Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

କେନ୍ଦ୍ରୀୟ ଶ୍ରମିକ ସଂଗଠନ ର ମିଳିତ ମଞ୍ଚ ର ବିଭିନ୍ନ ଦାବି କୁ ନେଇ ବ୍ଲକ ଆଗରେ ଧର୍ମଘଟ 2

କାକଟପୁର, 09/07/2025, ବିକ୍ରମ ଓଡ଼ିଶା ନିୟୁଜ: କେନ୍ଦ୍ରୀୟ ଶ୍ରମିକ ସଂଗଠନ ର ମିଳିତ ମଞ୍ଚ ର ବିଭିନ୍ନ ଦାବି କୁ ନେଇ ବ୍ଲକ ଆଗରେ ଧର୍ମଘଟ
Article Image
କାକଟପୁର 9/7( ତୁଷାର ଦୀକ୍ଷିତ ) କେନ୍ଦ୍ରୀୟ ଶ୍ରମିକ ସଂଗଠନ, ମିଳିତ ମଞ୍ଚ, ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ସ୍ୱାଧୀନ ଫେଡେରେସନ ମାନଙ୍କର ମିଳିତ ଆହ୍ୱାନ କ୍ରମେ କାକଟପୁର ମେଡିକାଲ ଛକ ଠାରୁ ସହ ସହ କର୍ମୀ ଏକ ଶୋଭାଯାତ୍ରା ରେ ବଜାର ପରୀକର୍ମା କରି ବିଭିନ୍ନ ନାରା ଦେଇ ବ୍ଲକ ଅଫିସ ଆଗରେ ଧର୍ମଘଟ କରିଥିଲେ l (4)ଶ୍ରମ କୋର୍ଡ ବାତିଲ କରିବା,ଦରଦାମ ବୃଦ୍ଧି ବନ୍ଦ କରିବା,ନିର୍ମାଣ, ବିଡି ଶ୍ରମିକ ଙ୍କର କଲ୍ୟାଣ ବୋର୍ଡ କୁ ବନ୍ଦ କରିଦେବା ଚିନ୍ତା ପରିହାର କରିବା, ମନେରଗାକୁ ଶୃଦୁଢ କରିବା ପାଇଁ କାର୍ଯ୍ୟ ଦିବସ କୁ (200) କରାଯାଉ, ତଥା ଶ୍ରମିକ ଙ୍କ ମଜୁରୀ କୁ ଦୈନିକ (600) ଟଙ୍କା କରାଯାଉ l ନିଯୁକ୍ତି ଗ୍ୟାରେଣ୍ଟି ଅଧିନିୟମ ଏବଂ ଯୋଜନା ଗୁଡିକୁ ସହରାଞ୍ଚଳ ପର୍ଯ୍ୟନ୍ତ ବିସ୍ତାର କରିବା, ବିଭାଜନ କାରୀ ୱାକଫ ବୋର୍ଡ ଆଇନକୁ ରଦ୍ଧ କରିବl, ଏହିପରି (18) ଟି ଦାବି ରଖିଥିଲେ l ସ୍ୱାଧୀନ ଫେଡେରେସନ (aitue) ର ସଂଯଜୋକ ସୁରେଶ ଚନ୍ଦ୍ର ବିଶ୍ୱାଳ, ଗାଲେଖ ଚନ୍ଦ୍ର ନାୟକ, ପ୍ରକାଶ ବେହେରା, ବିପିନ ରାଉତ, ପ୍ରଣତି ପ୍ରଭା ରାଉତ, ପ୍ରିୟମ୍ବଦା ମିଶ୍ର, ଲଳିତା କୁମାରୀ ଦେଇ ପ୍ରମୁଖ ବିଭିନ୍ନ ସଂଗଠନ ର ଶତାଧିକ କର୍ମୀ ଯୋଗ ଦେଇଥିଲେ l