୁଷ୍ଟ ଚାଷୀମାନେସେମାନଙ୍କୁ ସରକାରଙ୍କ ଧାର୍ଯ୍ୟ ମୁତାବକ କଂଟାଲ ପ୍ରତି ୩୧ଶହ ଟଙ୍କା ମୂଲ୍ୟରେ ଅର୍ଥ ଦେବାକୁ ଦାବୀ କରି ସମିତି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ସ୍ଥାନୀୟ ଯୁବନେତା ତଥା ୱାର୍ଡ ସଭ୍ୟ ସରୋଜ କୁମାର ବିଶ୍ବାଳ, ଅଭିମନ୍ୟୁ ବେହେରା ପ୍ରମୁଖ ଏହିଧାରଣାର ନେତୃତ୍ୱ ନେଇଛନ୍ତି । ଏସଂପର୍କରେ ସମିତି ସଂପାଦକ ସଂଜୀବ କୁମାର ପାଇଁଙ୍କୁ ପଚାରିବାରେ ସେ କୁହନ୍ତି, ଚଳିତ ରବି ଋତୁ ପାଇଁ ଚାଷୀମାନଙ୍କ ଠାରୁ ୨୨ଶହ ପିଂଟାଲ ଧାନ କ୍ରୟ କରିବା ପାଇଁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଆମ୍ଭଙ୍କୁ ଟାର୍ଗେଟ୍ଦିଆ ଯାଇଥିଲା । ସମିତି ପକ୍ଷରୁ ଚାଷୀମାନଙ୍କ ଠାରୁ ୧୫ଶହ ହିଂଟାଲ ଧାନ କ୍ରୟ କରିବାପରେ ରାଜ୍ୟ ସରକାର ଧାନ କ୍ରୟ ହଠାତ ବନ୍ଦ କରିଦେଲେ । ତେଣୁ ଚାଷୀମାନଙ୍କ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ତାଙ୍କ ଦ୍ଵାରା କୌଣସି ଚାଷୀଙ୍କୁ ହଇରାଣ କରାଯାଉ ନାହିଁ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି |