Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ରାହୁଲ ଗାନ୍ଧୀ ଙ୍କ ଗସ୍ତ ନିମନ୍ତେ ତିର୍ତ୍ତୋଲ କଂଗ୍ରେସ ର ପ୍ରସ୍ତୁତି ବୌଠକ 0

ତିର୍ତୋଲ, 09/07/2025, ବିକ୍ରମ ଓଡ଼ିଶା ନିୟୁଜ: ରାହୁଲ ଗାନ୍ଧୀ ଙ୍କ ଗସ୍ତ ନିମନ୍ତେ ତିର୍ତ୍ତୋଲ କଂଗ୍ରେସ ର ପ୍ରସ୍ତୁତି ବୌଠକତିର୍ତ୍ତୋଲ-୯/୭-(ରିପୋର୍ଟ-ଟୁକନ ସେଠୀ)-ଆସନ୍ତା ୧୧ ରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଭୂବନେଶ୍ବର ରେ ଆୟୋଜିତ ହେଉଥ‌ିବା ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେବେ । ଏଥିପାଇଁ ତିର୍ତ୍ତୋଲ କଂଗ୍ରେସ ଚଳଚଞ୍ଚଳ ହୋଇଉଠୁଛି ।
Article Image
ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରୁ କିପରି ଅଧିକ ରୁ ଅଧିକ କଂଗ୍ରେସ କର୍ମୀ କିପରି ଯୋଗଦାନ କରି ସଫଳ କରିବା ପାଇଁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକ ଙ୍କ ପରାମର୍ଶ କ୍ରମେ ତିର୍ତ୍ତୋଲ ଓ ରଘୁନାଥପୁର ବ୍ଲକ ରେ ବହୁ ବରିଷ୍ଠ କଂଗ୍ରେସ କର୍ମୀ ଙ୍କୁ ନେଇ ଆଜି ଏକ ପ୍ରସ୍ତୁତି ବୌଠକ ଅନୁଷ୍ଠିତ ହୋଇଯାଇ ଅଛି ।
Article Image
ତିର୍ତ୍ତୋଲ ବ୍ଲକ ରେ ପିସିସି ସଭ୍ଯ ଦେବ ପ୍ରସାଦ ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବ୍ଲକ କଂଗ୍ରେସ ପୂରର୍ବତନ ଉପ ସଭାପତି , ଜିତେନ୍ଦ୍ର ମହାନ୍ତି , ଅଶ୍ବିନୀ ସ୍ବାଇଁ , ଗରାମ ସରପଞ୍ଚ ପ୍ରଦ୍ଯୁମ୍ନ କିଶୋର ଚୟନୀ , ମୂଳିସିଂ ସରପଞ୍ଚ ସଫି ଆଜମ୍ , ସରପଞ୍ଚ ସରୋଜିନୀ ପରିଜା, ତୁଳଗଂ ସମିତିସଭ୍ଯ ଦେବୀ ପ୍ରସାଦ ପାଳ , ସମିତିସଭ୍ଯ ସୁନିଶ୍ଚିତା ରାଉତ , ମହମ୍ମଦ ଅବଦୁଲ ଓ୍ବାହିଦ , ବ୍ରଜ କିଶୋର ମଲ୍ଲିକ ,କୃଷ୍ଣଚନ୍ଦ୍ର ସ୍ବାଇଁ , ପ୍ରଶାନ୍ତ ଲେଙ୍କା , ମହମ୍ମଦ ଇସମାଇଲି , ସେକ୍ ଅତହାର ଅଲ୍ଲୀ , ଦେବବ୍ରତ ବେହେରା , ଧୃବ ଚରଣ ପରିଡା , ପ୍ରଦୀପ୍ତ ଶତପଥୀ , ରିଙ୍କୁ ପାଳ , ମନୋରଞ୍ଜନ ପଟ୍ଟନାୟକ , ସୁକାନ୍ତ ସେଠୀ , ଲକ୍ଷ୍ମୀଧର ମନ୍ତ୍ରୀ, ଚିତ୍ତରଜଂନ ମହାପାତ୍ର , ଦେବବ୍ରତ୍ତ ତ୍ରିପାଠୀ , ସେକ୍ ସାୟକ ରସୁଲ , ବଷ୍ଣିଧର ପାତ୍ର, ଜ୍ଯୋତି ରଜଂନ ମଲ୍ଲିକ, ସୁଭାଶିଷ ସ୍ବାଇଁ , ଧନଞ୍ଜୟ ପୃଷ୍ଟି , ମାନସ ନନ୍ଦ, ବୁଦ୍ଧେଶ୍ବର ବେହେରା , ରାକେଶ ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ।ସେହିପରି ରଘୁନାଥପୁର ବ୍ଲକ ରେ ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡା ଙ୍କ ନେତୃତ୍ବରେ ଏକ ପ୍ରସ୍ତୁତି ବୌଠକ ଅନୁଷ୍ଠିତ ହୋଇଯାଇଛି ଏହି ବୌଠକରେ ବସନ୍ତ ଦାଶ , ବସନ୍ତ ସ୍ବାଇଁ , ତ୍ରିଲୋଚନ ମହାରଣା , ସମିତିସଭ୍ଯ ଜିତେନ୍ଦ୍ର ମଲ୍ଲିକ , ସାରଦା ଜେନା, ଦିଲ୍ଲିପ ବାରିକ , ବାବାଜୀ ସ୍ବାଇଁ , ପରେଶ ପାତ୍ର , ସୁଧାଶୁଂ ବିଶ୍ବାଳ , ଅଜୟ ସ୍ବାଇଁ , ତରଣୀସେନ୍ ମହାପାତ୍ର , ପ୍ରତ୍ଯୁଷ ନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି ବୌଠରେ ଦୁଇଟି ବ୍ଲକ ରୁ ବିପୁଳ ସଂଖ୍ଯାରେ କଂଗ୍ରେସ କର୍ମୀ ଯୋଗଦେବା ପାଇଁ ସ୍ଥିର କରାଯାଇଥିଲା ।