Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ନାଉଗାଁ ବ୍ଳକ ରେ ନୁତନ ବି, ଡି ,ଓ ଙ୍କ ଯୋଗଦାନ। 1

ନାଉଗାଁ, 09/07/2025, ବିକ୍ରମ ଓଡ଼ିଶା ନିୟୁଜ: ନାଉଗାଁ ବ୍ଳକ ରେ ନୁତନ ବି, ଡି ,ଓ ଙ୍କ ଯୋଗଦାନ।
Article Image
ନାଉଗାଁ ୯/୦୭/ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଳକରେ ପୃର୍ବରୁ ଥିବା ବି ଡି ଓ ପତନ କୁମାର ମହାପାତ୍ର ଙ୍କ ଅନ୍ୟତ୍ର ବଦଳି ହୋବାରୁ ଏହି ବ୍ଳକରେ ଦିର୍ଘ ୪ମାସ ହେବ ବି ଡି ଓ ଆସନଟି ଖାଲିପଡ଼ିଥିଲା। ଅନ୍ୟପକ୍ଷରେ ନାଉଗାଁ ବ୍ଳକରେ ବିଡ଼ିଓ ନଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟ ଏକପ୍ରକାର ଅଚଳ ହୋଇପଡ଼ିଥିଲା।ଏହା ସହିତ ଉକ୍ତ ବ୍ଳକର ଦୁରଦୁରାନ୍ତରୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ସାଧାରଣ ଜନତା,ବି ଡି ଓ ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।ଯାହାକୁ ନେଇ ନାଉଗାଁ ପଜ୍ଞାୟତ ସମିତି ତୁରନ୍ତ ନାଉଗାଁ ବ୍ଳକ ରେ ବି ଡି ଓ ନିଯୁକ୍ତି ପାଇଁ ଜିଲ୍ଲା ପାଳ ଏବଂ ରାଜ୍ୟ ସରକାରଙ୍କୁ ଲିଖିତ ଅଭିଯୋଗ କଲାପରେ, ରାଜ୍ୟ ସରକାର ସାଲେପୁର ବ୍ଳକରେ ଥିବା କାର୍ଯ୍ୟରତ ଅତିରିକ୍ତ ତହସିଲଦାର ଏବଂ ସବେରେଷ୍ଟ ଶ୍ରୀଯୁକ୍ତ ନିରଞ୍ଜନ ପରିଡାଙ୍କୁ ନାଉଗାଁ ବି ଡି ଓ ଭାବେ ନିଯୁକ୍ତ କରିଥିଲେ। ଶ୍ରୀ ଯୁକ୍ତ ପରିଡ଼ା ଆଜି ନାଉଗାଁ ବ୍ଳକରେ ଯୋଗଦାନ କରିଥିବା ଦେଖା ଯାଉଛି। ଏବଂ ନାଉଗାଁ ବ୍ଳକରେ ଦିର୍ଘଦୀନ ହୋବ ପଡିରହିଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ସେ ତୁରନ୍ତ ସେସକରିବେ ବୋଲି ସୁଚନା ଦେଇଛନ୍ତି।
Article Image